Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ସୁନ୍ଦରୀ (ମିସ୍ ୱାର୍ଲ୍ଡ) ଫାଇନାଲ୍ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ସମ୍ମାନଜନକ ମାନବବାଦୀ ପୁରସ୍କାର
ଆଜିର ଖବର

ବିଶ୍ୱ ସୁନ୍ଦରୀ (ମିସ୍ ୱାର୍ଲ୍ଡ) ଫାଇନାଲ୍ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ସମ୍ମାନଜନକ ମାନବବାଦୀ ପୁରସ୍କାର

March 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ନିକଟରେ ଅନୁଷ୍ଠିତ ୭୧ତମ ମିସ୍ ୱାର୍ଲ୍ଡ ଫାଇନାଲ୍ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ସମ୍ମାନଜନକ ମାନବବାଦୀ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ପ୍ରଖ୍ୟାତ ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ପୁରସ୍କାର ଗ୍ରହଣ କରି ସେ ବିଶ୍ୱକୁ ଏକ ଉନ୍ନତ ସ୍ଥାନରେ ପରିଣତ କରିବାରେ ମହିଳା ସଶକ୍ତିକରଣର ଗୁରୁତ୍ୱ ଉପରେ ଆଲୋକପାତ କରି ଏହି ଦିଗରେ ନିଜର ଆଜୀବନ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ପୂର୍ବରୁ ଏହି ପୁରସ୍କାର ଦକ୍ଷିଣ ଆଫ୍ରିକାର ପୂର୍ବ ରାଷ୍ଟ୍ରପତି ସ୍ୱର୍ଗତ ନେଲସନ ମଣ୍ଡେଲା ଏବଂ ଅପରେସନ୍ ହଙ୍ଗର୍ ପ୍ରତିଷ୍ଠାତା ଇନା ପର୍ଲମ୍ୟାନଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଗ୍ରହଣ କରିଥିଲେ। ଏହି ପୁରସ୍କାର ଶିକ୍ଷା, ସ୍ୱାସ୍ଥ୍ୟସେବା, କଳା ଏବଂ ସଂସ୍କୃତି, କ୍ରୀଡା, ସମାଜସେବା ଭଳି ଅନେକ କ୍ଷେତ୍ରରେ ଭାରତୀୟ ମହିଳା ଏବଂ ବାଳିକାମାନଙ୍କ ସହିତ ନୀତା ଅମ୍ବାନୀଙ୍କ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରିଛି।

ଏହି ପୁରସ୍କାର ଗ୍ରହଣ ଅବସରରେ ନୀତା ଅମ୍ବାନୀ ସ୍ୱଦେଶ ପକ୍ଷରୁ ପ୍ରସ୍ତୁତ ଏକ ଆକର୍ଷଣୀୟ ବନାରସୀ ଜାଙ୍ଗଲା ଶାଢ଼ୀ ପରିଧାନ କରିଥିଲେ। ଭାରତୀୟ ରେଶମ ଓ ସୁନା ଜରି ସୂକ୍ଷ୍ମ କାରିଗରୀରେ ହାତରେ ତିଆରି ହୋଇଥିବା ଏହି ଶାଢ଼ୀକୁ କୁଶଳୀ କାରିଗର ମହମ୍ମଦ ଇସଲାମ ୪୫ ଦିନରେ ପ୍ରସ୍ତୁତ କରିଥିଲେ। ସ୍ୱଦେଶ ଓ ମନୀଷ ମଲହୋତ୍ରା ମିଳିତ ଭାବରେ ଭାରତୀୟ ହସ୍ତକଳାର ଏହି ଅନନ୍ୟ ସୃଷ୍ଟିକୁ ବିଶ୍ୱ ମଞ୍ଚରେ ପ୍ରସ୍ତୁତ କରିଥିଲେ।

Nita Ambani
Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ଭୁବନେଶ୍ବରରେ ବିକ୍ଷୋଭ

May 15, 2026

Puri Rourkela Train Cancelled: ବାତିଲ ହେଲା ପୁରୀ ରାଉରକେଲା ଏକ୍ସପ୍ରେସ୍ ଟ୍ରେନ

May 15, 2026

CM Grievance Cell: ମଇ ୧୮ ଓ ୨୫ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

May 15, 2026

ସର୍ବନିମ୍ନ ସ୍ତରରେ ଭାରତୀୟ ଟଙ୍କା

May 15, 2026
Latest News

ନିଟ୍ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ଭୁବନେଶ୍ବରରେ ବିକ୍ଷୋଭ

May 15, 2026

Puri Rourkela Train Cancelled: ବାତିଲ ହେଲା ପୁରୀ ରାଉରକେଲା ଏକ୍ସପ୍ରେସ୍ ଟ୍ରେନ

May 15, 2026

CM Grievance Cell: ମଇ ୧୮ ଓ ୨୫ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

May 15, 2026

ସର୍ବନିମ୍ନ ସ୍ତରରେ ଭାରତୀୟ ଟଙ୍କା

May 15, 2026

Odisha DA Hike Announced: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.