Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ନେଲେ ଏହି ପଦକ୍ଷେପ
ଆଜିର ଖବର

ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ନେଲେ ଏହି ପଦକ୍ଷେପ

June 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ନେଲେ ଏହି ପଦକ୍ଷେପ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭାଗ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଲୋକସେବା ଭବନସ୍ଥିତ ଉଚ୍ଚଶିକ୍ଷା ବିଭାଗର ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ଆଜି ପୂର୍ବାହ୍ନ ୧୨ ଘଣ୍ଟାରେ ଅନୁଷ୍ଠିତ ହୋଇଥିଲା।

ପ୍ରାରମ୍ଭରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର, ଶ୍ରୀ ରମାକାନ୍ତ ନାୟକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, କଲେଜ, ୟୁନିଭରସିଟି ଓ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିଥିଲେ।

ଉଚ୍ଚଶିକ୍ଷାରେ ନୂତନ ଶିକ୍ଷା ନୀତିକୁ ଆପଣେଇ ଏହାର ଗୁଣାତ୍ମକମାନ ବୃଦ୍ଧି ସହ ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ବୃତ୍ତି ରାଶି ବୃଦ୍ଧି, ବୈଷୟିକ ଜ୍ଞାନକୌଶଳ ଜରିଆରେ ଶୈକ୍ଷିକ ବ୍ୟବସ୍ଥାର ପରିଚାଳନା ଓ ପ୍ରୋତ୍ସାହନ ଯୋଗାଇଦେବାକୁ ଓଡ଼ିଶା ସରକାର ସଙ୍କଳ୍ପବଦ୍ଧ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ରାଜ୍ୟର ବିଭିନ୍ନ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ତଥା ବ୍ଲକଗ୍ରାଣ୍ଟ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟଗୁଡିକର କାର୍ଯ୍ୟାବଳୀ ଓ ସମସ୍ୟା ବିଷୟରେ ଅବଗତ ହୋଇଥିଲେ ଏବଂ ଏହାର ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଆସନ୍ତା ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟର ବିଭିନ୍ନ କଲେଜରେ ଯୋଗ ଶିବିରର ଆୟୋଜନ କରାଯାଉଛି। ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆସନ୍ତା ଶହେ ଦିନର କାର୍ଯ୍ୟ ଖସଡା ପ୍ରସ୍ତୁତ କରି ତାହାକୁ କାର୍ଯ୍ୟରେ ରୂପାନ୍ତର କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟରେ ଥିବା ସମସ୍ତ କଲେଜଗୁଡିକରେ ମୌଳିକ ଭିତ୍ତିଭୂମିର ଅଭାବ ରହିବ ନାହିଁ ଓ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରଣିତ ସମସ୍ତ ଯୋଜନାର ସୁଫଳ ଛାତ୍ରଛାତ୍ରୀ ବିଶେଷ କରି ଗରିବ ମେଧାବୀ ଛାତ୍ରଛାତ୍ରୀ କିପରି ଏହାର ସୁଫଳ ପାଇପାରିବେ ସେଥିପାଇଁ ଯନିବାନ ହେବାକୁ ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଥିଲେ। ବୈଠକରେ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଚ୍ଚ ଶିକ୍ଷା ବିଭାଗ ସୂର୍ଯ୍ୟବଂଶୀ ସୂରଜ
Share. Facebook Twitter LinkedIn Email WhatsApp Copy Link

Related Posts

ମେଟା ସର୍ଭର ଡାଉନ୍: ଠପ୍ ହେଲା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍

September 21, 2026

ଦିଲ୍ଲୀ ଏସ୍‌ଆଇଆର୍‌ରେ ୩୩.୧୩ ଲକ୍ଷ ଭୋଟର୍‌ଙ୍କୁ ନୋଟିସ୍‌: ଆଡ଼ଭାନୀ, ଜୟଶଙ୍କର ଓ ଧନଖଡ଼ ବି ସାମିଲ

September 21, 2026

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026

ଆଜି ଏହି ସବୁ ସ୍ଥାନରେ କାହିଁକି ବନ୍ଦ ରହେ ବ୍ୟାଙ୍କ?: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍

September 21, 2026
Latest News

ମେଟା ସର୍ଭର ଡାଉନ୍: ଠପ୍ ହେଲା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍

September 21, 2026

ଦିଲ୍ଲୀ ଏସ୍‌ଆଇଆର୍‌ରେ ୩୩.୧୩ ଲକ୍ଷ ଭୋଟର୍‌ଙ୍କୁ ନୋଟିସ୍‌: ଆଡ଼ଭାନୀ, ଜୟଶଙ୍କର ଓ ଧନଖଡ଼ ବି ସାମିଲ

September 21, 2026

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026

ଆଜି ଏହି ସବୁ ସ୍ଥାନରେ କାହିଁକି ବନ୍ଦ ରହେ ବ୍ୟାଙ୍କ?: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.