Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷାଙ୍କ ସହ ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟ
ଆଜିର ଖବର

ବିଜେଡ଼ିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷାଙ୍କ ସହ ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟ

March 23, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତଙ୍କ ସମେତ କଣାସ ଏବଂ ସତ୍ୟବାଦୀ ବ୍ଲକର ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ, ବିଧାୟକ, ବରିଷ୍ଠ ସାଧାରଣ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା କଣାସ ବ୍ଲକ ଅଧ୍ୟକ୍ଷା, କଣାସ ଓ ସତ୍ୟବାଦୀ ବ୍ଲକର ୧୫ ସରପଞ୍ଚ, ୧୪ ସମିତି ସଭ୍ୟ ଏବଂ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଶ୍ରୀ ଦାସ, ଡକ୍ଟର ପାତ୍ର ଓ ଶ୍ରୀ ଦାସବର୍ମା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ, ଡକ୍ଟର ପାତ୍ର ଓ ଶ୍ରୀ ଦାସବର୍ମା କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, କଣାସ ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାପତି କବିତା ବୈରୀଗଞ୍ଜନ, ପୂର୍ବତନ କଣାସ ବ୍ଲକ ଅଧ୍ୟକ୍ଷ ସୁଶୀଲ ରାଉତ, ବରିଷ୍ଠ ବିଜେପି ନେତା ପ୍ରସନ୍ନ କୁମାର ପଟ୍ଟନାୟକ, ସରପଞ୍ଚ ଦୁଃଶାସନ ସ୍ୱାଇଁ, ବିଭୂତି ଭୂଷଣ ବେବର୍ତ୍ତା, ହରଧନ ପ୍ରଧାନ, ମହେଶ୍ୱର ସେଠୀ, ବନମାଳୀ ରାଉତ, ବ୍ରଜକିଶୋର ପାଢୀ, ତ୍ରିନାଥ ବଳିଆରସିଂହ, ସମିତସଭ୍ୟ ଝରଣା ସାମନ୍ତରାୟ, ବଦ୍ରିନାଥ ମହାରଥା, ସଂଗ୍ରାମ କେଶରୀ ଭୁଜବଳ, ଗୌରହରି ନାୟକ, ମନୋରଂଜନ ପାଇକରାୟ, ବାସନ୍ତୀ ବେହେରା, ଜିତେନ୍ଦ୍ର ବେହେରା, ଚିନ୍ମୟୀକୃଷ୍ଣବେଣୀ ଭଞ୍ଜ, ସରସ୍ୱତୀ ବିଶ୍ୱାଳ, ପୂର୍ବତନ ସମିତି ସଭ୍ୟ ତ୍ରିଲୋଚନ ନନ୍ଦ ବାବୁଲି ବିଶ୍ୱାଳ, ଲଲାଟ ନିଶଙ୍ଗ, ଶ୍ରୀନିବାସ ହରିଚନ୍ଦନ, ପୂର୍ବତନ ସରପଞ୍ଚ କାହ୍ନୁ ରଣସିଂହ, ରଜନୀକାନ୍ତ ସାମନ୍ତରାୟ, ବାସୁଦେବ ବେହେରା, ପ୍ରତାପ ପଟ୍ଟନାୟକ, ବିରତ ବଳବନ୍ତରାୟ, ହଟ ଛାଟୋଇ, ବରିଷ୍ଠ କଂଗ୍ରେସ ନେତା ରାଜେନ୍ଦ୍ର କୁମାର ଛୋଟରାୟ, ସମବାୟ ସମିତି ଦୁଷ୍ମନ୍ତ ପାଲଟାସିଂହ, ବରିଷ୍ଠ ବିଜେପି ନେତା ରଣକାନିଧି ବେହେରା, ନାଏବ ସରପଞ୍ଚ କେଶବ ବଳିଆରସିଂହ, ପ୍ରମୋଦ ଛାଟୋଇ, ଯୁବ ନେତା ପବିତ୍ର ମୋହନ ବାରିକ, ସମିତିସଭ୍ୟ ସୁମନ୍ତ ଘଟୁଆରୀ, ଝୁନି ପ୍ରଧାନ, ମଧୁସ୍ମିତା ଖାଟୋଇ, ଗ୍ରାମପଞ୍ଚାୟତ ବିଜେପି ସଭାପତି ଦୟାନିଧି ସ୍ୱାଇଁ, ନରସିଂହ ଆଚାର୍ଯ୍ୟ, ବିଜେପି ନାଏବ ସରପଞ୍ଚ ସର୍ବେଶ୍ୱର ବରାଳ, ପୂର୍ବତନ ସୋସାଇଟି ସଭାପତି ପ୍ରକାଶ ମହାରାଥୀ, ନାଏବ ସରପଞ୍ଚ ଭ୍ରମର ପରିଡା, କଂଗ୍ରେସ ନେତା ଧଡିଆ ସ୍ୱାଇଁ, ସୁଦର୍ଶନ ସାହୁ, ଭାସ୍କର ଜେନା, ମାନଓ ପ୍ରଧାନ, ପ୍ରଭାକର ପ୍ରଧାନ, ବିଚିତ୍ରା ପ୍ରଧାନ, ପ୍ରସନ୍ନ କୁମାର ସୁକରୀ, ବେଣୁଧର ପ୍ରଧାନ, ବାପୁ ନାୟକ, ପ୍ରସନ୍ନ ନାୟକ, ରଞ୍ଜନ ବାରିକ, ସତ୍ୟପ୍ରିୟା ବଳିୟାରସିଂହ, ଧବଳେଶ୍ୱର ପ୍ରଧାନ, ଦୀନବନ୍ଧୁ ପ୍ରଧାନ, ରାଜକିଶୋର ରଣସିଂହ, ପଠାଣି ଜେନା, ବିଜୟ ଶ୍ରୀଚନ୍ଦନ, ବାସନ୍ତୀ ବେହେରା, ପ୍ରକାଶ କୁମାର ସ୍ୱାଇଁ, ପ୍ରଭାତ କୁମାର ସାମନ୍ତରା, ଦିଲ୍ଲୀପ କୁମାର ପ୍ରଧାନ, ନିରଞ୍ଜନ ବରାଳ, ରଘୁନାଥ ପଟ୍ଟନାୟକ, ଅମୀୟ କୁମାର ବେହେରା, ପୟା ବରାଳ, ଧଡ଼ିଆ ପାତ୍ର, କନୁ ନାୟକ, ଗନ୍ଧର୍ବ ମଲ୍ଲିକ, ନବ ବାରିକ, କାଳୁ ବେହେରା, ସିଲୁ ପଟ୍ଟନାୟକ, ଚନ୍ଦୁ ମହାନ୍ତି, ଭଗବାନ ବିଶ୍ୱାଳ, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ରାଉତରାୟ, ଭାଗବତ ମହାପାତ୍ର, ଗୋଲକ ପ୍ରଧାନ, ବିରଞ୍ଚି ନାରାୟଣ ଦାସ, ଦେବାଶିଷ ବେହେରା, ସୁରେନ୍ଦ୍ର ମହାନ୍ତି, ଉପେନ୍ଦ୍ର ବେହେରା, ଛବି ପ୍ରଧାନ, ରବି ବେହେରା, ଜଟିଆ ପ୍ରଧାନ, ବିଜୟ ବେହେରା, ଅଶୋକ ପ୍ରଧାନ, ସବୁଜ ମିଶ୍ର, ଅଶ୍ୱିନୀ ମହାପାତ୍ର, ନାରାୟଣ ମିଶ୍ର, ପ୍ରମୋଦ ମିଶ୍ର, ପ୍ରମୋଦ ଗୁରୁ, ବାୟା ରାଜଗୁରୁ, ମୁଳ ଅଳସା, ମିଥୁନ ପ୍ରଧାନ, ସତ୍ୟପୀର ବଳିଆରସିଂହ, ଲକ୍ଷ୍ମୀଧର ପ୍ରଧାନ, ପ୍ରଭାକର ରାଉତରାୟ, ଦେବରାଜ ଗଜେନ୍ଦ୍ର, ଉମାକାନ୍ତ ପଣ୍ଠୋଇ, ବିକ୍ରମ ସୁନ୍ଦରାୟ, ହର ମୋହନ ନାୟକ, ପ୍ରତାପ କୁମାର ପଟ୍ଟନାୟକ, ସୁମନ୍ତ ବଳବନ୍ତରାୟଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଦିବାକାର ପାତ୍ର ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

BJD election 2024 satyabadi
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.