ଲୋକସଭା ନିର୍ବାଚନ: ବିଜେପିର ଚତୁର୍ଥ ତାଲିକା ଜାରି, ଦେଖନ୍ତୁ କେଉଁ ପ୍ରାର୍ଥୀଙ୍କୁ କେଉଁଠାରୁ ମିଳିଲା ଟିକେଟ

Published: Mar 22, 2024, 4:02 pm IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଚତୁର୍ଥ ତାଲିକା ପ୍ରକାଶ କରିଛି। ଚତୁର୍ଥ ତାଲିକାରେ ପୁଡୁଚେରୀ ଏବଂ ତାମିଲନାଡୁର ଲୋକସଭା ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ପ୍ରକାଶ ଯେ, ୭ ଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ୧୯ ଏପ୍ରିଲରେ ହେବ। ତାମିଲନାଡୁ ଏବଂ ପୁଡୁଚେରୀରେ ଲୋକସଭା ନିର୍ବାଚନ ପାଇଁ ଭୋଟ୍ କେବଳ ଏପ୍ରିଲ୍ ୧୯ ତାରିଖରେ ହେବ।

ତେବେ ଭାରତୀୟ ଜନତା ପାର୍ଟି ଆଜି ଚତୁର୍ଥ ପ୍ରାର୍ଥୀ ତାଲିକାରେ ପୁଡୁଚେରିର ଗୋଟିଏ ଏବଂ ତାମିଲନାଡୁର ୧୪ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରଛି।

Image

ବିଜେପିର ଚତୁର୍ଥ ତାଲିକାରେ ତାମିଲନାଡୁର ୧୪ ଜଣ ପ୍ରାର୍ଥୀଙ୍କ ନାମ ଅଛି। ଏହାପୂର୍ବରୁ ଗୋଟିଏ ଦିନ ପୂର୍ବରୁ ତାମିଲନାଡୁର ୯ ଜଣ ପ୍ରାର୍ଥୀଙ୍କ ନାମ ଥିବା ବିଜେପି ତୃତୀୟ ତାଲିକା ପ୍ରକାଶ କରିଥିଲା। ତୃତୀୟ ତାଲିକାରେ ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲାଇଙ୍କୁ କୋଏମ୍ବାଟୁର ଲୋକସଭା ଆସନରୁ ଟିକେଟ ଦିଆଯାଇଥିଲା। ତୃତୀୟ ତାଲିକାରେ ଦ୍ୱିତୀୟ ବୃହତ୍ତମ ନାମ ଥିଲା ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ। ଚେନ୍ନାଇ ସାଉଥରୁ ବିଜେପି ତାଙ୍କୁ ଟିକେଟ ଦେଇଛି। ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ତାମିଲିସାଇ ସୁନ୍ଦରରାଜନ୍ ବିଜେପିରେ ଯୋଗ ଦେଇଥିଲେ।

ତାମିଲନାଡୁରେ ମୋଟ ୩୯ ଟି ଲୋକସଭା ଆସନ ଅଛି। ବିଜେପି ଏଠାରେ ପିଏମକେ ସହ ମେଣ୍ଟ ଗଠନ କରିଛି। ୩୯ ଟି ସିଟ୍ ମଧ୍ୟରୁ ୧୦ ଟିରେ ପିଏମକେ ନିର୍ବାଚନ ଲଢିବ। ଯେଉଁଠାରେ ବାକି ଆସନ ଉପରେ ବିଜେପି ପ୍ରାର୍ଥୀ ଦେବ।

Related posts