ପୁଣି ଥରେ ଓଡିଶାରେ ସରକାର କରିବେ ନବୀନ ପଟ୍ଟନାୟକ, ଏକ ବଡ ଜାତୀୟ ଗଣମାଧ୍ୟମର ସର୍ଭେରୁ ସ୍ପଷ୍ଟ

Published: Jun 3, 2024, 2:57 pm IST

ଭୁବନେଶ୍ବର: ଓଡିଶାରେ ପୁଣି ଥରେ ନବୀନ ପଟ୍ଟନାୟକ ସରକାର କରିବ। ବହୁ ମତରେ ସେ ଏଥର ବିଧାନସଭାରେ ବିଜୟ ଲାଭ କରିବେ। ଏହିପରି ଏକ ସର୍ଭେ କରିଛି ଭାରତର ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମସ ନାଓ। ଏହି ସଂସ୍ଥାର ସର୍ଭେ ଅନୁସାରେ ବିଜେଡି ପୂର୍ଣ୍ଣ ବହୁମତରୁ ଢେରେ ଆଗରେ ରହିଛି। ଫଳରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ସ୍ପଷ୍ଟ ହୋଇଛି।

ଏହି ସର୍ଭେ ଅନୁସାରେ ବିଜେଡି ଓଡିଶା ବିଧାନସଭାର ମୋଟ 147 ଆସନରୁ ହାସଲ କରୁଛି 100 ରୁ 115 ଆସନ। ବର୍ତ୍ତମାନ ବିଜେଡିର ବିଧାନସଭାରେ 113 ଜଣ ସଦସ୍ୟ ଅଛନ୍ତି। ତେଣୁ ଆକଳନ ଅନୁସାରେ ଏଥ ବିଜେଡିକୁ ସେହି ସମାନ ସଂଖ୍ୟା କିମ୍ବା ତାହାଠାରୁ ସାମାନ୍ୟ ଅଧିକା ଆସନ ମିଳୁଛି। ସେହିପରି ବିଜେପି ହାସଲ କରୁଛି ମାତ୍ର 30 ରୁ 38 ଆସନ। ଅର୍ଥାତ ବର୍ତ୍ତମାନର ସଂଖ୍ୟାଠାରୁ ସାମନ୍ୟ ଅଧିକ।

ତେବେ ଏହି ସର୍ଭେ ଅନୁସାରେ କଂଗ୍ରେସର ହାଲତ ପୁରା ଖରାପ ହୋଇଯାଇଛି। ବର୍ତ୍ତମାନ କଂଗ୍ରେସର 9 ଜଣ ସଦସ୍ୟ ରହିଥିବା ବେଳେ ଏଥର ମିଳିଛୁ 1 ରୁ 2 ଟି ଆସନ। ଯାହା ରାଜ୍ୟରେ କଂଗ୍ରେସର ମୁଳପୋଛ ସ୍ଥିତି ଆସିଛି ବୋଲି କହିବାକୁ ହେବ।

Related posts