Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ତର୍ଜାତିକ ଯୋଗ ଦିବସର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତିର ସମୀକ୍ଷା
ଆଜିର ଖବର

ଆନ୍ତର୍ଜାତିକ ଯୋଗ ଦିବସର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତିର ସମୀକ୍ଷା

June 8, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯୋଗ ଦିବସ (ଆଇଡିୱାଇ) ୨୦୨୪ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଆଇ ଆଣ୍ଡ ବି) ସଚିବ ଶ୍ରୀ ସଞ୍ଜୟ ଜାଜୁ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ଆଜି ଜୁନ୍ ୨୧ ତାରିଖରେ ପାଳନ କରାଯାଉଥିବା ଆଗାମୀ ଆଇଡିୱାଇ ୨୦୨୪ ପାଇଁ ଗଣମାଧ୍ୟମ ଏବଂ ପ୍ରସାରଣ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମିଡିଆ ୟୁନିଟ୍ ଗୁଡ଼ିକ ଯୋଗ ଅଭ୍ୟାସର ଉପକାରିତା ବିଷୟରେ ସଚେତନତା ସହିତ ସାଧାରଣ ଯୋଗ ପ୍ରୋଟୋକଲ୍ (ସିୱାଇପି) ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ପତ୍ର ସୂଚନା କାର୍ଯ୍ୟାଳୟ, ପ୍ରସାର ଭାରତୀ, ନ୍ୟୁ ମିଡିଆ ୱିଙ୍ଗ୍ ସମେତ ବିଭିନ୍ନ ଗଣମାଧ୍ୟମ ୟୁନିଟ୍‌ଗୁଡିକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଯୋଜନା କରୁଛନ୍ତି ।

ସାର୍ବଜନିନ ପ୍ରସାରକ , ପ୍ରସାର ଭାରତୀ ଦୂରଦର୍ଶନ (ଡିଡି) / ଅଲ ଇଣ୍ଡିଆ ରେଡିଓ (ଏଆଇଆର) ନେଟୱାର୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାରଣ କରିବ । ଦୂରଦର୍ଶନ ଯୋଗ ବିଶେଷଜ୍ଞଙ୍କ ସହ କାର୍ଯ୍ୟକ୍ରମ/ ସାକ୍ଷାତକାର ପ୍ରସାରଣ କରିବା ସହିତ ସ୍ୱତନ୍ତ୍ର ସକାଳ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିବ ।

ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ଅନୁଷ୍ଠାନ ‘ମୋରାରଜୀ ଦେଶାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ’ର ସହଯୋଗରେ ଆକାଶବାଣୀ ଯୋଗକୁ ଜୀବନଶୈଳୀ ଭାବରେ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ସାମଗ୍ରିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରସାରଣ କରିବ । ଆୟୁଷ ମନ୍ତ୍ରଣାଳୟ ଏକ ‘ଯୋଗ ଗୀତ’ ପ୍ରସ୍ତୁତ କରିଛି , ଯାହାକୁ ସମସ୍ତ ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରସାରଣ କରାଯିବ ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ଗଣମାଧ୍ୟମ ସମ୍ମାନ (ଏୱାଇଡିଏମ୍‌ଏସ୍‌) ମାଧ୍ୟମରେ ଘରୋଇ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରିବାର ପ୍ରୟାସ ଜାରି ରଖିବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଯୋଗର ବାର୍ତ୍ତା ପ୍ରଚାର ପ୍ରସାରରେ ଛାପା ଗଣମାଧ୍ୟମ, ଟିଭି ଏବଂ ରେଡିଓ ଗଣମାଧ୍ୟମ ସଂସ୍ଥା /କମ୍ପାନୀର ଅବଦାନକୁ ସ୍ୱୀକୃତି ଦେବା ପାଇଁ ୨୦୨୩ ଜୁନ୍ ୯ ତାରିଖରେ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମଏସ) ପ୍ରତିଷ୍ଠା କରିଥିଲା । ବିଭିନ୍ନ ବର୍ଗରେ, ଯଥା :’ସମ୍ବାଦପତ୍ରରେ ଯୋଗରେ ଶ୍ରେଷ୍ଠ ଗଣମାଧ୍ୟମ ପ୍ରକାଶନ’, ‘ବୈଦ୍ୟୁତିକ ଗଣମାଧ୍ୟମ (ଟିଭି) ରେ ଯୋଗରେ ଶ୍ରେଷ୍ଠ ଗଣମାଧ୍ୟମ ପ୍ରସାରଣ, ବୈଦ୍ୟୁତିକ ଗଣମାଧ୍ୟମ (ରେଡିଓ)’ ରେ ଯୋଗରେ ଶ୍ରେଷ୍ଠ ଗଣମାଧ୍ୟମ ପ୍ରସାରଣ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଚଳିତ ବର୍ଷର ଉତ୍ସବ ଶେଷ ହେବା ପରେ ପରବର୍ତ୍ତୀ ସମୟରେ ଗତବର୍ଷର ପୁରସ୍କାର ସହ ଚଳିତ ବର୍ଷର ପୁରସ୍କାର ପ୍ରଦାନ କରାଯିବ ।

ନ୍ୟୁ ମିଡିଆ ୱିଙ୍ଗ୍ (ଏନ୍‌ଏମ୍‌ଡବ୍ଲ୍ୟୁ) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୋସିଆଲ ମିଡିଆ ଆକାଉଣ୍ଟ୍ ଜରିଆରେ ‘ପରିବାର ସହିତ ଯୋଗ’ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରିବ, ଯେଉଁଥିରେ ପରିବାରଗୁଡ଼ିକ ପାଇଁ ଏକାଠି ଯୋଗ କରିବା ଏବଂ ଯୋଗ ଗୀତ ବ୍ୟବହାର କରି ରିଲ୍ ଅପଲୋଡ୍ କରିବା ପାଇଁ ଚ୍ୟାଲେଞ୍ଜ ରହିବ । ଏକ ‘ଯୋଗ କୁଇଜ୍ – ଗେସ୍ ଦି ଆସନ’ (ଆସନକୁ ଚିହ୍ନଟ କର) ମଧ୍ୟ ଆୟୋଜନ କରାଯିବ । ଆଇଡିୱାଇ ୨୦୨୪ ପଡ୍‌କାଷ୍ଟ ମୁକ୍ତିଲାଭ କରିବ ।

ଏହାବ୍ୟତୀତ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟ୍ ଏବଂ ସଂଗଠନ ଆଇଡିୱାଇର ଅଗ୍ରଣୀ ଭାବରେ ଯୋଗ ଉପରେ ଅଧିବେଶନ / କର୍ମଶାଳା ଆୟୋଜନ କରିବେ । କର୍ମଚାରୀଙ୍କ ମଧ୍ୟରେ ଯୋଗ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷ ଯୋଗ ଶିବିର, ସେମିନାର ଇତ୍ୟାଦି ଆୟୋଜନ କରାଯିବ ।

ଜୁନ୍ ୨୧କୁ ‘ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ’ ଭାବେ ମାନ୍ୟତା ମିଳିବା ପର ଠାରୁ ପ୍ରତିବର୍ଷ ଆଇଡିୱାଇ ପାଳନର ଆକାର ଓ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗକୁ ବିଶ୍ୱରେ ପହଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ନବମ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀ ୨୦୨୩ ମସିହାରେ ଜାତିସଂଘ ମୁଖ୍ୟାଳୟରେ ଏହି ଉତ୍ସବର ନେତୃତ୍ୱ ନେଇଥିଲେ ଯେଉଁଥିରେ ୧୩୫ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ । ଯୋଗ ଉତ୍ସବରେ ୧୩୫ଟି ଦେଶ ଅଂଶଗ୍ରହଣ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ । ନୂଆ ନୂଆ ପଦକ୍ଷେପ ସହ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପାଳନ କରାଯାଇଥିଲା । ମଧ୍ୟପ୍ରଦେଶର ଜବଲପୁର ଠାରେ ଆୟୋଜିତ ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କ ଉପସ୍ଥିତିରେ ୧୫,୦୦୦ରୁ ଅଧିକ ଉତ୍ସାହୀ ପ୍ରତିଯୋଗୀ ସାଧାରଣ ଯୋଗ ପ୍ରୋଟୋକଲ୍ (ସିୱାଇପି) ପ୍ରଦର୍ଶନ କରିଥିଲେ ।

ଏହାବ୍ୟତୀତ ‘ଓସେନ୍ ରିଙ୍ଗ୍ ଅଫ୍ ଯୋଗ’ ରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ସହାୟତାରେ ୩୪ଟି ଦେଶର ୧୯ଟି ଜାହାଜର ନୌସେନା କର୍ମଚାରୀ ଯୋଗ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ । ଭାରତର ଗବେଷଣା କେନ୍ଦ୍ର ହିମାଦ୍ରି ଓ ଭାରତୀ ସମେତ ଆର୍କଟିକ୍ ରୁ ଆଣ୍ଟାର୍କଟିକା ପର୍ଯ୍ୟନ୍ତ ଯୋଗ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ସଶସ୍ତ୍ର ବାହିନୀ ‘ଯୋଗ ଭାରତମାଳା’ ସୃଷ୍ଟି କରିଥିଲେ ଏବଂ ଉପକୂଳବର୍ତ୍ତୀ ପ୍ରଦର୍ଶନକୁ ‘ଯୋଗ ସାଗରମାଳା’ ବୋଲି କୁହାଯାଇଥିଲା ।

ତୃଣମୂଳ ସ୍ତରରେ ‘ହର ଆଙ୍ଗନ ଯୋଗ’ ( ପ୍ରତି ଅଗଣାରେ ଯୋଗ) କାର୍ଯ୍ୟକ୍ରମ ଗ୍ରାମୀଣ ସମ୍ପ୍ରଦାୟ ସହ ଯୋଡ଼ି ହୋଇ ପଞ୍ଚାୟତ, ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟରେ ଯୋଗ ଅଧିବେଶନର ଆୟୋଜନ କରିଛି, ଯାହା ପ୍ରାୟ ୨,୦୦,୦୦୦ ସ୍ଥାନକୁ ବ୍ୟାପିଛି । ଆଇଡିୱାଇ ୨୦୨୩ରେ ଆନୁମାନିକ ଅଂଶଗ୍ରହଣ ୨୩.୪ କୋଟି ଥିଲା ।

ଆନ୍ତର୍ଜାତିକ ଯୋଗ ଦିବସ ଆୟୁଷ ମନ୍ତ୍ରଣାଳୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୧ ତାରିଖ ସୋମବାରରେ ସାତୋଟି ରାଶି ପ୍ରତି ମହାଦେବଙ୍କର ରହିଛି ଆର୍ଶିବାଦ

July 21, 2025

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025
Latest News

ଆଜି ଜୁଲାଇ ୨୧ ତାରିଖ ସୋମବାରରେ ସାତୋଟି ରାଶି ପ୍ରତି ମହାଦେବଙ୍କର ରହିଛି ଆର୍ଶିବାଦ

July 21, 2025

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.