Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲ୍‌ରେ ଯକ୍ଷ୍ମା ରୋଗ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଆଜିର ଖବର

ସମ୍ ହସ୍ପିଟାଲ୍‌ରେ ଯକ୍ଷ୍ମା ରୋଗ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

March 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଯକ୍ଷ୍ମା ଅର୍ଥାତ ଟ୍ୟୁବରକ୍ୟୁଲୋସିସ୍ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ସିଏମ୍‌ଇରେ ଯକ୍ଷ୍ମାରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ଔଷଧ ସେବନ ଉପରେ ଗୁରୁତ୍ୱ ଦେଇଛନ୍ତି ହସ୍ପିଟାଲ୍‌ର ପିଜି ଡିପାର୍ଟମେଂଟ ଅଫ୍ ରେସ୍‌ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା।

ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ପ୍ରଫେସର ଜେନା କହିଛନ୍ତି ଯେ ମଧୁମେହ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯକ୍ଷ୍ମା ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଦୁଇଟି ସମସ୍ୟାର କିଭଳି ଚିକିତ୍ସା କରାଯାଇପାରିବ ସେ ନେଇ ସଚେତନତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ପ୍ରଫେସର ଜେନା କହିଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଯକ୍ଷ୍ମା ରୋଗର ଚିହ୍ନଟ ନିମନ୍ତେ ଏକ ଜେନମ୍ ସିକ୍ୱେନ୍ସି ଲ୍ୟାବ୍ ପ୍ରସ୍ତୁତ କରାଯିବା ସହ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏକ ମଲ୍ଟି ଡ୍ରଗ୍ ରେଜିଷ୍ଟାନ୍ସ ଟିବି ୱାର ଆରମ୍ଭ କରାଯିବ ବୋଲି କହିଥିଲେ । ଏଥି ସହିତ ଟିବିକୁ ରୋକିବାରେ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମ ଉପଯୁକ୍ତ ପନ୍ଥା ପ୍ରସ୍ତୁତ କରାଗଲେ ଟିବି ହାରିବ ଓ ଦେଶ ଜିତିବ ବୋଲି କହିଥିଲେ।

ଏହି ଅବସରରେ ରାଜମହେନ୍ଦ୍ରୀ ସ୍ଥିତ ଜିଏସ୍‌ଏଲ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ଟିବି ଆଣ୍ଡ ଚେଷ୍ଟ ଡିଜିଜେସ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୋମନାଥ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଟିବି ଓ ଡାଇବିଟିସ୍ କିଭଳି ଜଣେ ରୋଗୀ ଉପରେ ଭାରି ପଡ଼େ ଓ ଏହାକୁ ନିରାକରଣ କରିବା ନେଇ ଉପଯୁକ୍ତ ଚିକିତ୍ସା ଓ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

ଆୟୋଜିତ ସିଏମ୍‌ଇରେ ଏଣ୍ଡୋକ୍ରାଇନୋଲୋଜି ଆଣ୍ଡ ମେଟାବୋଲିଜିମ୍ ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ହେଡ କ୍ୱାର୍ଟର୍‌ର ଏନ୍‌ଟିଇପି କନ୍‌ସଲ୍‌ଟାଂଟ ଡାକ୍ତର ସୁବ୍ରତ ପଣ୍ଡା ମଧ୍ୟ ଯକ୍ଷ୍ମା ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଓଏସ୍‌ଡି ପ୍ରହଲ୍ଲାଦ ମହାନ୍ତି, ସୋଆର ଚିଫ୍ ଫାସିଲିଟେଟିଂ ଅଫିସର ପ୍ରତିମା ରାଉତରାୟ, ଫାୟାର ଅଫିସର ଏ.ଟି ବସ୍ତିଆ, ଏଓ, ସିକ୍ୟୁରିଟି ପି.ସି ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏଏନ୍‌ଏସ୍ ରଶ୍ମିତା ସ୍ୱାଇଁ, ଏଏନ୍‌ଏମ୍ ଶୁଭସ୍ମିତା ସାହୁ, ଷ୍ଟାଫ୍ ନର୍ସ ନମିତା ନାୟକ ଓ ଶୁଭଲକ୍ଷ୍ମୀ ଖୁଂଟିଆ ପ୍ରମୁଖଙ୍କୁ ସମ୍ମାନତ କରାଯାଇଥିଲା।

ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏଟ ପ୍ରଫେସର ଡାକ୍ତର ପ୍ରୀତମ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ହସ୍ପିଟାଲ୍‌ର ପଲ୍‌ମୋନାରୀ ବିଭାଗର ପ୍ରଫେସର ରାଖି ଲୁଦାମ୍‌, ପ୍ରଫେସର ପ୍ରିୟଦର୍ଶିନୀ ବେହେରା, ଆସୋସିଏଟ୍ ପ୍ରଫେସର, ଡାକ୍ତର ସଂଗୀତା ଜେନା, ଡାକ୍ତର ସୋନାଲୀ ପରିଡ଼ା, ଡାକ୍ତର ପ୍ରୀତମ୍ ଛୋଟରାୟ ଏବଂ ଆସିଷ୍ଟାଂଟ ପ୍ରଫେସର, ଡାକ୍ତର କେ.ସି. ସାହୁ, ଡାକ୍ତର ସୋନାଲୀ ମଲ୍ଲିକ୍‌, ଡାକ୍ତର ପ୍ରଜ୍ଞା ରାଉତ, ଡାକ୍ତର ଅମ୍ଳାନ୍ ମିଶ୍ର ଓ ଡାକ୍ତର ସୌରଭ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ହସ୍ପିଟାଲ୍ ପକ୍ଷରୁ ସଚେତନତା ର‌୍ୟାଲି ଓ ପଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା।

ଯକ୍ଷ୍ମା ରୋଗ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ବସ ଭଡା ବୃଦ୍ଧି ନହେଲେ ଗଡିବନି ଗାଡି

May 30, 2026

ବଚସାରୁ ଛୁରାମାଡ଼ : ଯୁବକ ଆହତ

May 30, 2026

କାଲିଠାରୁ ଦୁଇଦିନିଆ କୁଳପତିମାନଙ୍କ ସମ୍ମିଳନୀ

May 30, 2026

ବାଲିଅନ୍ତା ଭିଡ ହିଂସା : NHRC କରିବ ତଦନ୍ତ

May 30, 2026
Latest News

ବନତାରା ପୁଣି ମିଳିଲା ନ୍ୟାୟ, ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

May 30, 2026

ବସ ଭଡା ବୃଦ୍ଧି ନହେଲେ ଗଡିବନି ଗାଡି

May 30, 2026

ବଚସାରୁ ଛୁରାମାଡ଼ : ଯୁବକ ଆହତ

May 30, 2026

କାଲିଠାରୁ ଦୁଇଦିନିଆ କୁଳପତିମାନଙ୍କ ସମ୍ମିଳନୀ

May 30, 2026

ବାଲିଅନ୍ତା ଭିଡ ହିଂସା : NHRC କରିବ ତଦନ୍ତ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.