Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାଗଡ଼: ବିଜେଡିର ବିରାଟ ମିଶ୍ରଣ ପର୍ବ, ଚିନ୍ତାରେ ବିରୋଧୀ
ଆଜିର ଖବର

ନୟାଗଡ଼: ବିଜେଡିର ବିରାଟ ମିଶ୍ରଣ ପର୍ବ, ଚିନ୍ତାରେ ବିରୋଧୀ

May 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିରୋଧୀ ଦଳର ୧୮୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ବିରୋଧୀ ଦଳର ବହୁ ପୁରୁଖା କର୍ମୀମାନେ ବିଜେଡିରେ ଯୋଗ ଦେଉଛନ୍ତି। ଯେଉଁଥିପାଇଁ ଚିନ୍ତାରେ ପଡିଛି ବିରୋଧୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି। ଯୁବ ଶକ୍ତିକୁ ନେଇ କରାଯାଇଥିବା ଫ୍ଲାଗ ମାର୍ଚ୍ଚ ବିରୋଧୀଙ୍କୁ ଶକ୍ତ ଝଟ୍‌କା ଦେଇଛି। ୧୦ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଏଥିରେ ସାମିଲ ହୋଇଥିଲେ।

ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି କିପରି ଦିନକୁ ଦିନ ଶକ୍ତିଶାଳୀ ହେଉଛି ଏହାର ନମୁନା ଦେଖିବାକୁ ମିଳୁଛି। ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ମୁଥାଗାଡିଆ ପଞ୍ଚାୟତ କ୍ଷେତ୍ରିବରପୁରର ୩୧ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି। ଏଥି ସହିତ କାଳିକାପ୍ରସାଦ ପଞ୍ଚାୟତର ଆଡ଼ଚେର ଗ୍ରାମର ୩୨ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

କ୍ଷେତ୍ରିବରପୁର ଗ୍ରାମର ଶିଶିର କୁମାର ମହାପାତ୍ର, ମାନସ ଦଳେଇ, କୈଳାସ ଜେନା, ଦିପୁ ବରାଡ଼, ଆଲୋକ ବରାଡ଼, ରବିନ୍ଦ୍ର ବରାଡ଼, ଲକ୍ଷ୍ମୀଧର ପ୍ରଧାନ, ବିକାଶ ସ୍ୱାଇଁ, ଟୁନା ପ୍ରଧାନ, କୈଳାସ ପ୍ରଧାନ, ମାନସ ବରାଡ଼, ରୁଦ୍ର ବରାଡ଼, କପିଳାସ ବେହେରା, କାହ୍ନୁ ପ୍ରଧାନ, କାହ୍ନୁ ଜେନା, କାର୍ତିକ ବରାଡ଼, ଲିଟନ ଜେନା, ବାପିନି ପ୍ରଧାନ, ମନୋଜ କୁମାର ପ୍ରଧାନ, ଚିତରଞ୍ଜନ ଜେନା, ପ୍ରମୋଦ କୁମାର ଜେନା, ଦେବାଶିଷ ମହାପାତ୍ର, ସ୍ୱାଧୀନ ଜେନା, ସୋନୁ ଜେନା, ସନାତନ ସ୍ୱାଇଁ, ହରମୋହନ ପ୍ରଧାନ, ତୋଫାନ ଜେନା, ବିକ୍ରମ ସ୍ୱାଇଁ, ବିକାଶ ଦଳେଇ, ରାମଚନ୍ଦ୍ର ଜେନା ଓ ଚନ୍ଦନ ଜେନା ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି।

ସେହିପରି ଭାବେ କାଳିକାପ୍ରସାଦ ଗ୍ରାମ ପଞ୍ଚାୟତ ଆଡ଼ଚେର ଗ୍ରାମର ଆଦିତ୍ୟ ବିଶ୍ୱାଳ, କାର୍ତିକ ପରିଡ଼ା, ସଞ୍ଜୟ କୁମାର ସ୍ୱାଇଁ, ବିଜୟ କୁମାର ସ୍ୱାଇଁ, ବିଜୟ କୁମାର ମହାନ୍ତି, ମିଟୁ ବେହେରା, ସନାତନ ସ୍ୱାଇଁ, ଲକ୍ଷ୍ମୀଧର ସ୍ୱାଇଁ, ସନ୍ତୋଷ କୁମାର ମହାନ୍ତି, ସୁବଳ ବିଶ୍ୱାଳ, ବିକାଶ ଲେଙ୍କା, ପ୍ରଦୀପ କୁମାର ବିଶ୍ୱାଳ, ଜୟକୃଷ୍ଣ ସ୍ୱାଇଁ, ବିରଞ୍ଚି ସ୍ୱାଇଁ, ଗଙ୍ଗାଧର ମହାନ୍ତି, ବନମାଳି ମହାନ୍ତି, ଛାଟିଆ ମହାନ୍ତି, ନାରାୟଣ ବିଶ୍ୱାଳ, ପ୍ରଫୁଲ୍ଲ କୁମାର ମହାନ୍ତି, ଲକ୍ଷ୍ମୀଧର ସ୍ୱାଇଁ, ଶ୍ରୀଧର ମହାନ୍ତି, ଅକ୍ଷୟ କୁମାର ମହାପାତ୍ର, ବିଜୟ କୁମାର ପରିଡ଼ା, ଆଦିତ୍ୟ ବିଶ୍ୱାଳ, ଏକାଦଶୀ ବିଶ୍ୱାଳ, ନିରଞ୍ଜନ ଲେଙ୍କା, ପ୍ରଫୁଲ୍ଲ କୁମାର ମହାନ୍ତି, କୁଳମରି ମହାନ୍ତି, ସଦାଶିବ ବିଶ୍ୱାଳ, ପ୍ରଦୀପ୍ତ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ଭଟ୍ଟ ଓ କାଳିଆ ମହାନ୍ତି ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବରିଷ୍ଠ ବିଜେଡି ନାରୀ ନେତ୍ରୀ ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସୁବାଷ କଅଁର, ମୁଥାଗାଡିଆ ସରପଞ୍ଚ ସୁଶାନ୍ତ ପ୍ରଧାନ ଓ ସମିତି ସଭ୍ୟ ଦିଲ୍ଲୀପ କୁମାର ହାତୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ଡ. ଅରୁଣ କୁମାର ସାହୁ ଜିନ୍ଦାବାଦ, ଅରୁପ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ, ଯୋଡ଼ି ଶଙ୍ଖ ଜିନ୍ଦାବାଦ ଓ ଆମ ପାଇଁ ବଡ଼ ଆମ ନୟାଗଡ଼ ର ନାରା ଦେଇଥିଲେ। ଆଗାମୀ ଦିନରେ ବିଜୁ ଜନତା ଦଳକୁ ଅଧୀକ ଶକ୍ତିଶାଳୀ କରିବା ପାଇଁ ପ୍ରକାଶ କରିଥିଲେ।

ନୟାଗଡ ବିଜେଡି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ

October 4, 2026

ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ

October 4, 2026
Latest News

ଶଶି ଥରୁରଙ୍କୁ ପୁଣି ମିଳିଲା ବୈଦେଶିକ ବ୍ୟାପାର ଦାୟିତ୍ୱ

October 4, 2026

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.