Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଗୁହାରି ୨୦୨୪’ କାର୍ଯ୍ୟକ୍ରମର ଉଦ୍‍ଯାପନୀ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିପୁତ ସଙ୍ଗୀତର ନୈବେଦ୍ୟ
ଆଜିର ଖବର

‘ଗୁହାରି ୨୦୨୪’ କାର୍ଯ୍ୟକ୍ରମର ଉଦ୍‍ଯାପନୀ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିପୁତ ସଙ୍ଗୀତର ନୈବେଦ୍ୟ

July 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଶୁକ୍ରବାର ଥିଲା ଉଦ୍‍ଯାପନୀ ସଂଧ୍ୟା। ପୁରୀର ଶ୍ରୀମନ୍ଦିର ମୁକ୍ତିର ମାର୍ଗ ପ୍ରଦର୍ଶକ। ଏ ମନ୍ଦିର ଏକ ଅପୂର୍ବ ରହସ୍ୟମୟ ମନ୍ଦିର। ଶ୍ରୀବତ୍ସ ଖଣ୍ଡଶାଳ ପ୍ରସ୍ତରରେ ଗଠିତ ମନ୍ଦିରର ଗର୍ଭଗୃହ, ମୁଖଶାଳା, ଭୋଗ ମଣ୍ଡପ, ନାଟ୍ୟ ମଣ୍ଡପ ତଥା ବିଜେ ମଣ୍ଡପ ଅନିନ୍ଦ୍ୟ ଓ ଅପରୂପ ସୌନ୍ଦର୍ଯ୍ୟର ପରିପାଟୀରେ ସର୍ବାଦୌ ଅନତିକ୍ରମଣୀୟ।

ଉଦ୍‍ଯାପନୀ ସଂଧ୍ୟାର ପ୍ରଥମ କଣ୍ଠଶିଳ୍ପୀ ଥିଲେ ଗୀତା ପଟ୍ଟନାୟକ, ସେ ପରିବେଷଣ କରିଥିଲେ ବିଶ୍ୱମ୍ବରଙ୍କ ରଚନାରୁ ଦୁଃଖ ନାସନ ଗରୁଡ଼ାସନ ଓ କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ରଚିତ ସବୁଥିରୁ ବଞ୍ôଚତ କରି। ପରେ ପରେ ସ୍ୱାଗତ ମହାପାତ୍ର ବନମାଲୀଙ୍କ ରଚିତ ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ଓ ମଣିମା ହେ ଏତିକି ମାଗୁଣୀ ମୋର ଗାୟନ କରିଥିଲେ।

ପରବର୍ତ୍ତୀ ଗାୟିକା ଥିଲେ ଅମ୍ରିତା ନାୟକ, ସେ ପରିବେଷଣ କରିଥିଲେ ଥକାମନ ଚାଲ ଯିବା ଓ ଶ୍ରୀକୃଷ୍ଣ ବଂଶୀ ଧ୍ୱନୀ ଶୁଣି। ପରବର୍ତ୍ତୀ କଣ୍ଠଶିଳ୍ପୀ ଥିଲେ ସୁଶାନ୍ତ କୁମାର ପାଣି, ସେ ଦୀନକୃଷ୍ଣଙ୍କ ରଚିତ ଜୟ ଜଗବନ୍ଧୁ ହେ ଯଦୁମଣି ଓ ଆହେ ନିଳାଦ୍ରୀ ବିହାରୀ ଗାୟନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ ପରେ ଗୀତାମଞ୍ଜରୀ ବେହେରା ଗାୟନ କରିଥିଲେ ରାସେ ହରିମିହ ବିହିତ ବିଳାସମ୍‍ ଓ ମହାବାହୁ ହେ ଏହି କଥାରେ ମୋ ମନ। ତାଙ୍କ ପରେ ତନ୍ମୟ କୁମାର ହୋତା ଜଗବନ୍ଧୁ ପରି ଜଣେ ସାମନ୍ତ ଓ କର ନିଷ୍କାମ ଭକ୍ତି ସ୍‍ବଚିତ୍ତେ ହୋ ଗାୟନ କରିଥିଲେ।

ପରବର୍ତ୍ତୀ ଗାୟିକା ଥିଲେ ଭାରତୀ ଜେନା, ସେ ବନମାଳୀଙ୍କ ରଚିତ ଦୁଃଖ ନାସନ ହେ, ସୁଖ ନପାଇଲି ଦିନେ ଓ ତୁମ ପରି ମୋତେ କାଠ କରିଦିଅ ପରିବେଷଣ କରିଥିଲେ। ପରେ ପରେ ଅର୍ପିତା ଚୌଧୁରୀ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ମାନ ଉଦ୍ଧାରଣ ଓ ବନମାଳୀଙ୍କ ଦ୍ୱାରା ରଚିତ ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ ଗାୟନ କରିଥିଲେ।

ଶେଷରେ ଗଗନବିହାରୀ ସ୍ୱାଇଁ କହ କହ ପ୍ରଭୁ କେଉଁ ପରି ତୁମେ ଓ ମନ ମନ୍ଦିର ମୋ ମୁକୁଳା ରଖିଛି। ସମସ୍ତ କଣ୍ଠଶିଳ୍ପୀ ଜଗନ୍ନାଥଙ୍କ ଉପରେ ସଙ୍ଗୀତ ପରିବେଷଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ସେମାନଙ୍କୁ ତବଲାରେ ବିଭୂପ୍ରସାଦ ନନ୍ଦ, ଢୋଲକରେ ମନୀଷ ରାଜ ନନ୍ଦ, ବଂଶୀରେ ଶ୍ୟାମ ରାଓ, ଅକ୍‍ଟୋପ୍ୟାଡ଼ରେ ଅନିଲ ଦାସ, କିବୋର୍ଡ଼ରେ ପରମାନନ୍ଦ ସାହୁ ଏବଂ ହାରମୋନିୟମ୍‍ରେ ବିବେକାନନ୍ଦ ରାଉତ ସହଯୋଗ କରିଥିଲେ।

ଉଦ୍‍ଯାପନୀ ଉତ୍ସବଟିକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‍ଘାଟନ କରିଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ ସ୍ୱାଇଁ; ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ଡ଼କ୍ଟର ବସନ୍ତ ପଣ୍ଡା; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ ରଥ; ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୁରୁ ସିକତା ଦାସ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ବିଶ୍ଵଜିତ ବଳିଆରସିଂହ।

ଉଦ୍‍ଯାପନୀ ସଂଧ୍ୟା ଓଡ଼ିଆ ଭାଷା ଗୁରୁ କେଳୁଚରଣ ମହାପାତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତି ସାହିତ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026

ଆଜି ଅକ୍ବୋବର ତିନି ତାରିଖରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2026
Latest News

ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ: ଅମିତ ଶାହ

October 3, 2026

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.