ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ କୁମାର ବିଶ୍ଵାସଙ୍କର ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ ସେ କ’ଣ କହିଲେ?

Published: Mar 21, 2024, 11:21 pm IST

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ କରିବାରେ କବି କୁମାର ବିଶ୍ଵାସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କହିଛନ୍ତି ଯେ, ଯିଏ ଯେମିତିକା କାମ କରେ, ସେ ସେମିତି ଫଳ ପାଏ।

କବି କୁମାର ବିଶ୍ୱାସ ରାମଚରିତ ମାନସଙ୍କ ଏକ ଚୌପାଇ ମାଧ୍ୟମରେ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ବାସ୍ତବରେ, ଆଜି ରାତିରେ ଇଡି କେଜ୍ରିୱାଲଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା।

ଇଡିର କୌଣସି କାର୍ଯ୍ୟାନୁଷ୍ଠାନରୁ କେଜ୍ରିୱାଲଙ୍କୁ ଆଶ୍ଵସ୍ତି ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିଲେ। କିଛି ଘଣ୍ଟା ପରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ ଗିରଫ କରିଥିଲା। ସେ ଶୁକ୍ରବାର ଦିନ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ସ୍ୱତନ୍ତ୍ର କୋର୍ଟରେ ହାଜର ହେବେ। ସେପଟେ କେଜ୍ରିୱାଲ ଜେଲରୁ ସରକାର ଚଲାଇବେ ବୋଲି ଆପ ନେତା ଆତିଶି କହିଛନ୍ତି।

ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶି କହିଛନ୍ତି ଯେ, କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରେ ରହିବେ ଏବଂ ଗିରଫ ହେବା ପରେ ଆବଶ୍ୟକ ସ୍ଥଳେ ସେ ଜେଲରୁ ସରକାର ଚଳାଇବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଆମେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଛୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “କେଜ୍ରିୱାଲଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେ ଭୟଭୀତ ତାହା ଏହି ପୂରା ଘଟଣା ଦର୍ଶାଉଛି। ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଜେଲ ପଠାଇବା ପାଇଁ ସେମାନେ ଏକ ଷଡଯନ୍ତ୍ର ରଚିଥିଲେ।”

Related posts