Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୋଡ଼ି ଶଙ୍ଖ ଓ ୬୦ ହଜାର ବ୍ୟବଧାନ ଆହ୍ୱାନ ଦେଲେ ପାଣ୍ଡିଆନ
ଆଜିର ଖବର

ଯୋଡ଼ି ଶଙ୍ଖ ଓ ୬୦ ହଜାର ବ୍ୟବଧାନ ଆହ୍ୱାନ ଦେଲେ ପାଣ୍ଡିଆନ

May 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୟାଗଡ଼ (ସୁଧାକର ମିଶ୍ର): ଓଡ଼ଗାଁଠାରେ ବିଜୁ ଜନତା ଦଳର ବିଶାଳ ପ୍ରଚାର ସଭାରେ ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍ ଯୋଗ ଦେଇ ୬୦ ହଜାର ବ୍ୟବଧାନ ପାଇଁ ଆହ୍ୱାନ ଦେଇଛନ୍ତି। ଯୋଡ଼ି ଶଙ୍ଖରେ ଭୋଟ ଦେଇ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ପ୍ରଚାର ସଭାରେ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନଙ୍କ ବାର୍ତ୍ତାକୁ ଉପସ୍ଥାପନ କରିଛନ୍ତି।

ନୟାଗଡ଼ ବିଧାୟକ ଡ. ସାହୁ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ମିଶନ ଶକ୍ତିକୁ ବନ୍ଦ କରିବାକୁ ବିରୋଧି ଚକ୍ରାନ୍ତ ଚଳାଇଥିବା କହିଛନ୍ତି। ବିଏସକେୱାଇ ଯୋଜନାକୁ ମଧ୍ୟ ବନ୍ଦ କରିବାକୁ ବିରୋଧି ଷଡ଼ଯନ୍ତ୍ର ଚଳାଇଛନ୍ତି। ଓଡ଼ଗାଁ ବାସୀ ଏହାକୁ ବିଚାର କରିବାକୁ ବିଧାୟକ ଡ. ସାହୁ ନିବେଦନ କରିଛନ୍ତି। ଏହା ସହିତ ମୁଁ ଏ ମାଟିର ଶ୍ରେଷ୍ଠ ମୁଲିଆ ବୋଲି କହିଛନ୍ତି।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ସେବାକୁ ଗୁରୁତ୍ୱ ଦେଇ ଆସିଥିବା ଏବଂ ଆଗାମୀ ଦିନରେ ସେବା ପାଇଁ ସୁଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି। ଷ୍ଟାର ପ୍ରଚାରକ ଶ୍ରୀଯୁକ୍ତ ପାଣ୍ଡିଆନ୍ ନୟାଗଡ଼ ବିକାଶର ଚିଠା ଖୋଲିବା ସହ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶିବାଦ କରିବାକୁ ଆପଣଙ୍କୁ ସୁଯୋଗ ମିଳିଛି। ଶଙ୍ଖ ଚିହ୍ନରେ ଭୋଟ ଦେଇ ଆର୍ଶିବାଦ କରନ୍ତୁ ବୋଲି କହିଛନ୍ତି। ୨୦୧୪ରେ ଗୋଟିଏ ରାଜନୈତିକ ଦଳ ୨ କୋଟି ଚାକିରୀ ଦେବାକୁ କହିଥିଲେ। କେତେ ଚାକିରୀ ଦେଇଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ପ୍ରେଟୋଲ ଓ ଡିଜେଲ ଦର କମ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି। ଧାନ ଏମଏସପି ମୁଲ୍ୟ ଦୁଇ ଗୁଣା କରିବାକୁ କହିଥିଲେ। ୧୦ ବର୍ଷ କ୍ଷମତାରେ ରହି ଏମଏସପି ବୃଦ୍ଧି କରି ପାରିଲେ ନାହିଁ, ଏବେ ନିର୍ବାଚନ ସମୟରେ ମୋନିଫେଷ୍ଟରେ ଧାନ କ୍ୱିଣ୍ଟାଲ ମୁଲ୍ୟ ୩ ହଜାର କରିବାକୁ କହିଛନ୍ତି।

ଏହା ସହିତ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରାର୍ଥୀ ୬୦ ହଜାର ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ପାଣ୍ଡିଆନ୍ ଆହ୍ୱାନ ଦେଇଥିଲେ। ଏହି ପ୍ରଚାର ସଭାରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ ପ୍ରମୂଖ ଉପସ୍ଥିତ ରହିଥିଲେ। ବିଜୁ ଜନତା ଦଳ ବ୍ଲକ ସଭାପତି ସୂର୍ଯ୍ୟନାରାୟଣ ଚୈାଧୁରୀ, ଦିବାକର ନାୟକ, ବିଭୂପ୍ରସାଦ ସାହୁଙ୍କ ସମେତ ଓଡ଼ଗାଁ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ଉପସ୍ଥିତ ରହିଥିଲେ। ଏହି ପ୍ରଚାର ସଭାରେ ୧୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ସମାଗମ ହୋଇଥିଲା।

ଅରୂପ ପଟ୍ଟନାୟକ ଇରାନୀ ରାୟ କାର୍ତ୍ତିକ ପାଣ୍ଡିଆନ୍‌ ନୟାଗଡ ଶୁଭାଶିଷ ଖୁଣ୍ଟିଆ
Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026
Latest News

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026

ଶିଳ୍ପମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ

March 18, 2026

ସୁଲଭ ଦରରେ ଅତି ଗରିବ ଲୋକଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ: ରେଳ ମନ୍ତ୍ରୀ

March 18, 2026

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.