Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆପଣଙ୍କ ବୋଝକୁ ହାଲୁକା କରିବେ ନବୀନ ବାବୁ: ରଣପୁରରେ କହିଲେ ଭି.କେ.ପାଣ୍ଡିଆନ
ଆଜିର ଖବର

ଆପଣଙ୍କ ବୋଝକୁ ହାଲୁକା କରିବେ ନବୀନ ବାବୁ: ରଣପୁରରେ କହିଲେ ଭି.କେ.ପାଣ୍ଡିଆନ

May 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି ଭି.କେ.ପାଣ୍ଡିଆନ। ରଣପୁର ପଞ୍ଚୁଦୋଳ ପଡ଼ିଆଠାରେ ଏକ ବିରାଟ ଜନ ସମାବେଶରେ ଉଦବୋଧନ ଦେଇଛନ୍ତି ଭି.କେ.ପାଣ୍ଡିଆନ। ପୁରୀ ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ରଣପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ (ବାଦଲ) ଙ୍କୁ ଯୋଡ଼ି ଶଙ୍ଖ ଚିହ୍ନରେ ମୋହର ମାରିବା ପାଇଁ ନିବେଦନ କରିଛନ୍ତି।

ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ଘଣ୍ଟା ଅହରହ ପରିଶ୍ରମ କରୁଛନ୍ତି। ନବୀନ ବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଯାହା ସାରା ଭାରତ ବର୍ଷରେ ରେକର୍ଡ ସୃଷ୍ଟି କରିବ। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଶପଥ ଦିନ ଆପଣ ମାନଙ୍କ ବୋଝକୁ ନବୀନ ବାବୁ ହାଲୁକା କରିବେ। ନବୀନ ବାବୁ ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି ଛାଡ କରିବେ। ଯେଉଁଥିରେ ରାଜ୍ୟର ୯୦ ଭାଗ ଲୋକ ଉପକୃତ ହେବେ।

ଦ୍ୱିତୀୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯେଉଁ ମାନେ ପାଇନାହାନ୍ତି ସମସ୍ତଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବେ। ତୃତୀୟରେ ମିଶନ ଶକ୍ତି ମା’ ମାନେ ବିଗତ ଦିନରେ ନବୀନ ବାବୁଙ୍କୁ ଭେଟି ପେନସନ ବାବଦରେ ଆଲୋଚନା କରିଥିଲେ। ମିଶନ ଶକ୍ତି ମା’ ମାନଙ୍କୁ ପେନସନ ଯୋଗାଇ ଦିଆଯିବ ବୋଲି ପାଣ୍ଡିଆନ ପ୍ରକାଶ କରିଥିଲେ। ଏଥି ସହିତ ଯୁବକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ ରଖିଛନ୍ତି। ଯୁବକ ମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ପ୍ରତ୍ୟେକ ଛାତ୍ର ମାନେ ପ୍ରତି ବର୍ଷ ୧୨ ହଜାର ଟଙ୍କା ପାଇବେ। ଏଥି ସହିତ ଛାତ୍ରୀ ମାନେ ୧୪ ହଜାର ଟଙ୍କା ପାଇବା ପାଇଁ ଯୋଜନା ରଖିଛନ୍ତି।

ଭି.କେ.ପାଣ୍ଡିଆନ ପ୍ରଥମରୁ ଜୟ ଜଗନ୍ନାଥ, ଜୟ ମଣିନାଗ ଅଭିଭାଷଣ ରଖିଥିଲେ। ସାଧାରଣ ଜନତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ମଣିନାଗ ମନ୍ଦିର ପାଇଁ ୪ କୋଟି ଟଙ୍କା ଦିଆଯାଇଥିବା ବେଳେ ତଳ ମଣିନାଗ ପାଇଁ ୩ କୋଟି ଟଙ୍କା ଓ ଜଗନ୍ନାଥ ମନ୍ଦିରର ରୁପାନ୍ତରିତ ପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସୁଚନା ଦେଇଥିଲେ। ସେ ସାଧାରଣ ଜନତାଙ୍କୁ କାଳିଆ ଯୋଜନା କିଏ ଦେଉଛି, ମିଶନ ଶକ୍ତି କିଏ କରିଛି, ମମତା ଯୋଜନା କିଏ କରିଛି, ୫-ଟି ସ୍କୁଲ ରୁପାନ୍ତରିତ କିଏ କରିଛି ଓ ନବୀନ ବାବୁଙ୍କ ଚିହ୍ନ କଣ ବୋଲି ଉତ୍ତର ଦେଇଥିଲେ। ସାଧାରଣ ଜନତା ସବୁ ମୁଖ୍ୟମନ୍ତ୍ରୀ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ନବୀନଙ୍କର ହେଉଛି ଶଙ୍ଖ ଚିହ୍ନ ବୋଲି ମହିଳା ମାନେ ଉତ୍ତର ରଖିଥିଲେ।

ଏହି ଅବସରରେ ରଣପୁର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରିଥିଲେ। ନବୀନ ପଟ୍ଟନାୟକ ସରକାରଙ୍କର ସମସ୍ତ ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ। ମୁଁ ଜଣେ ଚାଷୀ ଘରର ପୁଅ, ଆପଣ ମାନଙ୍କୁ ନେହୁରା ହୋଇ ଭୋଟ ଭିକ୍ଷା କରୁଛି। ମୋତେ ତୃତୀୟ ଥର ଭାବେ ବିଧାୟକ ଭାବେ ନିର୍ବାଚିତ କରିବା ପାଇଁ ଆପଣ ମାନଙ୍କୁ କୋଟି କୋଟି ପ୍ରଣାମ କରୁଛି ବୋଲି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାଂସଦ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ଦେବା ସହ ଆପଣଙ୍କର ପ୍ରିୟ ବାଦଲ ଭାଇ ଓ ମୋତେ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

ଏହି ବିରାଟ ସମାବେଶରେ ହଜାର ହଜାର ମହିଳା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଏହି ସମାବେଶରେ ୨୫ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗ ଦେଇଥିଲେ।

arup pattanaik BJD election 2024 naveen pattanaik ranpur vk pandian
Share. Facebook Twitter LinkedIn Email WhatsApp Copy Link

Related Posts

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026
Latest News

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.