Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସର ପଦକ୍ଷେପ, ଆରମ୍ଭ ହେଲା ଫ୍ଲାଗ ମାର୍ଚ୍ଚ ସହିତ ଚେକିଂ
ଆଜିର ଖବର

ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସର ପଦକ୍ଷେପ, ଆରମ୍ଭ ହେଲା ଫ୍ଲାଗ ମାର୍ଚ୍ଚ ସହିତ ଚେକିଂ

March 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସର ପଦକ୍ଷେପ, ଆରମ୍ଭ ହେଲା ଫ୍ଲାଗ ମାର୍ଚ୍ଚ ସହିତ ଚେକିଂ

ଖୋର୍ଦ୍ଧା: ସାରା ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ଏ ନେଇ ଖୋର୍ଦ୍ଧା ଏସପି ବି. ଯୁଗଳ କିଶୋରଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ଚଳିତ ନିର୍ବାଚନକୁ କିପରି ଅବାଧ,ନିରପେକ୍ଷ ଓ ଭୟମୁକ୍ତ ଭାବେ ପରିଚାଳନା କରାଯିବ ତାହାପାଇଁ ଜିଲ୍ଲାର ସମସ୍ତ ୧୨ ଗୋଟି ଥାନାଧିକାରୀ ଏବଂ ଦୁଇ ଏସଡିପିଓ ସଜାଗ ଅଛନ୍ତି।

ଅଦ୍ୟାବଧି ସମସ୍ତ ଥାନା ଅଞ୍ଚଳର ୩୬୩ ଗୋଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ମଧ୍ୟରୁ ୫୯ ଗୋଟି ବନ୍ଧୁକ ଜବତ ହୋଇଛି ଏବଂ ଅନ୍ୟ ବନ୍ଧୁକଗୁଡିକର ଜବତ ପ୍ରକ୍ରିୟା ଜାରି ରହିଛି। ଅନୁରୂପ ଭାବେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲୁ) ୱାରେଣ୍ଟ ଗିରଫ ପ୍ରକ୍ରିୟା ଆଜିଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି।

ସେହିପରି ଭାବେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ନାକା ପଇଣ୍ଟ କରାଯାଇ ଫ୍ଲାଗ ମାର୍ଚ୍ଚ କରାଯିବ ଏବଂ ରାତିରେ ବ୍ଲକିଙ୍ଗ ଚେକିଂ କଡ଼ାକଡି ହେବ। ଅନୁରୂପ ବେଆଇନ ଭାବେ ମଦ ଚଢ଼ାଉକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଏସପି।

ସଂନ୍ଦିଗ୍ଧ ଗତିବିଧି ଉପରେ ତୀକ୍ଷ୍ମ ଦୃଷ୍ଟି ରହିବା ସହ ବିଭିନ୍ନ ସମ୍ବେଦନଶୀଳ ବୁଥ ଉପରେ କଡ଼ା ନଜର ରହିବ। ତେବେ ଗଣତନ୍ତ୍ରର ଏହି ମହାପର୍ବକୁ ଶାନ୍ତିଶୃଙ୍ଖଳା ଭାବେ ସମାପନ କରିବା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡିଛନ୍ତି ଏସପି ଶ୍ରୀ ଯୁଗଳ କିଶୋର।

ସେହିପରି ଭାବେ ଯଦି ନିର୍ବାଚନ ଜନିତ କୌଣସି ଆଗୁଆ ବିଶୃଙ୍ଖଳା କିମ୍ବା ବେଆଇନ କାର୍ଯ୍ୟ କାହା ନଜରରେ ଆସେ ତେବେ ତୁରନ୍ତ ନିକଟସ୍ଥ ଥାନା ଅଧିକାରୀଙ୍କୁ ସୂଚନା ଦେବାପାଇଁ ଅନୁରୋଧ କରିଛନ୍ତି ଏସପି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ସମ୍ପୂର୍ଣ ଗୋପନ ରଖାଯିବ ବୋଲି କହିଛନ୍ତି ଏସପି।

Election2024 KHORDHA SP ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୧୭ ବର୍ଷ ସଶ୍ରମ କାରାଦଣ୍ଡ

July 9, 2026

ଓଏଫଏସଡିଏସ୍‌ର ୩୮ତମ ପରିଚାଳନା ପରିଷଦ ବୈଠକ

July 9, 2026

Bhubaneswar Declaration: ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ ଉପରେ ଦୁଇଦିନିଆ କର୍ମଶାଳା 

July 9, 2026

ସପ୍ତାହକୁ ତିନି ଦିନ ପରିବର୍ତ୍ତେ ଦୈନିକ ସେବା ଯୋଗାଇବ ସୁରଟ-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ

July 9, 2026
Latest News

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୧୭ ବର୍ଷ ସଶ୍ରମ କାରାଦଣ୍ଡ

July 9, 2026

ଓଏଫଏସଡିଏସ୍‌ର ୩୮ତମ ପରିଚାଳନା ପରିଷଦ ବୈଠକ

July 9, 2026

Bhubaneswar Declaration: ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନ ଉପରେ ଦୁଇଦିନିଆ କର୍ମଶାଳା 

July 9, 2026

ସପ୍ତାହକୁ ତିନି ଦିନ ପରିବର୍ତ୍ତେ ଦୈନିକ ସେବା ଯୋଗାଇବ ସୁରଟ-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ

July 9, 2026

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.