Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋନପୁରକୁ ଗଡିବ ଚାରିଟି ଟ୍ରେନ୍
ଆଜିର ଖବର

ସୋନପୁରକୁ ଗଡିବ ଚାରିଟି ଟ୍ରେନ୍

March 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବଲାଙ୍ଗିର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ହେବା ଏବଂ ସ୍ଥାନୀୟ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ଏକ୍ସପ୍ରେସ ଏବଂ ଦୁଇ ଯୋଡି ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର-ବଲାଙ୍ଗୀର ଏକ୍ସପ୍ରେସର ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ:

12893 ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ ବଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ନ 01ଘ.45ମି.ରେ ସୋନପୁର ଅଭିମୁଖେ ଯାତ୍ରା କରିବ ଏବଂ ଅପରାହ୍ନ 03ଘ.15ମି.ରେ ସୋନପୁରରେ ପହଞ୍ଚିବ। ଫେରିବା ମାର୍ଗରେ 12894 ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ ସୋନପୁରରୁ ଅପରାହ୍ନ 01 ଘଟିକାରେ ଛାଡି ଅପରାହ୍ନ 02ଘ.25ମି.ରେ ବଲାଙ୍ଗୀରରେ ପହଞ୍ଚିବ। ଏହି ଟ୍ରେନ୍ ଅପରାହ୍ନ 02ଘ.45ମି.ରେ ବଲାଙ୍ଗୀର ଷ୍ଟେସନରୁ ଛାଡି ରାତ୍ରି 09ଘ.45ମି.ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ 14.03.2024 ଠାରୁ ସୋନପୁରରୁ ଏବଂ 15.03.2024 ଠାରୁ ଭୁବନେଶ୍ୱରରୁ ନିୟମିତ ଭାବେ ଚଳାଚଳ କରି ସେବା ପ୍ରଦାନ କରିବ।

12893/12894 ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସର ସମୟ ସାରଣୀ ଓ ରହଣି ଷ୍ଟେସନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ। ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ଏହି ଟ୍ରେନ୍ ବିଛୁପାଲି, ଝରତରଭା ଏବଂ ନରସିଂହଗଡ଼ ରେଳ ଷ୍ଟେସନରେ ରହଣି କରିବ।

ବଲାଙ୍ଗୀର-ବିଛୁପାଲି ପାସେଞ୍ଜର 15 ମାର୍ଚ୍ଚ 2024 ଠାରୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ:

08305/08306 ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜର ସୋନପୁରକୁ ସମ୍ପ୍ରସାରଣ କରାଯାଇଅଛି। ଏହି ଟ୍ରେନ୍ ବଲାଙ୍ଗୀରରୁ ପୂର୍ବାହ୍ନ 08ଘ.15ମି.ରେ ଛାଡି ସୋନପୁରରେ ପୂର୍ବାହ୍ନ 09ଘ.45ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ ପୂର୍ବାହ୍ନ 10ଘ.45ମି.ରେ ଛାଡି ମଧ୍ୟାହ୍ନ 12 ଘଟିକାରେ ବଲାଙ୍ଗୀରରେ ପହଞ୍ଚିବ।

08307/08308 ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜରକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଅଛି। ଏହି ଟ୍ରେନ୍ ବଲାଙ୍ଗୀରରୁ ଅପରାହ୍ନ 12ଘ.50ମି.ରେ ଛାଡି ସୋନପୁରରେ ଅପରାହ୍ନ 02ଘ.20ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ ସନ୍ଧ୍ୟା 05 ଘଟିକାରେ ଛାଡି ସନ୍ଧ୍ୟା 06ଘ.15ମି.ରେ ବଲାଙ୍ଗୀରରେ ପହଞ୍ଚିବ।

15 ମାର୍ଚ୍ଚ 2014 ଠାରୁ ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ନୂତନ ଟ୍ରେନ ପ୍ରଚଳନ:

08309/08310 ବଲାଙ୍ଗୀର-ସୋନପୁର-ବଲାଙ୍ଗୀର ପାସେଞ୍ଜର 15 ମାର୍ଚ୍ଚ 2014 ଠାରୁ ବଲାଙ୍ଗୀରରୁ ସନ୍ଧ୍ୟା 07ଘ.15ମି.ରେ ଛାଡି ସୋନପୁରରେ ସନ୍ଧ୍ୟା 08ଘ.45ମି.ରେ ପହଞ୍ଚିବ।  ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ 16 ମାର୍ଚ୍ଚ 2024 ଠାରୁ ଭୋର 04ଘ.15ମି.ରେ ଛାଡି ବଲାଙ୍ଗୀର ଠାରେ ସକାଳ 05ଘ.30ମି.ରେ ପହଞ୍ଚିବ।

ବଲାଙ୍ଗିର ସୋନପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026

ବଢୁଥିବା ନିଖୋଜ ବ୍ୟକ୍ତି ଘଟଣା ଉପରେ ଏନଏଚଆରସିର ଉଦବେଗ: ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.