Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ସାଧାରଣ ପର୍ଯ୍ୟବେକ୍ଷକଙ୍କ ଏମସିଏମସି କେନ୍ଦ୍ର ପରିଦର୍ଶନ
ଆଜିର ଖବର

ଖୋର୍ଦ୍ଧା: ସାଧାରଣ ପର୍ଯ୍ୟବେକ୍ଷକଙ୍କ ଏମସିଏମସି କେନ୍ଦ୍ର ପରିଦର୍ଶନ

May 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ପୁରୀ ଲୋକସଭା ନିର୍ବାଚନ ଅନ୍ତର୍ଗତ ଚିଲିକା ବିଧାନସଭା କ୍ଷେତ୍ର ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଟି ଭି ସୁଭାଷ ଆଜି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ସେଠାରେ ଚାଲୁଥିବା ଏମସିଏମସି ତଥା ମିଡିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି କେନ୍ଦ୍ରକୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ, ସୋସିଆଲ ମିଡିଆରେ ପ୍ରକାଶିତ ଖବର ଉପରେ ଦୃଷ୍ଟି ରଖିବା ସହ ତାହାର ତଥ୍ୟ ପର୍ଯ୍ୟବେକ୍ଷକ ମାନଙ୍କୁ ନିୟମିତ ପ୍ରଦାନ କରାଯାଉଥିବା ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ। ସେହିଭଳି ପ୍ରିଣ୍ଟ, ଇଲେକ୍ଟ୍ରୋନିକସ ଚାନେଲ ଓ ସୋସିଆଲ ମିଡିଆକୁ ନିୟମିତ ଅନୁଧ୍ୟାନ କରି ପେଡ ନିଉଜ ଗୁଡିକ ଉପରେ ଇସିଆଇର ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରିଟନିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡେପୁଟି କଲେକ୍ଟର ତୁଲି ଆମା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଓ ଅନ୍ୟାନ୍ୟ କର୍ମଚାରୀମାନେ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିବା ସହ ଏମସିଏମସିର ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ।

ଏହି ପରିଦର୍ଶନ ସମୟରେ ପର୍ଯ୍ୟବେକ୍ଷକଙ୍କ ଲିଆସନିଙ୍ଗ ଅଫିସର ଶିଵଲାଲ ସାହୁ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀ ସୁଭାଷ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ନୟାଗଡ଼ ଓ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ କାର୍ଯ୍ୟର ପର୍ଯ୍ଯବେକ୍ଷଣ ଓ ଅନୁଧ୍ୟାନ କରୁଛନ୍ତି।

election 2024 Lok Sabha Election ଖୋର୍ଦ୍ଧା ଚିଲିକା ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

September 19, 2026

ଆଜି ଏସିଆନ୍ ଗେମ୍ସ ଉଦ୍‌ଘାଟନୀ : ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ

September 19, 2026

କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ଉଦ୍ୟମ: ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ଦେଲା ରିଲାଏନ୍ସ ଫାଉଣ୍ଡେସନ

September 19, 2026

 ଆଜି ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

September 19, 2026
Latest News

ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

September 19, 2026

ବିବାହ ପ୍ରସ୍ତାବକୁ ମନା କରିବାରୁ ଭୟଙ୍କର କାଣ୍ଡ: ମହିଳାଙ୍କ ମୁଣ୍ଡରେ କୁରାଢ଼ି ଚୋଟ, ଯୁବକ ଗିରଫ

September 19, 2026

ପାକ୍ ମସଜିଦ୍‌ରେ ଆତ୍ମଘାତୀ ବିସ୍ଫୋରଣ: ୨୭ ମୃତ, ୭୦ରୁ ଊର୍ଦ୍ଧ୍ୱ ଆହତ

September 19, 2026

ଓସ୍କାର -୨୦୨୭ ଦୌଡ଼ରେ ମରାଠୀ ସିନେମା ‘ଗୋନ୍ଧଲ’

September 19, 2026

ଭାରତ-ପାକ୍ ହ୍ୟାଣ୍ଡ୍‌ସେକ୍ ବିବାଦ: ସରକାରଙ୍କ ନିଷ୍ପତ୍ତିକୁ ମାନିବାକୁ ହେବ-କପିଳଦେବ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.