Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିରେ ଯୋଗଦେଲେ ଗତ ନିର୍ବାଚନର କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମ
ଆଜିର ଖବର

ବିଜେଡ଼ିରେ ଯୋଗଦେଲେ ଗତ ନିର୍ବାଚନର କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମ

May 6, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡ଼ିରେ ଯୋଗଦେଲେ ଗତ ନିର୍ବାଚନର କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମ

ଭୁବନେଶ୍ୱର: କେନ୍ଦୁଝର ସଂସଦୀୟ କ୍ଷେତ୍ରର ୨୦୧୯ ସାଧାରଣ ନିର୍ବାଚନର କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମ ଓ କଂଗ୍ରେସ ନେତା କୈଳାସ ମହନ୍ତ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ତେଲକୋଇ ଓ କେନ୍ଦୁଝର ସଦର ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ମୋହନ ହେମ୍ବ୍ରମ ଓ କୈଳାସ ମହନ୍ତଙ୍କୁ ଡକ୍ଟର ପାତ୍ର, ଶ୍ରୀ ପାଇକରାୟ ଓ ଶ୍ରୀ ଚକ୍ରବର୍ତ୍ତୀ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ମୋହନ ହେମ୍ବ୍ରମଙ୍କ ଯୋଗଦାନ ଫଳରେ ବିଶେଷକରି କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ପାଇକରାୟ ଓ ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ମୋହନ ହେମ୍ବ୍ରମ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି।

ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

BJD Joining ଓଡିଶା ନିର୍ବାଚନ 2024 ବିଜେଡି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026

୫୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ କର୍ଣ୍ଣେଲ

May 20, 2026
Latest News

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026

୫୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ କର୍ଣ୍ଣେଲ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.