Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲିକ୍
ଆଜିର ଖବର

୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲିକ୍

April 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଡିସେମ୍ବର ୨୦୨୩ ରେ କୁସ୍ତିରୁ ଅବସର ନେଇ ସାକ୍ଷୀ ମଲିକ୍ କ୍ରୀଡା ଜଗତରେ ଏକ ହଇଚଇ ସୃଷ୍ଟି କରିଥିଲେ। ବର୍ତ୍ତମାନ ଟାଇମ୍ସ ମାଗାଜିନ୍ ତାଙ୍କୁ ୨୦୨୪ ରେ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ନାମିତ କରିଛି। ଅଲିମ୍ପିକ୍ସ ଇତିହାସରେ କୁସ୍ତିରେ ପଦକ ଜିତିଥିବା ସାକ୍ଷୀ ହେଉଛନ୍ତି ପ୍ରଥମ ମହିଳା ରେସଲର। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସମଗ୍ର ବିଶ୍ୱରେ ଭାରତ ପାଇଁ ଗୌରବ ଆଣିଥିଲେ। ଗତ କିଛି ମାସ ଧରି ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଉପରେ ଅଭିଯୋଗ ଆଣି ସାକ୍ଷୀ ଖବରରେ ଥିଲେ।

ଟାଇମ୍ସ ମାଗାଜିନ ଦ୍ୱାରା ପ୍ରକାଶିତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବାରୁ ସାକ୍ଷୀ ମଲିକ ଖୁସି ବ୍ୟକ୍ତ କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, କ୍ରୀଡା ଜଗତ ସହିତ ଜଡିତ ଅନ୍ୟାନ୍ୟ କ୍ରୀଡ଼ାବିତ୍ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି, କିନ୍ତୁ ସାକ୍ଷୀ ମଲିକ୍ ହେଉଛନ୍ତି ଏକମାତ୍ର ଭାରତୀୟ ଖେଳାଳି ଯିଏକି ୨୦୨୪ ପାଇଁ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଭାରତୀୟଙ୍କ ବିଷୟରେ କହିବାକୁ ଗଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ମଧ୍ୟ ୨୦୨୪ ର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।

ସାକ୍ଷୀ ମଲିକ୍ ସମ୍ବାଦରେ କାହିଁକି?:

ସାକ୍ଷୀ ମଲିକଙ୍କ ସହ ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ଦୁଇଥର ବିଶ୍ୱ ରେସଲିଂ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ଭିନେଶ ଫୋଗାଟ ମଧ୍ୟ ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ଧାରଣାରେ ବସିଥିଲେ। ଅନେକ ଥର ଅଭିଯୁକ୍ତ ହୋଇଥିଲେ ମଧ୍ୟ ବ୍ରିଜ ଭୂଷଣ ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି। ଏହି ଅଭିଯୋଗ ଯୋଗୁଁ ବ୍ରିଜ ଭୂଷଣ ଫେଡେରେଶନରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ବ୍ରିଜ ଭୂଷଣଙ୍କ ସହକର୍ମୀ ସଞ୍ଜୟ ସିଂ ଏହି ପଦ ଗ୍ରହଣ କରିଥିଲେ।

sakshi malik
Share. Facebook Twitter LinkedIn Email WhatsApp Copy Link

Related Posts

ମିରଟରେ ନୀଳ ଡ୍ରମ୍ ହତ୍ୟାକାଣ୍ଡ ଘଟଣା: ସ୍ତ୍ରୀ ମୁସ୍କାନ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

October 14, 2026

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026
Latest News

ମିରଟରେ ନୀଳ ଡ୍ରମ୍ ହତ୍ୟାକାଣ୍ଡ ଘଟଣା: ସ୍ତ୍ରୀ ମୁସ୍କାନ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

October 14, 2026

ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 14, 2026

ଓଡ଼ିଶାରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତିର ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

October 14, 2026

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.