Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକମାନଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ଦୃଢ଼ ଦାବୀ ଜଣାଇଲା ଓଷ୍ଟା
ଆଜିର ଖବର

ଶିକ୍ଷକମାନଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ଦୃଢ଼ ଦାବୀ ଜଣାଇଲା ଓଷ୍ଟା

February 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍‌.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ସପ୍ତଦଶ ଦିବସରେ ଉପନୀତ ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ପ୍ରତୀକ ଧାରଣାର ପଥ ବାଛି ନେଇଛନ୍ତି। ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସରକାରଙ୍କ ହାତରେ, ସରକାର ଚାହିଁଲେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ସମସ୍ୟା ସମାଧାନ କରିବେ। ଦୁଃଖର ସହ ପ୍ରକାଶ କରିବାକୁ ପଡ଼ୁଛି କି ଶିକ୍ଷାନୁଷ୍ଠାନ ପାଇଁ ଏକ ନିର୍ଦ୍ଦିଷ୍ଟ ଅନୁଦାନ ନୀତି ଥିବାବେଳେ ସରକାର ଏହାକୁ କାର୍ଯ୍ୟକାରୀ କରୁ ନାହାଁନ୍ତି। ଶିକ୍ଷକମାନଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ସଂଗଠନ ତରଫରୁ ଦାବୀ କରାଯାଇଛି।

ସୂଚନାଥାଉକି, ୧୭ ଦିନ ଧରି ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଦାବୀ ହାସଲ ପାଇଁ ଅହୋରାତ୍ର ଧାରଣାରେ ବସିଛନ୍ତି। ଏହି ଶିକ୍ଷକ ମାନେ ଓଡ଼ିଶାରେ ମାଧ୍ୟମିକ  ଶିକ୍ଷାର  ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ବହନ କରୁଥିବା ବେଳେ ଏମାନଙ୍କ ସମସ୍ୟା ପ୍ରତି ସରକାରଙ୍କର ତିଳେମାତ୍ର ଧ୍ୟାନ ନାହିଁ। ଶିକ୍ଷକ ମାନଙ୍କର ନ୍ୟାର୍ଯ୍ୟ ଦାବୀ ପ୍ରତି ଆଉ ଅଣଦେଖା ନକରି ସେମାନଙ୍କର ମୂଳ ଦାବୀ ଯଥା – ଦୀର୍ଘ ପଚିଶ / ତିରିଶ ବର୍ଷ ଧରି ଟଙ୍କାଟିଏ ଅନୁଦାନ ନପାଇ ଅନୁଦାନ ଯୋଗ୍ୟ ବିଦ୍ୟାଳୟରେ  ପଡ଼ି ରହିଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ନିମନ୍ତେ ତୁରନ୍ତ ଅନୁଦାନ ପ୍ରଦାନର ବ୍ୟବସ୍ଥା କରାଯାଉ। ସରକାର ସେହି ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନର ବ୍ୟବସ୍ଥା କରନ୍ତୁ। ସେହପରି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଓ କାର୍ଯ୍ୟରତ ଶିକ୍ଷକ ତଥା ଶିକ୍ଷାକର୍ମଚାରୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା ସହିତ  ଅବସରକାଳୀନ ସୁବିଧା ପ୍ରଦାନ କରାଯାଉ। ସେହିପରି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ, ଦୁଇଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟକୁ ଆଣ୍ଟିଡେସନ, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କ କ୍ଷେତ୍ରରେ କୋର୍ଟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଟି.ଜି. ମାନ୍ୟତା ପ୍ରଦାନ, ନୂତନ ପେନସନ୍ ଯୋଜନା ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଆର.ଏ. ସ୍କିମର ପୁନଃ ପ୍ରଚଳନ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଇତ୍ୟାଦି ଦାବୀ ସାମିଲ ରହିଛି। ସରକାର ତୁରନ୍ତ ଏହିସବୁ ନ୍ୟାୟୋଚିତ ଦାବୀ ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନର ସୂତ୍ର ବାହାର କରନ୍ତୁ ବୋଲି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

ଜିଲ୍ଲାୱାରୀ ପାଳିରେ ଆଜି ଅନୁଗୋଳ, ନବରଙ୍ଗପୁର, ଭଦ୍ରକ, ବୌଦ୍ଧ, କେନ୍ଦୁଝର, ମାଲକାନଗିରି ଜିଲ୍ଲାଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲାମାନଙ୍କ ତରଫରୁ ସର୍ବଶ୍ରୀ ଶ୍ରୀକାନ୍ତ ସାହୁ, ତ୍ରିଲୋଚନ ଦାସ, ପ୍ରଶାନ୍ତ କୁମାର ମିଶ୍ର, ପ୍ରାକ୍ତନ କାର୍ଯ୍ୟକାରୀ ସଭାପତି ଭିକାରି ଚରଣ ସାହୁ, ରମାକାନ୍ତ ମହାପାତ୍ର  ପ୍ରମୁଖ ଧାରଣାରେ ଉପସ୍ଥିତ ଥିଲେ। ସରକାର ତୁରନ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ ଦିଗରେ ହସ୍ତକ୍ଷେପ କରି ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଷ୍ଟାର ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦୃଢ଼ ଦାବୀ ଜଣାଇଛନ୍ତି।

bhubaneswar gandhi marg OSSTA ଅହୋରାତ୍ର ଗଣଧାରଣା
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.