ଇଡି ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ଵାରସ୍ଥ ହେଲେ ଅରବିନ୍ଦ କେଜ୍ରିୱାଲ

Published: Mar 19, 2024, 8:00 pm IST

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତରୁ କୌଣସି ଆଶ୍ଵସ୍ତି ମିଳିନାହିଁ। ଏହି ସମୟରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ଜାରି ୯ ମ ସମନ ବିରୁଦ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।

ଦିଲ୍ଲୀ ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ଏହି ମାମଲାର ଶୁଣାଣି କରିବେ। ଆସନ୍ତାକାଲି ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଦ୍ୱାରା ଦିଆଯାଇଥିବା ସମନ ବିରୋଧରେ ହାଇକୋର୍ଟରେ ଶୁଣାଣି ହେବ।

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ଉପରେ କୋର୍ଟ କୌଣସି ରୋକ ଲଗାଇନାହାଁନ୍ତି ଏବଂ ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ କେଜ୍ରିୱାଲ ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଜଣେ ଅଭିଯୁକ୍ତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ଜାମିନକୁ ମୁକ୍ତି ଭାବରେ ଗ୍ରହଣ କରିବା ଉଚିତ୍ ନୁହେଁ। ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜାମିନରେ ଆସିଥିବା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ତାଲିକାରେ ଯୋଗ ଦେଇଛନ୍ତି।

Related posts