Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶରଦ ପାୱାର ଗୋଷ୍ଠୀକୁ ମିଳିନାହିଁ କୌଣସି ଆଶ୍ଵସ୍ତି, EC ର ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ
ଆଜିର ଖବର

ଶରଦ ପାୱାର ଗୋଷ୍ଠୀକୁ ମିଳିନାହିଁ କୌଣସି ଆଶ୍ଵସ୍ତି, EC ର ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

February 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶରଦ ପାୱାର
ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ, ପୁଣେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଅସଲି ଏନସିପି ଲଢେଇ ସମ୍ପର୍କରେ ଶରଦ ପାୱାରଙ୍କୁ ଆଶ୍ଵସ୍ତି ମିଳିନାହିଁ। ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ଘୋଷଣା କରିବାର ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ତେବେ ଏହି ମାମଲାରେ ଶରଦ ପାୱାରଙ୍କ ଆବେଦନକୁ ଯାଞ୍ଚ କରିବାକୁ ପ୍ରସ୍ତୁତ ବୋଲି ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଅଜିତ ପାୱାର ଏବଂ ନିର୍ବାଚନ ଆୟୋଗଙ୍କୁ କୋର୍ଟ ନୋଟିସ ଜାରି କରି ୨ ସପ୍ତାହ ମଧ୍ୟରେ ଏହାର ଉତ୍ତର ମାଗିଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବ।

ସୁପ୍ରିମକୋର୍ଟର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଶରଦ ପାୱାର ତାଙ୍କ ରାଜନୈତିକ ଦଳ ପାଇଁ ‘ଏନସିପି ଶରଦ ଚନ୍ଦ୍ର ପାୱାର’ ନାମ ବ୍ୟବହାର କରିବେ। ଯଦି ପାୱାର ତାଙ୍କ ଦଳ ଏନସିପି ଶରଦ ଚନ୍ଦ୍ର ପାୱାରଙ୍କ ପାଇଁ ନିର୍ବାଚନ ଆୟୋଗଙ୍କଠାରୁ ଏକ ଚିହ୍ନ ଦାବି କରନ୍ତି, ତେବେ ନିର୍ବାଚନ ଆୟୋଗ ଏକ ସପ୍ତାହ ମଧ୍ୟରେ ନିର୍ବାଚନ ଚିହ୍ନ ପ୍ରଦାନ କରିବା ଉଚିତ।

୧୯୯୯ ରେ ଶରଦ ପାୱାର ଦଳ ଗଠନ କରିଥିଲେ:

୧୯୯୯ ରେ ଶରଦ ପାୱାର କଂଗ୍ରେସ ସହ ସମ୍ପର୍କ ଭାଙ୍ଗି ପି ସାଙ୍ଗମା ଏବଂ ତାରିକ ଅନୱାରଙ୍କ ସହ ଏନସିପି ଗଠନ କରିଥିଲେ। ଅଜିତ ପାୱାରଙ୍କ ନେତୃତ୍ୱରେ ଗତ ବର୍ଷ ଜୁଲାଇରେ ଅନେକ ବିଧାୟକ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ସେମାନେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏବଂ ବିଜେପି ସହ ମେଣ୍ଟରେ ଯୋଗ ଦେଇଥିଲେ।

ଫେବୃଆରୀ ୬ ତାରିଖରେ ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଦଳକୁ ପ୍ରକୃତ ଏନସିପି ଭାବରେ ଘୋଷଣା କରିଥିଲେ। ସଂଖ୍ୟା ଗରିଷ୍ଠତା ଆଧାରରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଥିଲେ। ଆୟୋଗ କହିଛନ୍ତି ଯେ, ଅଜିତ ପାୱାର ଗୋଷ୍ଠୀ ଏନସିପିର ନାମ ଏବଂ ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବେ। ଏହାର ଗୋଟିଏ ଦିନ ପରେ ନିର୍ବାଚନ ଆୟୋଗ ଶରଦ ପାୱାର ଦଳକୁ ଏନସିପି ଶରଦ ଚନ୍ଦ୍ର ପାୱାର ନାମରେ ନାମିତ କରିଛନ୍ତି। ତେବେ ନିର୍ବାଚନ ଚିହ୍ନ ଦିଆଯାଇ ନାହିଁ।

ନିର୍ବାଚନ ଆୟୋଗ ଏହି ଯୁକ୍ତି ଦେଇଛନ୍ତି:

ନିର୍ବାଚନ ଆୟୋଗ କହିଛନ୍ତି ଯେ ଏନସିପି ସାଂସଦ, ବିଧାୟକ ଏବଂ ଏମଏଲସିଙ୍କ ମୋଟ ସଂଖ୍ୟା ହେଉଛି ୮୧। ଏଥିମଧ୍ୟରୁ ଅଜିତ ପାୱାରଙ୍କ ସମର୍ଥନରେ ୫୭ ଜଣ ବିଧାୟକଙ୍କ ଆଫିଡେଭିଟ୍ ଦାଖଲ ହୋଇଥିବାବେଳେ ଶରଦ ପାୱାରଙ୍କ ଖାତାରେ କେବଳ ୨୮ ଟି ଆଫିଡେଭିଟ୍ ରହିଥିଲା।

maharastra sharad pawar supremecourt
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.