Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ସୁନ୍ଦରୀ (ମିସ୍ ୱାର୍ଲ୍ଡ) ଫାଇନାଲ୍ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ସମ୍ମାନଜନକ ମାନବବାଦୀ ପୁରସ୍କାର

ମୁମ୍ବାଇ: ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ନିକଟରେ ଅନୁଷ୍ଠିତ ୭୧ତମ ମିସ୍ ୱାର୍ଲ୍ଡ ଫାଇନାଲ୍ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ସମ୍ମାନଜନକ ମାନବବାଦୀ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ପ୍ରଖ୍ୟାତ ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ପୁରସ୍କାର ଗ୍ରହଣ କରି ସେ ବିଶ୍ୱକୁ ଏକ ଉନ୍ନତ ସ୍ଥାନରେ ପରିଣତ କରିବାରେ ମହିଳା ସଶକ୍ତିକରଣର ଗୁରୁତ୍ୱ ଉପରେ ଆଲୋକପାତ କରି ଏହି ଦିଗରେ ନିଜର ଆଜୀବନ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ପୂର୍ବରୁ ଏହି ପୁରସ୍କାର ଦକ୍ଷିଣ ଆଫ୍ରିକାର ପୂର୍ବ ରାଷ୍ଟ୍ରପତି ସ୍ୱର୍ଗତ ନେଲସନ ମଣ୍ଡେଲା ଏବଂ ଅପରେସନ୍ ହଙ୍ଗର୍ ପ୍ରତିଷ୍ଠାତା ଇନା ପର୍ଲମ୍ୟାନଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଗ୍ରହଣ କରିଥିଲେ। ଏହି ପୁରସ୍କାର ଶିକ୍ଷା, ସ୍ୱାସ୍ଥ୍ୟସେବା, କଳା ଏବଂ ସଂସ୍କୃତି, କ୍ରୀଡା, ସମାଜସେବା ଭଳି ଅନେକ କ୍ଷେତ୍ରରେ ଭାରତୀୟ ମହିଳା ଏବଂ ବାଳିକାମାନଙ୍କ ସହିତ ନୀତା ଅମ୍ବାନୀଙ୍କ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରିଛି।

ଏହି ପୁରସ୍କାର ଗ୍ରହଣ ଅବସରରେ ନୀତା ଅମ୍ବାନୀ ସ୍ୱଦେଶ ପକ୍ଷରୁ ପ୍ରସ୍ତୁତ ଏକ ଆକର୍ଷଣୀୟ ବନାରସୀ ଜାଙ୍ଗଲା ଶାଢ଼ୀ ପରିଧାନ କରିଥିଲେ। ଭାରତୀୟ ରେଶମ ଓ ସୁନା ଜରି ସୂକ୍ଷ୍ମ କାରିଗରୀରେ ହାତରେ ତିଆରି ହୋଇଥିବା ଏହି ଶାଢ଼ୀକୁ କୁଶଳୀ କାରିଗର ମହମ୍ମଦ ଇସଲାମ ୪୫ ଦିନରେ ପ୍ରସ୍ତୁତ କରିଥିଲେ। ସ୍ୱଦେଶ ଓ ମନୀଷ ମଲହୋତ୍ରା ମିଳିତ ଭାବରେ ଭାରତୀୟ ହସ୍ତକଳାର ଏହି ଅନନ୍ୟ ସୃଷ୍ଟିକୁ ବିଶ୍ୱ ମଞ୍ଚରେ ପ୍ରସ୍ତୁତ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଣ୍ଟରର ୱେବ୍‌ସାଇଟ୍ ଉନ୍ମୋଚିତ

ମୁମ୍ବାଇ/ଭୁବନେଶ୍ୱର: ମୁମ୍ବାଇ ସହରର ଜିଓ ୱାର୍ଲଡ୍ ସେଂଟର ପରିସରରେ ନିର୍ମାଣ କରାଯାଉଥିବା “ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି) ର ୱେବସାଇଟ୍‌କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କେନ୍ଦ୍ର ନିଜ ବାସ୍ତବ ସ୍ୱରୂପ ଲାଭ କରିବ ଏବଂ ତାହାକୁ ଦର୍ଶକମାନଙ୍କ ଲାଗି ଖୋଲାଯିବ।

ୱେବସାଇଟ୍ ଉନ୍ମୋଚନ ଅବସରରେ ଏକ ଭିଡିଓ ଜାରି କରି କଳା ପ୍ରତି ମା’ ନୀତା ଅମ୍ବାନିଙ୍କ ସମର୍ପଣ ଭାବକୁ ଇଶା ଅମ୍ବାନି ସଲାମ କରିଛନ୍ତି। ସେ କହିଛନ୍ତି ଯେ ଗତ ୫୦ ବର୍ଷ ଧରି ନୀତା ଅମ୍ବାନି ଦୈନିକ ନୃତ୍ୟ ସାଧନା କରୁଛନ୍ତି। ଜଣେ ମହିଳା ଉଦ୍ୟୋଗୀ, କ୍ରୀଡ଼ାପ୍ରେମୀ, ଲିଡର୍ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ହେବା ପୂର୍ବରୁ ମା’ ଜଣେ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଥିଲେ ବୋଲି ସେ କହିଛନ୍ତି।

ଏକ ଭିଡିଓ ବାର୍ତାରେ ନୀତା ଅମ୍ବାନି କହିଛନ୍ତି ଯେ, “ମୁଁ ଆଜି ଯାହାବି କିଛି ହୋଇଛି ନୃତ୍ୟ ପାଇଁ ହୋଇପାରିଛି। ଭାରତରେ ମୂର୍ତିକଳା, ନୃତ୍ୟ, ସଙ୍ଗୀତ, ନାଟକ, ଚିତ୍ରକାରୀ ଆଦିର ଏକ ପରମ୍ପରା ରହିଛି। ମୋର ସ୍ୱପ୍ନ ହେଉଛି ଭାରତର ଏହି କଳାର ସୁଗନ୍ଧ ସାରା ଦୁନିଆରେ ପହଂଚୁ। ମୋ ପିଲାଦିନର ସ୍ୱପ୍ନକୁ ନୀତା ମୁକେଶ ଅମ୍ବାନି କଲଚରାଲ ସେଂଟର ପୂରଣ କରିଛି। ମୁଁ ଆଶା କରୁଛି ଯେ କଳାକାରମାନେ ଏଠାକୁ ଆସି ସେମାନଙ୍କ କଳ୍ପନାକୁ ପୂରଣ କରିପାରିବେ।’’

“ନୀତା ମୁକେଶ ଅମ୍ବାନି କଲଚରାଲ ସେଂଟର (ଏନ୍‌ଏମ୍‌ଏସିସି)ରେ ଏକ ତିନି ମହଲା କୋଠାରେ ପରଫରମିଂ ଓ ଭିଜୁଆଲ ଆର୍ଟସ୍‌କୁ ପ୍ରଦର୍ଶିତ କରାଯିବ। ଫରଫରମିଂ ଆର୍ଟସ୍ ଲାଗି ଦି ଗ୍ରାଣ୍ଡ୍ ଥିଏଟର, ଦି ଷ୍ଟୁଡିଓ ଥିଏଟର ଏବଂ ଦି କ୍ୟୁବ୍ ଭଳି ଅତି ସୁନ୍ଦର ଥିଏଟର ତିଆରି କରାଯିବ। ସବୁ ଥିଏଟରରେ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରାଯିବ।

ଦି ଗ୍ରାଣ୍ଡ୍ ଥିଏଟରରେ ଏକସଙ୍ଗେ ଦୁଇ ହଜାର ଦର୍ଶକ କାର୍ଯ୍ୟକ୍ରମର ମଜା ନେଇପାରିବେ। ଭାରତୀୟ ଓ ଅନ୍ତର୍ଜାତୀୟ କଳାକାରମାନଙ୍କ ପ୍ରଦର୍ଶନୀ ପାଇଁ ୧୬ ହଜାର ବର୍ଗଫୁଟରେ ବ୍ୟାପ୍ତ ଏକ ଚାରି ମହଲା ଆର୍ଟ ହାଉସ୍‌ର ମଧ୍ୟ ଶୁଭାରମ୍ଭ କରାଯିବ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନର ଭିନ୍ନ ପଦକ୍ଷେପ

ମୁମ୍ବାଇ / ଭୁବନେଶ୍ୱର: ଓମନେସ୍ ଗ୍ଲୋବାଲ୍ ଡେଭେଲପ୍‌ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌) ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ନୂତନ ସହଭାଗିତା ସ୍ଥାପନ କରାଯାଇଛି । ଡବ୍ଲୁ-ଜିଡିପି ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ଡେପୁଟି ସେକ୍ରେଟାରି ଅଫ ଷ୍ଟେଟ୍ ଷ୍ଟିଫେନ୍ ବିଏଗନ୍‌ଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ନୂତନ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍ ଓ ଡେପୁଟି ୟୁଏସ୍‌ଏଡ୍ ପ୍ରଶାସକ ବନି ଗ୍ଲିକ୍ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍ କହିଛନ୍ତି ଯେ, “ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣରେ ଉନ୍ନତି ପାଇଁ ସବୁଠୁ ଅଭିନବ କାର୍ଯ୍ୟକ୍ରମ ସୃଷ୍ଟି କରିବା ଓ ତାହାକୁ ବ୍ୟାପକ କରିବା ଲାଗି ଡବ୍ଲୁ-ଜିଡିପି ଫଣ୍ଡ୍ ଗଠନ କରାଯାଇଛି । ଆମେ ଯୁକ୍ତରାଷ୍ଟ୍ର ଆମେରିକା ସରକାର ଓ ଘରୋଇ କ୍ଷେତ୍ରର ସମ୍ବଳ ଓ ଅଭିଜ୍ଞତା ହାସଲ କରିଛୁ ଯଦ୍ୱାରା ଏହି ଅଭିଯାନ ପ୍ରଭାବୀ ହେବ ଏବଂ ସମାଜର ଯେଉଁମାନଙ୍କ ଠାରେ ଏହା ପହଂଚିବ ସେଠରେ ବେଶ୍ ପ୍ରଭାବଶାଳୀ ହୋଇପାରିବ ।’’

ୟୁଏସ୍‌ଏଡ୍‌ର ଆକ୍ଟିଂ ଆଡ୍‌ମିନିଷ୍ଟ୍ରେଟର (କାର୍ଯ୍ୟନିର୍ବାହୀ ପ୍ରଶାସକ) ଜନ୍ ବାର୍ସା କହିଛନ୍ତି ଯେ, “ଯଦି ଆମେ ଜନସଂଖ୍ୟାର ଅଧା ଭାଗକୁ ବାଦ ଦେବା ତେବେ ବିଶ୍ୱସ୍ତରୀୟ ସମୃଦ୍ଧି ଅପହଂଚ ରହିବ । ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌)ରେ ଆମର ବିଶ୍ୱାସ ରହିଛି ଯେ ବ୍ୟାପକ ପରିବର୍ତନ ନିମନ୍ତେ ମାନବ ସମ୍ଭାବନାକୁ ଉନ୍ମୁକ୍ତ କରିବା ଲାଗି ମହିଳାଙ୍କ କ୍ଷେତ୍ରରେ ନିବେଶ କରିବା ଏକ ପ୍ରମୁଖ ଆବଶ୍ୟକତା । ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ଥିବା ଅର୍ଥନୈତିକ ପ୍ରଭେଦ ବା ତାରତମ୍ୟକୁ ସମାପ୍ତ କରିବା ଲାଗି ଡବ୍ଲୁ-ଜିଡିପି ଓ ୟୁଏସ୍‌ଏଡ୍ ଅଭିନବ ସମାଧାନ ପାଇଁ ପାଣ୍ଠି ଯୋଗାଉଛନ୍ତି ଏବଂ ସ୍ୱାବଲମ୍ବୀ ହୋଇ ଆଗକୁ ବଢ଼ିବା ଲାଗି ଆମର ସହଯୋଗୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି ।’’

ଏହି କାର୍ଯ୍ୟକ୍ରମ ଅବସରରେ ଏକ ଭର୍ଚୁଆଲ ଭିଡିଓ ବାର୍ତ୍ତାରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଓ ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, “ୟୁଏସ୍‌ଏଡ୍ ସହ ସହଭାଗିତା ଜରିଆରେ ଡବ୍ଲୁ-ଜିଡିପିର ଶକ୍ତିି ସହ ରିଲାଏନ୍ସ ଫାଉଣ୍ଡେସନ ଯୋଗ ଦେଉଥିବା ବିଷୟରେ ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ । ମିଳିତ ଭାବେ ଆମେ ସାରା ଭାରତରେ ୨୦୨୦ ଶେଷ ସୁଦ୍ଧା ଡବ୍ଲୁ-ଜିଡିପି ଓମେନ୍‌-କନେକ୍ଟ ଚ୍ୟାଲେଞ୍ଜକୁ ଆରମ୍ଭ କରିବୁ । ଆମର ଏହି ସହଭାଗିତାର କେନ୍ଦ୍ରରେ ରହିଛି ଭାରତର ଉଭୟ ଲିଙ୍ଗଗତ ପ୍ରଭେଦ ଓ ଡିଜିଟାଲ ତାରତମ୍ୟକୁ ଦୂର କରିବା ପାଇଁ ଆମର ରହିଥିବା ମିଳିତ ଲକ୍ଷ୍ୟ ।’’

ଡବ୍ଲୁ-ଜିଡିପି ଓମେନ୍‌ସ କନେକ୍ଟ ଚ୍ୟାଲେଞ୍ଜ (ଡବ୍ଲୁସିସି) ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦକୁ ଦୂର କରିବା, ବ୍ୟବସାୟ ସୁଯୋଗ ସଂପ୍ରସାରିତ କରିବା ଏବଂ ମହିଳାଙ୍କୁ ସଶକ୍ତ କରିବା ଦିଗରେ ଘରୋଇ କ୍ଷେତ୍ର ନେତୃତ୍ୱରେ ହେଉଥିବା ଉଦ୍ୟମକୁ ସମର୍ଥନ କରୁଛି । ଏହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ଡବ୍ଲୁ-ଜିଡିପି, ରିଲାଏନ୍ସ ଫାଉଣ୍ଡେସନ ସହ ସହଭାଗିତା ସ୍ଥାପନ କରି ଭାରତ ପାଇଁ ଏକ ସ୍ୱତନ୍ତ୍ର ଡବ୍ଲୁସିସି ସୃଷ୍ଟି କରିବ ଏବଂ ପୂର୍ବରୁ ଥିବା ଡବ୍ଲୁ-ଜିଡିପି ଡବ୍ଲୁସିସି ପର୍ଯ୍ୟାୟଗୁଡ଼ିକରୁ ମିଳିଥିବା ଅଭିଜ୍ଞତାକୁ ସମ୍ମିଳିତ କରିବ ।

୨୦୧୬ରେ ରିଲାଏନ୍ସ ପକ୍ଷରୁ ଜିଓର ଶୁଭାରମ୍ଭ କରାଯାଇଥିଲା – ଏହା ଥିଲା ଏକ ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ଯାହା ୧୩୦ କୋଟି ଭାରତୀୟଙ୍କ ପାଇଁ ଡିଜିଟାଲ୍ ଜୀବନର ଅଭ୍ୟୁଦୟ କରିଥିଲା ଏବଂ ପ୍ରଥମ ଥର ସର୍ବଭାରତୀୟ ଡିଜିଟାଲ୍ ବିପ୍ଳବ ଆଣିଥିଲା ଯାହା ଲୋକଙ୍କ ଜୀବନରେ ଅଭୁତପୂର୍ବ ପରିବର୍ତ୍ତନ ଆଣିଥିଲା ଯାହା ପୂର୍ବରୁ ଅକଳ୍ପନୀୟ ଥିଲା । ଆଜିର ଦିନରେ ଜିଓ ହେଉଛି ଭାରତର ସର୍ବବୃହତ ଓ ଦୁନିଆର ଦ୍ୱିତୀୟ ବୃହତମ ଡିଜିଟାଲ୍ ସେବା କଂପାନି । ପ୍ରାୟ ୧୨୦ ନିୟୁତ ଜିଓ ବ୍ୟବହାରକାରୀ ହେଉଛନ୍ତି ମହିଳା ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେସନ ଏହାର ୧୦ମ ବର୍ଷପୂର୍ତ୍ତୀ ପାଳନ କରୁଛି ଏବଂ ବିଗତ ଦଶନ୍ଧୀରେ ଏହା ୩୬ ନିୟୁତ ଭାରତୀୟଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି । ଜିଓ ଓ ରିଲାଏନ୍ସ ଫାଉଣ୍ଡେସନ ମିଳିତ ଭାବେ ଭାରତରେ ଡବ୍ଲୁ-ଜିଡିପିର ଅଭିଯାନ ପ୍ରତି ଉଲ୍ଲେଖନୀୟ ଯୋଗଦାନ ଦେବେ ଯାହା ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବାରେ ସହାୟକ ହେବ ।

Categories
ଭିଡ଼ିଓ

Nita and Isha Ambani celebrate Christmas with kids || ୪୦୦୦ପିଲାଙ୍କ ସହ ବଡଦିନ ପାଳନ କଲେ ନୀତା ଅମ୍ବାନି ଓ ଇଶା