Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିରେ ଯୋଗଦେଲେ ମୋହନା ନିର୍ବାଚନମଣ୍ଡଳୀର କଂଗ୍ରେସ ଓ ବିଜେପି ନେତା
ଆଜିର ଖବର

ବିଜେଡ଼ିରେ ଯୋଗଦେଲେ ମୋହନା ନିର୍ବାଚନମଣ୍ଡଳୀର କଂଗ୍ରେସ ଓ ବିଜେପି ନେତା

April 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡ଼ିରେ ଯୋଗଦେଲେ ମୋହନା ନିର୍ବାଚନମଣ୍ଡଳୀର କଂଗ୍ରେସ ଓ ବିଜେପି ନେତା

ଭୁବନେଶ୍ୱର: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମାନ୍ୟବର ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ନାୟକ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ମୋହନା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ଓ କଂଗ୍ରେସ ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ।ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ରୁତୁରାଜ ସାହୁ, ନୂଆଗଡ଼ ବ୍ଲକ କଂଗ୍ରେସ ଜିଲ୍ଲାପରିଷଦ ସଦସ୍ୟ ରାଜୀବ ଦୋରା, ନୂଆଗଡ଼ ବ୍ଲକ ଉପାଧ୍ୟକ୍ଷ ନିହିମିଆ ରାଇତା, ପୂର୍ବତନ ସରପଞ୍ଚ ଜୟସେନ ଦୋରା, ନାଏବ ସରପଞ୍ଚ ଯୋଶେଫ ଗମାଙ୍ଗ, ୱାର୍ଡ଼ ମେମ୍ବର ଅସୀମା ଗମାଙ୍ଗ, ପ୍ରଶାତ ମଣ୍ଡଳ, ସୁରତା ରାଇତା, ପିତାମ୍ବର ନାୟକ, ରାଜେନ୍ଦ୍ର ଦଳବେହେରା, ରାଜେଶ ମଣ୍ଡଳ, ମଧୁ ମଣ୍ଡଳ, ସରପଞ୍ଚ ଉଦୀପା ମଣ୍ଡଳ, ର୍ପୂବତନ ବିଜେପି ଜିଲ୍ଲାପରିଷଦ ସଦସ୍ୟା ନନ୍ଦିନୀ ସାମଲ, ବିଜେପି ନେତା ହରି ଚନ୍ଦ୍ର ବୁମଲା, ପ୍ରଫୁଲ୍ଲ କୁମାର ରାଇତା, ଲବାଗୋ ଦଳାଇ, ଆୟୁଷ୍ମାନ ପରିଛା, ପୂର୍ବତନ ସରପଞ୍ଚ ତାରଣୀ ନାୟକ, ବିଜେପି କର୍ମୀ ମୋହନା ଗୌଡ଼ଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

odishaelection2024 ଓଡିଶାନିର୍ବାଚନ2024 ବିଜେଡି ମିଶ୍ରଣ ବିଜେଡି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026

୫୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ କର୍ଣ୍ଣେଲ

May 20, 2026
Latest News

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026

୫୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ କର୍ଣ୍ଣେଲ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.