Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନ ପ୍ରଚାରକୁ ଜୋରଦାର କଲା ବିଜେଡ଼ି: ଟାଙ୍ଗୀରେ ଭୋଟ ଭିକ୍ଷା କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ
ଆଜିର ଖବର

ନିର୍ବାଚନ ପ୍ରଚାରକୁ ଜୋରଦାର କଲା ବିଜେଡ଼ି: ଟାଙ୍ଗୀରେ ଭୋଟ ଭିକ୍ଷା କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

May 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ପ୍ରଚାରକୁ ଜୋରଦାର କରିଛି ବିଜେଡି। ଟାଙ୍ଗୀ ବ୍ଲକର ଭୂଷଣ୍ଡପୁର, ବାଲିପାଟପୁର, କନ୍ତଳବାଇ, ଉଜ୍ଜଳା ଗୋପୀନାଥ ପୁର, ସୁନ୍ଦର ପୁର, ମଙ୍ଗଳା ଯୋଡି ଓ ଟାଙ୍ଗୀ ଠାରେ ମାରାଥନ ପ୍ରଚାର କରିଛି ବିଜେଡି।

ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଜୋରଦାର କରିଛନ୍ତି ପ୍ରଚାର। ଉଭୟ ପ୍ରାର୍ଥୀ ଭୂଷଣ୍ଡ ପୁରରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପ୍ରଚାର କାର୍ଯ୍ୟ। ମନ୍ମଥ ରାଉତରାୟଙ୍କ ସହ ରାଜେନ୍ଦ୍ର ସାହୁ ଏକ ଖୋଲା ଜିପ ରେ ବୁଲି ବୁଲି ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମସ୍ତ କାର୍ଯ୍ୟକାରୀ ଯୋଜନାର ସଫଳ ରୂପାୟନ ବର୍ଣ୍ଣନା କରିଥିଲେ। ଭୂଷଣ୍ଡପୁର ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ଦୀର୍ଘ ୨୦ କିଲୋମିଟର ପର୍ଯ୍ୟନ୍ତ ସାମିଲ ହୋଇଥଲେ ହଜାର ହଜାର କର୍ମୀ।

ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡର ଅଟକଳକୁ ବୃଦ୍ଧି କରିବାକୁ ଦେଇ ଥିବା ଇସ୍ତାହାର ଓ ଇଲେକ୍ଟ୍ରି ବିଲ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଛାଡ, ମହିଳା SHG ମାନଙ୍କୁ ସୁଧ ଛାଡ ଏପରି ବହୁ ନିର୍ବାଚନୀ ଇସ୍ତାହାର ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।

ଟାଙ୍ଗୀ ଏନଏସି ରେ ଶୋଭାଯାତ୍ରା ପହଞ୍ଚିବା ପରେ ଟାଙ୍ଗୀ ଦୁଲଣା ସାହିର ବାସିନ୍ଦା ମାନେ ଉଭୟ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ପୁଷ୍ପ ହାର ଦେବା ସହ ଉତ୍ତରୀୟ ପ୍ରଦାନ କରି ନବୀନ ସରକାରଙ୍କ ଶୁଭ ମନାସି ଥିଲେ। ଯୋଡି ଶଙ୍ଖରେ ଭୋଟ ଦେଇ ଜିତାଇବାକୁ ଜନତାଙ୍କୁ ଉଭୟ ପ୍ରାର୍ଥୀ ନିବେଦନ କରିଥିଲେ।

ଏଥିରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇ ତାଙ୍କର ବିଜୟ କାମନା କରିବା ସହିତ କିପରି ବିପୁଳ ଭୋଟରେ ଉଭୟଙ୍କୁ ଜିତାଇବେ, ସେଥିପାଇଁ ଶପଥ ନେଇଥିଲେ।

ଏହି ପ୍ରଚାର କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ୱଦେଶ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ।

ଖୋର୍ଦ୍ଧା ଟାଙ୍ଗୀ ବିଜେଡି ବିଧାୟକ ପ୍ରାର୍ଥୀ ମନ୍ମଥ ରାଉତରାୟ ରାଜେନ୍ଦ୍ର କୁମାର ସାହୁ ସାଂସଦ ପ୍ରାର୍ଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.