Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»8 ମାର୍ଚ୍ଚରୁ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଏବଂ 9 ମାର୍ଚ୍ଚରୁ ପୁରୀ-ଆନନ୍ଦ ବିହାର ଏକ୍ସପ୍ରେସର ନିୟମିତ ସେବା
ଆଜିର ଖବର

8 ମାର୍ଚ୍ଚରୁ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଏବଂ 9 ମାର୍ଚ୍ଚରୁ ପୁରୀ-ଆନନ୍ଦ ବିହାର ଏକ୍ସପ୍ରେସର ନିୟମିତ ସେବା

March 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ତଥା ଜନସାଧାରଣଙ୍କ ଆକାଂକ୍ଷାକୁ ସମ୍ମାନ ଜଣାଇ ରେଳବାଇ ପକ୍ଷରୁ ହରିଦାସପୁର-ପାରାଦୀପ ରେଳ ଲାଇନ ଏବଂ କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଗତକାଲି ପାରାଦୀପ – କେନ୍ଦୁଝରଗଡ଼ ଏବଂ ପୁରୀ – ଆନନ୍ଦ ବିହାର ଏକ୍ସପ୍ରେସ ଭାୟା କେନ୍ଦୁଝରଗଡ଼ ଟ୍ରେନକୁ ସୁବଳ ପତାକା ପ୍ରଦର୍ଶନ କରାଇ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ୱେଶ୍ୱର ଟୁଡୁ ଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଇଛନ୍ତି।

ଉଭୟ ଟ୍ରେନ୍ ଯାହା ସେମାନଙ୍କର ଉଦ୍ଘାଟନୀ ଯାତ୍ରାରେ ଶୁଭାରମ୍ଭ କରାଯାଇଥିଲା ତାହା ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରାଯାଇଥିଲା। ତେବେ, ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନର ନିୟମିତ ସେବା ଉଭୟ ଦିଗରୁ 8 ମାର୍ଚ୍ଚ 2024 ରୁ ଆରମ୍ଭ ହେବ।  ସେହିଭଳି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ ପୁରୀ ଠାରୁ 9 ମାର୍ଚ୍ଚ 2024 ଠାରୁ ଏବଂ ଆନନ୍ଦ ବିହାର ଠାରୁ 10 ମାର୍ଚ୍ଚ 2024 ରୁ କାର୍ଯ୍ୟକାରୀ ହେବ।

ପାରାଦୀପ-କେନ୍ଦୁଝରଗଡ଼- ପାରାଦୀପ ମେମୁ ବିଶେଷ ପାସେଞ୍ଜର:

08406/08405 ପାରାଦୀପ-କେନ୍ଦୁଝରଗଡ଼-ପାରାଦୀପ ମେମୁ ପାସେଞ୍ଜର ସ୍ପେଶାଲ୍ ପାରାଦୀପ ଠାରୁ ଭୋର 05ଘ.30ମି.ରେ ଛାଡି କେନ୍ଦୁଝରଗଡ଼ ଠାରେ ଅପରାହ୍ନ 11ଘ.25ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ କେନ୍ଦୁଝରଗଡ଼ ଠାରୁ ଅପରାହ୍ନ 04ଘ.30ମି.ରେ ଛାଡି ପାରାଦୀପ ଠାରେ ରାତ୍ରି 09ଘ.30ମି.ରେ ପହଞ୍ଚିବ।

ଏହି ଟ୍ରେନରେ ପାରାଦୀପ ଓ କେନ୍ଦୁଝରଗଡ଼ ମଧ୍ୟରେ ସିଜୁ, ନୁଆଗାଓଁ, କଳାଘର, ମାର୍ସାଘାଇ ରୋଡ, କେନ୍ଦ୍ରାପଡା, ବାଜିପଡା, ଲଲିତଗିରି, ଉଦୟଗିରି ରତ୍ନଗିରି ରୋଡ, ଚଣ୍ଡିଖୋଲ, ହରିଦାସପୁର, ନୂଆ ଗଡ଼ ମଧୁପୁର, ଜେନାପୁର, ବ୍ରାହ୍ମଣୀ ପିଏଚ, ଯଖପୁରା, ଯାଜପୁର କେନ୍ଦୁଝର ରୋଡ଼, ସୁକିନ୍ଦା ରୋଡ, ବାଘୁଆପାଳ, ଟମକା, ଟାଙ୍ଗିରିଆପାଲ, ସଗଡପଟା, ଚିଲିକଦାରା, ହରିଚନ୍ଦନପୁର, ନୀଲକଣ୍ଠେଶ୍ୱର, ସୀତାବିଞ୍ଜ, ବସନ୍ତପୁର ଏବଂ ନରଣପୁର ଷ୍ଟେସନ ମାନଙ୍କରେ ଉଭୟ ପାର୍ଶ୍ୱରୁ ରହଣି କରିବ।

କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ:

18427/18428 କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ ପୁରୀ ଠାରୁ ପ୍ରତି ଶନିବାର ଦିନ ଭୋର 04ଘ.15ମି.ରେ ଛାଡି ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 01ଘ.10ମି.ରେ ଆନନ୍ଦ ବିହାରରେ ପହଞ୍ଚିବ।  ଫେରିବା ମାର୍ଗରେ ଏହି ଟ୍ରେନ ଆନନ୍ଦ ବିହାରରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା 05ଘ.20ମି.ରେ ଛାଡି ପ୍ରତ୍ୟେକ ସୋମବାର ଦିନ ରାତ୍ରି 11ଘ.55ମି.ରେ ପୁରୀରେ ପହଞ୍ଚିବ।

ଏହି ଟ୍ରେନରେ ଗୋଟିଏ ଏସି -1ମ ଶ୍ରେଣୀ, ଦୁଇଟି ଏସି-2 ଟାୟାର, ପାଞ୍ଚଟି ଏସି -3 ଟାୟାର, ଗୋଟିଏ ଏସି -3 ଟାୟାର (ଇକୋନୋମି), ଛଅ ଟି ସ୍ଲିପର ଶ୍ରେଣୀ, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗଜନ କୋଚ, ଗୋଟିଏ ଗାର୍ଡ ତଥା ଜେନେରେଟର କୋଚ ଏବଂ ଗୋଟିଏ ପ୍ୟାଣ୍ଟ୍ରିକାର ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ଆନନ୍ଦ ବିହାର ମଧ୍ୟରେ ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼, ନୟାଗଡ଼, ବାଂଶପାଣି, ଡଙ୍ଗୋଆପୋସି, ଚାଇବାସା, ଚଂଡିଲ, ମୁରି, ବୋକରୋ ଷ୍ଟିଲ ସିଟି, ରାଜାବେରା, ଏନଏସସି ଗୋମୋ, କୋଡ଼ର୍ମା, ଗୟା, ସାସାରାମ, ଡ଼ିଡ଼ିୟୁ ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ୍, ଟୁଣ୍ଡଲା ଏବଂ ଚିପିୟାନା ବୁଜର୍ଗ ଷ୍ଟେସନ ମାନଙ୍କରେ ଉଭୟ ପାର୍ଶ୍ୱରୁ ରହଣି କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.