Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିରେ ଯୋଗ ଦେଲେ ପ୍ରଦେଶ କଂଗ୍ରେସ ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନି
ଆଜିର ଖବର

ବିଜେଡ଼ିରେ ଯୋଗ ଦେଲେ ପ୍ରଦେଶ କଂଗ୍ରେସ ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନି

April 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡ଼ିରେ ଯୋଗ ଦେଲେ ପ୍ରଦେଶ କଂଗ୍ରେସ ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନି

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ରଘୁନାଥପାଲ୍ଲି ନିର୍ବାଚନ ମଣ୍ଡଳୀର ପିସିସି ସମ୍ପାଦକ ତଥା ୨୦୦୯ ନିର୍ବାଚନରେ ରଘୁନାଥପାଲ୍ଲିର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସୁନ୍ୟାନି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ମନ୍ତ୍ରୀ ତଥା ସୁନ୍ଦରଗଡ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡାଇ, ରଘୁନାଥପାଲ୍ଲି ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ଓ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ପ୍ରଫୁଲ୍ଲ ସୁନ୍ୟାନିଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ସୁନ୍ଦରଗଡ ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ଘଡାଇ, ଶ୍ରୀ ତରାଇ, ଶ୍ରୀ ସିଂ ଓ ଶ୍ରୀ ନାୟକ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପ୍ରଫୁଲ୍ଲ ସୁନ୍ୟାନି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

odishaelection2024 ଓଡିଶାନିର୍ବାଚନ2024 ସୁନ୍ଦରଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ଇବୋଲା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା

May 26, 2026

ରାଜଧାନୀରେ ବୁଲିଲା ଖଣ୍ଡା

May 25, 2026

ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍‌ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ର ପାଇଲେ ପଦ୍ମଶ୍ରୀ ପୁରସ୍କାର

May 25, 2026

LPG ଓ PNG ସେବା ଯୋଗାଣ ନିୟମକୁ କୋହଳ କଲେ କେନ୍ଦ୍ର ସରକାର

May 25, 2026
Latest News

କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହେବ କି? ସିଦ୍ଧରମୈୟା କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବେ

May 26, 2026

ଇବୋଲା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା

May 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

May 26, 2026

ମଙ୍ଗଳବାରରେ ଏହି ସାତୋଟି ରାଶି ହେବ ମାଲେମାଲ, ମିଳିବ ଅଦୃଶ୍ୟ ଶକ୍ତିର ସାହାଯ୍ୟ

May 26, 2026

ରାଜଧାନୀରେ ବୁଲିଲା ଖଣ୍ଡା

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.