Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇଟି ନୂତନ ନିର୍ମିତ ରେଳ ଲାଇନରେ ଟ୍ରେନ୍ ଟ୍ରାଫିକ୍ ଚଳାଚଳ ପାଇଁ ରେଳ ନିରାପତ୍ତା ଆୟୁକ୍ତଙ୍କ ସ୍ୱୀକୃତି
ଆଜିର ଖବର

ଦୁଇଟି ନୂତନ ନିର୍ମିତ ରେଳ ଲାଇନରେ ଟ୍ରେନ୍ ଟ୍ରାଫିକ୍ ଚଳାଚଳ ପାଇଁ ରେଳ ନିରାପତ୍ତା ଆୟୁକ୍ତଙ୍କ ସ୍ୱୀକୃତି

July 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଶାଳଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଢେଙ୍କାନାଳ-ହିନ୍ଦୋଳ ରୋଡ଼ ସେକ୍ସନ ମଧ୍ୟରେ 40.934 କି.ମି.ଦୈର୍ଘ୍ୟ ନୂତନ ଲାଇନ ଏବଂ କୋଟାଭାଲାସା- କିରନ୍ଦୁଲ ଦୋହରୀକରଣ ପ୍ରକଳ୍ପର ଦନ୍ତେୱାଡା- କାମଲୁର ମଧ୍ୟରେ 12.353 କି.ମି.ଦୈର୍ଘ୍ୟ ନୂତନ ରେଳ ସେକ୍ସନ ଇତିମଧ୍ୟରେ କାର୍ଯ୍ୟକ୍ଷମ କରାଯାଇ ପାରିଛି।

ରେଳ ନିରାପତ୍ତା ଆୟୁକ୍ତ ଜୁନ୍ 2024 ର ଶେଷ ସପ୍ତାହରେ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନକୁ ନିରୀକ୍ଷଣ କରିଥିଲେ ​​ଏବଂ ରେଳ ସେକ୍ସନର କାର୍ଯ୍ୟକାରିତା ପାଇଁ ଅନୁମତି ଦେଇଥିଲେ।

ରେଳ ନିରାପତ୍ତା ଆୟୁକ୍ତ ନବନିର୍ମିତ ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍, ବ୍ରିଜ୍ ର ସୁରକ୍ଷା ପାରାମିଟର ଯାଞ୍ଚ କରିଥିବାବେଳେ ଟ୍ରେନ୍ ଚଳାଚଳ ପାଇଁ ଉଭୟ ପ୍ରକଳ୍ପର ନୂତନ ରେଳ ଲାଇନ କାର୍ଯ୍ୟକ୍ଷମ ପାଇଁ ଘୋଷଣା କରିଛନ୍ତି।

ପୂର୍ବ ତଟ ରେଳର ବରିଷ୍ଠ ରେଳ ଅଧିକାରୀଙ୍କ ଏକ ଟିମ୍ ନିରୀକ୍ଷଣ ସମୟରେ ରେଳ ନିରାପତ୍ତା ଆୟୁକ୍ତଙ୍କୁ ସହାୟତା କରିଥିଲେ। ମୋଟାମୋଟି ଭାବେ, ଶାଳଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପରେ ସମୁଦାୟ 170 କିଲୋମିଟର ମଧ୍ୟରୁ 86.4 କିମି ତୃତୀୟ ଏବଂ ଚତୁର୍ଥ ଲାଇନ କାର୍ଯ୍ୟ ସମ୍ପାଦନ ହୋଇପାରିଥିବାବେଳେ କୋଟାଭାଲାସା- କିରନ୍ଦୁଲ ଦୋହରୀକରଣ ପ୍ରକଳ୍ପର ଦାନ୍ତେୱାଡା- କାମଲୁର ମଧ୍ୟରେ ସମୁଦାୟ 445.598 କିଲୋମିଟର ମଧ୍ୟରୁ 302.55 କିମି ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇସାରିଛି।

ପୂର୍ବ ତଟ ରେଳ ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଶୀଘ୍ର ପ୍ରକଳ୍ପ ଶେଷ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିଆସୁଅଛି।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅଞ୍ଚଳରେ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ଚାଲୁରହିଥିବା ରେଳ ଲାଇନ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ମନ୍ତ୍ରଣାଳୟ ସମସ୍ତ ସହାୟତା ପ୍ରଦାନ କରୁଅଛି।

ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ମଧ୍ୟ ଚାଲୁରହିଥିବା ରେଳ ପ୍ରକଳ୍ପର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ରେଲୱେ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅବଶିଷ୍ଟ ଅଂଶ ରେଳ ଲାଇନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନିରାପତ୍ତା ଆୟୁକ୍ତ ରେଳ ଲାଇନ ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Latest News

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.