Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଶୁମାନଙ୍କ କ୍ଷେତ୍ରରେ ପେଡିଆଟ୍ରିକ୍ ଲାପାରୋସ୍କୋପିକ୍ ସର୍ଜରୀ ବର୍ତମାନ ସମ୍ଭବ: ବିଶେଷଜ୍ଞ
ଆଜିର ଖବର

ଶିଶୁମାନଙ୍କ କ୍ଷେତ୍ରରେ ପେଡିଆଟ୍ରିକ୍ ଲାପାରୋସ୍କୋପିକ୍ ସର୍ଜରୀ ବର୍ତମାନ ସମ୍ଭବ: ବିଶେଷଜ୍ଞ

June 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୨୫ ବର୍ଷ ପୂର୍ବେ ଯଦିଓ କେହି କଳ୍ପନା କରିପାରୁ ନଥିଲେ ବର୍ତ୍ତମାନ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଓ ଯନ୍ତ୍ରପାତିର ଉପଲବ୍ଧି ଦ୍ୱାରା ଛୋଟ ଶିଶୁମାନଙ୍କ କ୍ଷେତ୍ରରେ ଲାପାରୋସ୍କୋପିକ ସର୍ଜରୀ ସମ୍ଭବ ହୋଇପାରୁଛି।

ଏହି ଭଳି ଶଲ୍ୟ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସଫଳତାର ସହ କରାଯାଉଥିବା କହିଛନ୍ତି ହସ୍ପିଟାଲ୍‌ର ପେଡିଆଟ୍ରିକ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡ) ଅନ୍ତର୍ଯ୍ୟାମୀ ପ୍ରଧାନ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପେଡିଆଟ୍ରିକ୍ ସର୍ଜରୀ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସୋମବାର ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରଫେସର (ଡ) ପ୍ରଧାନ କହିଛନ୍ତି ଯେ ବହୁ ବର୍ଷ ପୂର୍ବେ ବୟସ୍କଙ୍କ କ୍ଷେତ୍ରରେ ପ୍ରଥମେ ଲାପାରୋସ୍କୋପିକ୍ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିବା ବେଳେ ଶିଶୁମାନଙ୍କ କ୍ଷେତ୍ରରେ ଯେ ଏହା ସମ୍ଭବ ହୋଇପାରିବ ତାହା କେହି ଚିନ୍ତା ବି କରିପାରି ନଥିଲେ। କିନ୍ତୁ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ପେଡିଆଟ୍ରିକ୍ ଲାପାରୋସ୍କୋପିକ୍ ଯନ୍ତ୍ରପାତିର ଉପଲବ୍ଧି ଦ୍ୱାରା ଏହା ବର୍ତମାନ ସମ୍ଭବ ହୋଇପାରୁଛି ବୋଲି ସେ କହିଥିଲେ।

ହାର୍ନିଆ, ପେଟ ଭିତରେ ଥିବା ଟେଷ୍ଟିସ୍ (ଅନଡିସେଣ୍ଡେଡ ଟେଷ୍ଟିସ୍‌), ପାଇଲୋପ୍ଲାଷ୍ଟି, ପାଇରାଇମୋଟୋମି, ଆପେଣ୍ଡିସେକ୍ଟୋମି, କୋଲେସିଷ୍ଟେକ୍ଟୋମି, ଇନ୍‌ଟେଷ୍ଟାଇନାଲ୍ ପୁଲ ଥ୍ରୁ୍‌, ଥୋରାକୋସ୍କୋପିକ୍ ସର୍ଜରୀ ଇତ୍ୟାଦି ନିୟମିତ ଭାବରେ ଲାପାରୋସ୍କୋପିକ୍ ଉପାୟରେ କରାଯାଉଥିବା ବେଳେ ଅନେକ ଶିଶୁମାନଙ୍କର ପିତାମାତା ବର୍ତମାନ ଲାପାରୋସ୍କୋପିକ୍ ସର୍ଜରୀକୁ ହିଁ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।

ଏହି ଲାପାରୋସ୍କୋପିକ୍ ଅସ୍ତ୍ରୋପଚାରର ଉତ୍ତମ ଦିଗ ହେଉଛି ରୋଗୀଟିର କମ୍ ଯନ୍ତ୍ରଣା ପାଇବା ସହ ଶୀଘ୍ର ସୁସ୍ଥତା ଲାଭ କରେ। ରୋଗୀ ମଧ୍ୟ ଘରକୁ ଶୀଘ୍ର ଡିସ୍‌ଚାର୍ଜ ହୋଇ ଫେରିବା ସମ୍ଭବ ହୋଇଥାଏ ବୋଲି ସେ କହିଛନ୍ତି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପେଡିଆଟ୍ରିକ୍ ସର୍ଜରୀ ସଚେତନତା ସପ୍ତାହ ପାଳନ କରାଯିବା ସହ ଏକ ଆନ୍ତଃବିଭାଗୀୟ କଂଟିନୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମ ପେଡିଆଟ୍ରିକ୍ ଆଣ୍ଡ ନିଓନାଟୋଲୋଜି ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ପେଡିଆଟ୍ରିକ୍ ଲାପାରୋସ୍କୋପି, ଥୋରାକୋସ୍କୋପ ଓ ସିଷ୍ଟୋସ୍କୋପି ଭଳି ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ସମ୍ପର୍କରେ ଏହି ସିଏମ୍‌ଇରେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତାଦେବୀ ମହାନ୍ତି, ଡାକ୍ତର ଦେବାଶିଷ ନନ୍ଦ, ପେଡିଆଟ୍ରିକ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ର୍ରଫେସର ଅନ୍ତର୍ଯ୍ୟାମୀ ପ୍ରଧାନ, ପ୍ରଫେସର ରବିନ୍ଦ୍ର ବଳ, ପ୍ରଫେସର ହିରଣ୍ୟ କେ. ମହାନ୍ତି, ପ୍ରଫେସର ସୁଧାଂଶୁ ପାତ୍ର, ପ୍ରଫେସର ଲଳିତ ପରିଡା, ଡାକ୍ତର ସୁବାଷ ସୁବୁଦ୍ଧିଙ୍କ ସମେତ ପେଡିଆଟ୍ରିକ୍ ସର୍ଜନ, ପେଡିଆଟ୍ରିସିଆନ୍ ଏବଂ ନିଓନାଟୋଲୋଜିଷ୍ଟ ମାନେ ଉପସ୍ଥିତ ଥିଲେ।

sum hospital
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Latest News

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.