ସଂରକ୍ଷିତ ଆସନରେ କେଉଁ ଦଳ କେତେ ଜିତିଛି

Published: Apr 15, 2024, 8:25 am IST

ଭୁବନେଶ୍ଵର: ୫୪୩ ଆସନ ବିଶିଷ୍ଟ ଲୋକସଭାରେ ୮୪ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବାବେଳେ ୪୭ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଏକଦା ଏହି ଆସନଗୁଡ଼ିକରେ କଂଗ୍ରେସର ଆଧିପତ୍ୟ ଥିଲା। ନବେ ଦଶକର ଶେଷବେଳକୁ ଆଞ୍ଚଳିକ ଦଳ ଓ ବିଜେପିର ଦଖଲ ସୁଦୃଢ଼ ହୋଇଥିଲା। ଗଣିତ ଏପରି ଯେ ସଂରକ୍ଷିତ ବର୍ଗର ଭୋଟ୍ ବିଭାଜିତ ହେଲେ ଅନ୍ୟ ବର୍ଗର ଭୋଟର ନିର୍ଣ୍ଣାୟକ ହୋଇଯାଆନ୍ତି। ସଂରକ୍ଷିତ ଆସନରେ କଂଗ୍ରେସ ନିଜର ଆଧିପତ୍ୟ ହରାଇବାରୁ ବିଜେପି ଏବଂ ଆଞ୍ଚଳିକ ଦଳଗୁଡ଼ିକ ବୃଦ୍ଧି ପାଇଲେ।

କେମିତି ଥିଲା ୨୦୧୪ ନିର୍ବାଚନ?

ବିଜେପି ୨୦୧୪ରେ ୬୬ଟି ସଂରକ୍ଷିତ ଆସନ ଜିତି ରେକର୍ଡ କରିଥିଲା।

୨୦୧୪ରେ ବିଜେପି ୪୦ଟି ଏସସି ଓ ୨୬ଟି ଏସଟି ଆସନ ରେ ବିଜୟୀ ହୋଇଥିଲା।

୧୯୯୧ ପରେ କୌଣସି ଦଳକୁ ଏତେ ସଂରକ୍ଷିତ ଆସନ ମିଳିନଥିଲା।

୨୦୧୪ ନିର୍ବାଚନରେ କଂଗ୍ରେସ ମାତ୍ର ୭ଟି ଏସସି ଓ ୫ଟି ଏସଟି ଆସନ ଜିତିପାରିଥିଲା।

ତୃଣମୂଳ କଂଗ୍ରେସ ୧୦ଟି ଏସସି ଓ ୨ଟି ଏସଟି ଆସନ ଜିତି ତୃତୀୟ ସ୍ଥାନରେ ରହିଥିଲା।

ସଂରକ୍ଷିତ ଲୋକସଭା ଆସନ

ଗଣତନ୍ତ୍ରରେ ଅଧାରୁ ଅଧିକ ଭୋଟ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କୌଣସି ଦଳ କେବେ ୫୦% ଭୋଟ୍ ପାଇଛନ୍ତି କି?

୨୦୧୯ ନିର୍ବାଚନରେ ବିଜେପି କେତେ ଦୂର ଯାଇଥିଲା?

୨୦୧୯ ନିର୍ବାଚନରେ ବିଜେପି ୭୭ଟି ସଂରକ୍ଷିତ ଆସନ ଜିତି ସବୁଠୁ ଆଗରେ ରହିଥିଲା।

୨୦୧୯ରେ ବିଜେପି ୪୬ଟି ଏସସି ଓ ୩୧ଟି ଏସଟି ଆସନରେ ବିଜୟୀ ହୋଇଥିଲା।

ଏହି ନିର୍ବାଚନରେ କଂଗ୍ରେସ ମାତ୍ର ୫ଟି ଏସସି ଓ ୪ଟି ଏସଟି ଆସନରେ ବିଜୟୀ ହୋଇପାରିଥିଲା।

ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ୫ଟି ଆସନରେ ବିଜୟୀ ହୋଇ ଟିଏମସି ତୃତୀୟ ସ୍ଥାନରେ ରହିଛି।

ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ ଓ ରାଜସ୍ଥାନରେ ସମସ୍ତ ସଂରକ୍ଷିତ ଆସନରେ ବିଜେପି ବିଜୟୀ ହୋଇଛି।

ଉତ୍ତରପ୍ରଦେଶରେ ବିଜେପି ୧୭ଟି ଏସସି ଆସନରୁ ୧୪ଟିରେ ବିଜୟୀ ହୋଇଥିଲା।

Related posts