Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଙ୍ଗନଵାଡି କର୍ମୀରୁ ସୁପରଭାଇଜର ପଦୋନ୍ନତିରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ
ଆଜିର ଖବର

ଅଙ୍ଗନଵାଡି କର୍ମୀରୁ ସୁପରଭାଇଜର ପଦୋନ୍ନତିରେ ବ୍ୟାପକ ହେରାଫେରି ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

March 2, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ପ୍ରତି ଜିଲ୍ଲାରେ ବ୍ଲକ ସ୍ତରରେ ସମନ୍ଵିତ ଶିଶୁବିକାଶ ପ୍ରକଳ୍ପ ଗୁଡ଼ି କାର୍ଯ୍ୟକାରି ହେଉଛି। ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା କଲ୍ୟାଣ ସର୍ଭିସ ରୁଲ ୧୯୮୯ ଅନୁସାରେ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବାର ବ୍ୟବସ୍ଥା ଥିଲା। ମହିଳା ଓ ଶିଶୁବିଭାଗ ବିଭାଗ ସଂଖ୍ୟା ୨୦୮୯୮ ତା ୨୦.୧୨.୨୦୧୪ ଯୋଗେ ଉକ୍ତ ପଦୋନ୍ନତିକୁ ସ୍ଥଗିତ ରଖିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ବିଭାଗୀୟ ପତ୍ର ସଂଖ୍ୟା ୩୬୮୧ ତା ୦୪.୦୩.୨୦୧୬ ଯୋଗେ ଉକ୍ତ ସ୍ଥଗିତାଦେଶ କୁ ଉଠାଇ ଦିଆ ଯାଇ ମାଟ୍ରିକ୍ୟୁଲେଟ ଅଙ୍ଗନଵାଡି କର୍ମୀ ଦଶ ବର୍ଷ ଅଭିଜ୍ଞତା ଥିଲେ ସେମାନଙ୍କ ମଧ୍ୟରୁ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ସୁପରଭାଇଜର ପଦବୀ କୁ ପଦୋନ୍ନତି ଦେବା କୁ ନିର୍ଦ୍ଦେଶ ଦିଆ ଯାଇଛି।

ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଅର୍ଡର ନଂ ୨୨୩୫ତା ୧୭.୧୧.୨୦୧୨ ଅନୁସାରେ ଖାଲିଥିବା ୧୩ ଗୋଟି ପଦବୀ ରେ ମାତ୍ର ୫ ଜଣ ଅଙ୍ଗନଵାଡି କର୍ମୀଙ୍କୁ ପଦୋନ୍ନତି ଦେଇଥିବା ବେଳେ ଅର୍ଡର ନଂ ୨୯୩୪ ତା ୨୧.୧୨.୨୦୧୬ ଅନୁସାରେ ୨୮ ଜଣ ଜଣ ଅଙ୍ଗନଵାଡି କର୍ମୀଙ୍କୁ ପଦୋନ୍ନତି ଦେଇଥିବା ଜଣାପଡିଛି। ତନ୍ମଧ୍ୟରୁ କେତେକ ପ୍ରାର୍ଥୀନି ୧୯୮୬ ମସିହାରୁ ୧୯୯୩ ମସିହା ମଧ୍ୟରେ ମାଟ୍ରିକ ପାଶ କରି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା ଜଣାପଡିଛି। ଏପରିକି ପଦୋନ୍ନତି ସମୟରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗୀୟ ନିର୍ଦ୍ଦେଶନାମା ଅନୁସାରେ ବରିଷ୍ଠତା ଏବଂ ଉପଯୁକ୍ତ ପ୍ରାର୍ଥୀନି ଙ୍କୁ ପଦୋନ୍ନତି ଦେବାକୁ କୁହାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ କେବଳ ବରିଷ୍ଠତା କୁ ଗୁରୁତ୍ବ ଦିଆଯାଇ ଅନ୍ୟ ଦିଗ ଗୁଡିକୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ଯାହାଫଳରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀନି ମାନେ ବାଦ ପଡି ଯାଇଥିବା ଜଣାପଡିଛି।

ଏହାବ୍ୟତୀତ ଯଦିଓ ୨୦୧୬ ମସିହାରେ ତିଆରି ହୋଇଥିବା ଗ୍ରେଡେସନ ତାଲିକା ଅନୁସାରେ କ୍ରମିକ ନଂ ୧ ରୁ ୧୮, ୨୦,୨୧,୩୧,୩୭,୩୮,୪୦,୧୧୧,୧୬୪ ଓ ୧୭୫ ନମ୍ବର ରେ ଥିବା ୨୮ ଜଣ ଅଙ୍ଗନଵାଡି କର୍ମୀ ଙ୍କୁ ଅର୍ଡର ନଂ ୨୯୩୪ ତା ୨୧.୧୨.୨୦୧୬ ଅନୁସାରେ ସୁପରଭାଇଜର ଭାବେ ପଦୋନ୍ନତି ଦିଆଯାଇଥିବା ଜଣାପଡିଛି ତଦନୁସାରେ ୨୮ ନମ୍ବର ରେ ଥିବା ପ୍ରାର୍ଥୀନି ଙ୍କ ଗ୍ରେଡେସନ ତାଲିକା ଅନୁସାରେ ୧୭୫ ନମ୍ବର କୁ ଅନୁଧ୍ୟାନ କଲେ ସମ୍ପୃକ୍ତ ଅଙ୍ଗନଵାଡି କର୍ମୀ ୧୨.୧୧.୧୯୯୨ ରେ ଯୋଗ ଦେଇଥିବା ବେଳେ ୧୯୯୯ ରେ ମାଟ୍ରିକ ପାଶ କରିଥିବା ଜଣାପଡିଛି ଏହାବ୍ୟତୀତ ୨୦୦୮ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକାର ଅଙ୍ଗନଵାଡି କର୍ମୀ ମାନଙ୍କ ତଥ୍ୟ ଏବଂ ୨୦୧୬ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକାର ତଥ୍ୟ ମଧ୍ୟରେ ତାଳମେଳ ରହୁନଥିବା ଅଭିଯୋଗ ହେଉଛି। ଗତ ୨୦୧୬ ମସିହାରେ କେବଳ ପଦୋନ୍ନତି ଦେବାକୁ ଶୁହାଇବା ଉଦ୍ଦେଶ୍ୟରେ ଗ୍ରେଡେସନ ତାଲିକା ତିଆରି କରାଯାଇଥିବା ଅଭିଯୋଗ ହେଉଛି।

ଯଦିଓ ଯଏନିଙ୍ଗ ତାରିଖ ଅନୁସାରେ ବରିଷ୍ଠତା ଭିତ୍ତିରେ ସଠିକ ଭାବେ ଗ୍ରେଡେସନ ତାଲିକା ତିଆରି କରାଯାଇଥିବା କୁହାଯାଉଛି ତେବେ ୨୦୨୧ ମସିହାରେ ତିଆରି କରାଯାଇଥିବା ଗ୍ରେଡେସନ ତାଲିକା ଅନୁସାରେ ୨୦୧୩ ଓ ୨୦୧୫ ମସିହାରେ ମାଟ୍ରିକ ପାଶ କରି ୧୯୮୩ ଓ ୧୯୮୪ ରେ ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା କ୍ରମିକ ନଂ ୩, ୬, ୭,୧୭ ରେ ଥିବା ଅଙ୍ଗନଵାଡି କର୍ମୀ ଙ୍କ ନାମ କିପରି ୨୦୧୬ ମସିହାର ଗ୍ରେଡେସନ ତାଲିକା ରେ ସ୍ଥାନ ପାଇ ନାହି ତାହା ସନ୍ଦେହ ପ୍ରକାଶ ପାଉଛି। ଯଦିଓ ୨୦୧୬ ମସିହାର ଗ୍ରେଡେସନ ତାଲିକା ଠିକ ଓ ତଦନୁସାରେ ଅଙ୍ଗନଵାଡି କର୍ମୀ ଙ୍କୁ ପଦୋନ୍ନତି ଦିଆ ଯାଇଛି ତେବେ ନିଯୁକ୍ତି ପରେ କ୍ରମିକ ନଂ ୧୯, ୨୨ ରୁ ୩୦, ୩୨, ୩୪ ରୁ ୩୬ ରେ ଥିବା ଅଙ୍ଗନଵାଡି କର୍ମୀ ଙ୍କ ନାମ ପରବର୍ତ୍ତୀ ୨୦୨୧ ଗ୍ରେଡେସନ ତାଲିକା ରେ ୧ ନଂ ରୁ ରହିବା ବିଧେୟ। ଏଥି ପାଇଁ ବ୍ୟାପକ କିକବେକ ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ ୨୦୧୬ ମସିହାରେ ହୋଇଥିବା ପଦୋନ୍ନତି ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି।

ଅନ୍ୟପକ୍ଷରେ ଅଧିକାଂଶ ପ୍ରାର୍ଥୀନି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେବା ପରେ ମାଟ୍ରିକ ପାଶ କରିଥିବା ବିଭାଗୀୟ ଗ୍ରେଡେସନ ତାଲିକା ୨୦୨୧ ରୁ ଏବଂ ଡ୍ରାଫଟ ଗ୍ରେଡେସନ ତାଲିକା ୨୦୨୪ ରୁ ଜଣାପଡୁଛି। ହେଲେ ଅଙ୍ଗନଵାଡି କର୍ମୀ ଭାବେ କାର୍ଯ୍ୟରତ ଥାଇ ଉଚ୍ଚ ଶିକ୍ଷା ପାଇଁ ବିଭାଗୀୟ ଅନୁମତି ନେଇଛନ୍ତି କି ନାହି, ଯଦିଓ ବିଭାଗୀୟ ଅନୁମତି ନେଇନାହାନ୍ତି ତେବେ କିପରି ଭାବେ ରେଗୁଲାର କି ପତ୍ରାଳାପ ମାଧ୍ୟମରେ ସମ୍ପୃକ୍ତ କର୍ମୀ ମାଟ୍ରିକ ପାଶ କରିଛନ୍ତି ସେସବୁ ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିବା ଅଭିଯୋଗ ହେଉଛି।

ଅନ୍ୟ ପକ୍ଷରେ ମାଟ୍ରିକ ପାଶ କରି ଅଙ୍ଗନଵାଡି କର୍ମୀ ଭାବେ ଯୋଗ ଦେଇଥିବା କର୍ମୀ ଏବଂ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନଵାଡି କର୍ମୀ ମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ସରକାରୀ ବିଧି ବ୍ୟବସ୍ଥା ମଧ୍ୟରେ ମାଟ୍ରିକ ପାଶ କରିଥିବା ଅଙ୍ଗନଵାଡି କର୍ମୀ ଙ୍କୁ ବରିଷ୍ଠତା ଏବଂ ଯୋଗ୍ୟତା (seniority & suitability) ଭିତ୍ତିରେ ସୁପର ଭାଇଜର ଭାବେ ପଦୋନ୍ନତି ଦେବାକୁ ସାଧାରଣରେ ଦାବି ହେଉଛି।

ଓଡିଶା ସରକାର କଳାହାଣ୍ଡି ଜିଲ୍ଲାପାଳ ମହିଳା ଓ ଶିଶୁ ବିକାଶ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.