Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିରେ ଯୋଗ ଦେଲେ କନ୍ଧମାଳର ବିଜେପି ନେତା କମଳାକାନ୍ତ ପାଣ୍ଡେ
ଆଜିର ଖବର

ବିଜେଡ଼ିରେ ଯୋଗ ଦେଲେ କନ୍ଧମାଳର ବିଜେପି ନେତା କମଳାକାନ୍ତ ପାଣ୍ଡେ

April 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡ଼ିରେ ଯୋଗ ଦେଲେ କନ୍ଧମାଳର ବିଜେପି ନେତା କମଳାକାନ୍ତ ପାଣ୍ଡେ

ଭୁବନେଶ୍ୱର: କନ୍ଧମାଳର ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ଓ କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା କମଳାକାନ୍ତ ପାଣ୍ଡେଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ସାମନ୍ତ ଓ ଶ୍ରୀ ନାୟକ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ସାମନ୍ତ ଓ ଶ୍ରୀ ନାୟକ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କମଳାକାନ୍ତ ପାଣ୍ଡେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ କଂଗ୍ରେସ ନେତ୍ରୀ ବିଳାସିନୀ ନାୟକ, ରାଧାମୋହନ ମହାପାତ୍ର, ସମିତି ସଭ୍ୟ କାଳିପ୍ରସାଦ ନାୟକ, ରଂଜିତ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଜେରୁ ନାୟକ, ବୁଲୁ ନାୟକ, ମେରୁ ନାୟକ, ତୁମ୍ମୁ କାର୍ଜୀ ପ୍ରଧାନ, ସୋନାଲି ପ୍ରଧାନ, ଲୁସିମା ପ୍ରଧାନ, ଗୁରୁମଣି ନାୟକ, ସଂଗୀତା ପ୍ରଧାନ, ଲିଲିମା ପ୍ରଧାନ, ମିନତୀ ପ୍ରଧାନ, ନମନ୍ତୀ ପ୍ରଧାନ, ରେବିକା ପ୍ରଧାନ, ରିଙ୍କିନା ପ୍ରଧାନ, ପ୍ରଦୀପ ବେହେରା ଓ ନିରାକାର ବେହେରାଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

odishaelection2024 ଓଡିଶା ନିର୍ବାଚନ 2024 ବିଜେଡି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.