Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ସହ ସଂପର୍କ: ପଢନ୍ତୁ ସେହି ଅଲୌକିକ କଥା  
ଆଜିର ଖବର

ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ସହ ସଂପର୍କ: ପଢନ୍ତୁ ସେହି ଅଲୌକିକ କଥା  

April 23, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

କାକଟପୁର: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କାକଟପୁର ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଆରମ୍ଭ ହୋଇଯାଇଛି। ତେବେ ମା’ ଙ୍କର ଏହି ଝାମୁ ଯାତ୍ରା କେଉଁ ଅନାଦୀ କାଳରୁ ପାଳିତ ହୋଇଆସୁଛି। ହେଲେ ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ସହ ମହାପ୍ରଭୁ ଜଗନ୍ନାଥଙ୍କ ସଂପର୍କ ରହିଛି। ଏହାର ଏକ କିମ୍ବଦନ୍ତୀ ରହିଛି, ଯାହାକୁ ନେଇ ଭକ୍ତ ଅଗୋଚର ଅଛନ୍ତି। ଆସନ୍ତୁ ଜାଣିବା ଏହି ଅଲୌକିକ କଥା

ଏକଦା ବର୍ଷେ ଗୋବିନ୍ଦ ଦ୍ଵାଦଶୀ ବୁଡ ପୁରୀରେ ଅନୁଷ୍ଠିତ ହେବାର ଥିଲା, ସେହି ବର୍ଷ ରାଜା ଯଯାତି କେଶରୀ (ରାଜଧାନୀ ଥିଲା ଯାଯପୁର) ଗୋବିନ୍ଦ ଦ୍ଵାଦଶୀ ବୁଡ ଅବସରରେ ମହୋଦଧିରେ ବୁଡ ପକାଇବା ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ। ତେବେ ବୁଡ ପରେ ତୀର୍ଥ ନିକଟସ୍ଥ ଦେବତାଙ୍କୁ ଦର୍ଶନ କରିବାର ବିଧି ଥିବା ହେତୁ ଶ୍ରୀମନ୍ଦିରକୁ ଯାଇ ଦେଖନ୍ତେ ରତ୍ନ ସିଂହାସନ ଖାଲି ପଡିଥିଲା। ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହ ସୋନପୁରର କୋଟସମଲାଏ ଠାରେ ୧୪୪ ବର୍ଷ ଧରି ପାତାଳୀ ହୋଇଥିଲେ।

ସେହି ସମୟରେ ଯଯାତି କେଶରୀ ତତ୍କାଳୀନ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ ମହାପ୍ରଭୁଙ୍କ ଶ୍ରୀବିଗ୍ରହମାନଙ୍କୁ ଉଦ୍ଧାର କରିବା ନେଇ ଚେଷ୍ଟାରତ ହେଲେ। ତେବେ ପାତାଳୀରୁ ଉଦ୍ଧାର କରିବା ପରେ ଶ୍ରୀବିଗ୍ରହମାନେ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲେ। ତେଣୁ ନବକଳେବର ପ୍ରକ୍ରିୟାର ଭିତ୍ତିଭୂମି ଏହିଠାରୁ ହିଁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ନବକଳେବର ନିମନ୍ତେ ନିମ୍ବ କାଠର ଆବଶ୍ୟକତା ପଡିଲା। ସେହି ସମୟରେ ପ୍ରାଚୀ ଉପତ୍ୟକା ଅତ୍ୟନ୍ତ ସମୃଦ୍ଧ ଥିଲା ଏବଂ ଏହାର ପଠାରେ ବହୁଳ ପରିମାଣରେ ନିମ୍ବ ବୃକ୍ଷ ଥିଲା।

ପ୍ରାଚୀ ତୀର୍ଥର ଅଧୀଶ୍ବରୀ ମା’ ମଙ୍ଗଳା ସେଠାରେ ପୂଜା ପାଉଥିଲେ। ତେବେ ଶଙ୍କରାଚାର୍ଯ୍ୟ ନବକଳେବର କରିବା ଉଦ୍ଦେଶ୍ୟରେ ମା’ ମଙ୍ଗଳାଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା କରି ଉକ୍ତ ସ୍ଥାନରୁ ନିମ୍ବ କାଠ କାଟି ଆଣି ଦାରୁ ନିର୍ମାଣ କରିବା ପାଇଁ ସ୍ଥିର କଲେ।

ପରବର୍ତ୍ତୀ ସମୟରେ ଜଣା ପଡିଲା ଯେ ମା’ ମଙ୍ଗଳା ପ୍ରାଚୀ ନଦୀରେ ଆସିଥିବା ବନ୍ୟା ପାଣି ରେ ଭାସିଯାଇଛନ୍ତି ଓ ତାଙ୍କର ପୂର୍ବତନ ପୂଜାସ୍ଥଳ ଦେଉଳି ମଠରେ ଆଉ ନାହାଁନ୍ତି। ତେଣୁ ମା ମଙ୍ଗଳାଙ୍କୁ ଉଦ୍ଧାର କରିବା ପାଇଁ ତତ୍କାଳୀନ ଗଜପତିଙ୍କ ନିର୍ଦ୍ଦେଶାନୁଶାରେ ହଟ ଓ ବଟ ଦୀକ୍ଷିତ ବୋଲି ଦୁଇ ତାନ୍ତ୍ରିକଙ୍କୁ କାକଟପୁରର ପ୍ରାଚୀ ଉପତ୍ୟକାରୁ ମଙ୍ଗଳାଙ୍କ ଅନ୍ୱେଷଣ ନିମନ୍ତେ ପ୍ରେରିତ କରାଗଲା। ସେମାନେ ସେଠାକୁ ଯାଇ ଉକ୍ତ ଗ୍ରାମର ଗ୍ରାମଦେବତୀ କାକଟେଇ ଙ୍କ ନିକଟରେ ମା’ ମଙ୍ଗଳାଙ୍କ ଉଦ୍ଧାର ନିମନ୍ତେ କୃପା ଭିକ୍ଷା କଲେ।

କାକଟେଇ ତାଙ୍କ ଉପରେ ପ୍ରସନ୍ନ ହୋଇ ନିଜେ ଗ୍ରାମର ଗ୍ରାମଦେବତୀ ହେବେ ବୋଲି ତାଙ୍କ ଠାରୁ ବଚନ ନେଇ ମଙ୍ଗଳା ପ୍ରାଚୀ ନଦୀରେ ବୁଡିକି ଅଛନ୍ତି ବୋଲି ତାଙ୍କୁ ସ୍ୱପ୍ନାଦେଶ କଲେ। ଯେହେତୁ ମଙ୍ଗଳା ପ୍ରାଚୀ ନଦୀରେ ବୁଡିକି ଥିଲେ ତେଣୁ ଚୈତ୍ର ମାସର ପ୍ରଥମ ପାଳି ମଙ୍ଗଳବାରରେ ହଟ ଓ ବଟ ଦୀକ୍ଷିତ ପ୍ରାଚୀରୁ ପାଣି ତୋଳି ମା’ ଙ୍କର ଆବାହନ କରିଥିଲେ। କିନ୍ତୁ ସେଠାରେ ମା’ ଙ୍କର କୌଣସି ସନ୍ଧାନ ମିଳିଲା ନାହିଁ। ଏହିପରି ଭାବେ ଚାରିପାଳି ଅନ୍ତ ହେଲେ ମଧ୍ୟ ମା’ ମଙ୍ଗଳାଙ୍କ ଆବିର୍ଭାବର କୌଣସି ସଙ୍କେତ ମିଳିଲା ନାହିଁ। ଏଣେ ଦାରୁ ଅନ୍ୱେଷଣ ପାଇଁ ବନଯାଗଯାତ୍ରୀ ମାନେ ଶ୍ରୀକ୍ଷେତ୍ର ରୁ ଆସିଗଲେଣି।

ତେବେ ଚୈତ୍ର ଶେଷ ପାଳି ମଙ୍ଗଳବାର ଦିନ ହଟ ଓ ବଟ ଦୀକ୍ଷିତ ରାଜଦଣ୍ଡ ଭୟରେ କାକଟେଇଙ୍କ ସମ୍ମୁଖରେ ଅଗ୍ନିଗାଡ କରି ନିଜକୁ ଝାସ ଦେବାକୁ ପ୍ରସ୍ତୁତ ହୁଅନ୍ତେ କଲ୍ୟାଣମୟୀ ଭକ୍ତବତ୍ସଳା ଭଗବତୀ ମଙ୍ଗଳା ପ୍ରାଚୀ ନଦୀରୁ ଆବିର୍ଭାବ ହୋଇ ନିଜ ଭକ୍ତଙ୍କୁ ତାଙ୍କର ଠିକଣା ଦେଲେ ଏବଂ ମା’ ଙ୍କର ମୂର୍ତ୍ତିର ପୁନରୁଦ୍ଧାର କରାଗଲା। ଏହା ହିଁ ମା’ ଙ୍କ ଚଇତି ଯାତ ବା ଝାମୁଯାତର କିମ୍ବଦନ୍ତୀ।

ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ଏକ କାଷ୍ଠ ମଣ୍ଡପରେ ମା’ ମଙ୍ଗଳାଙ୍କୁ ସ୍ଥାପନା କରାଗଲା। ମଙ୍ଗଳପୁର ଗ୍ରାମର ଗ୍ରାମଦେବତୀ ହେଉଛନ୍ତି ମା’ ଦକ୍ଷିଣଚଣ୍ଡୀ।

ଆଜି ମଧ୍ୟ ଶାରଳା ପୀଠ ରୁ ଆସିଥିବା ପାଟୁଆମାନେ ପ୍ରଥମ ଚାରିପାଳି ଘଟ ସାହାଯ୍ୟରେ ପ୍ରାଚୀ ନଦୀରୁ ପାଣି ତୋଳି ମା’ ଙ୍କ ଆଜ୍ଞାମାଳ ପାଇ ମା’ ଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିଥାନ୍ତି ଏବଂ ଶେଷ ପାଳିରେ ଅଗ୍ନି ଗର୍ତ୍ତରେ ରଡ ନିଁଆ ଉପରେ ଚାଲି ମା’ ଙ୍କ ନିକଟରେ ନିଜ ଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥାନ୍ତି।

ଓଡିଆ ଜାତିର ଅସ୍ମିତା ହେଲେ ମହାପ୍ରଭୁ ଓ ଓଡିଆ ଜାତିର ପରିଚୟ ହେଲେ ମହାପ୍ରଭୁ। ତାଙ୍କ କ୍ରିୟାଶକ୍ତି ସମସ୍ତ ଅଷ୍ଟକୀଳଶକ୍ତି ମାନଙ୍କ ମଧ୍ୟରୁ ମା’ ମଙ୍ଗଳା ହେଉଛନ୍ତି ଅନ୍ୟତମା।

ତନ୍ତ୍ରସାର ଅନୁସାରେ – “ମଙ୍ଗଳା ସର୍ବଶୁଭଦା ପ୍ରାଚୀ ନଦୀ ତଟେ ସ୍ଥିତା।”

ସେ ପରଂବ୍ରହ୍ମଙ୍କ ସହଚରୀ ଓ ସହଯୋଗୀ ହୋଇଥିବା ହେତୁ ମଙ୍ଗଳା ହେଉଛନ୍ତି ପରାଶକ୍ତି। ତେବେ ଏ ଜାତି ମହାପ୍ରଭୁଙ୍କୁ ଛାଡି କେବେ ତିଷ୍ଠି ପାରିନି। ଏ ଜାତିର ସମସ୍ତ ପର୍ବପର୍ବାଣୀ ଓ ଶୁଭକର୍ମରେ ମହାପ୍ରଭୁଙ୍କ ସଂଶ୍ଲିଷ୍ଟ ହେବା ବିଧେୟ। ତେବେ ମା’ ମଙ୍ଗଳା ବା ଏଥିରୁ ବାଦ୍ ପଡିଥାନ୍ତେ କେମିତି!

ତେଣୁ ଆଜି ମା’ ମଙ୍ଗଳାଙ୍କ ଝାମୁଯାତ୍ରା ମହାପ୍ରଭୁଙ୍କ ସେହି ଗୌରବମୟ ଗାଥାକୁ ବହନ କରେ।

ମହାପ୍ରଭୁଙ୍କ ସେହି ଗୌରବମୟ ଗାଥାକୁ ବହନ କରେ ମା’ ମଙ୍ଗଳାଙ୍କ ଝାମୁଯାତ୍ରା

ମହାପ୍ରଭୁ ଜଗନ୍ନାଥ ମା ମଙ୍ଗଳା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.