Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାନସଭାରେ ଉଠିଲା ପୁରୁଣା ପେନସନ ଦାବି: ବିଧାୟକଙ୍କୁ ଧନ୍ୟବାଦ ଜଣାଇଲା ସଂଗଠନ
ଆଜିର ଖବର

ବିଧାନସଭାରେ ଉଠିଲା ପୁରୁଣା ପେନସନ ଦାବି: ବିଧାୟକଙ୍କୁ ଧନ୍ୟବାଦ ଜଣାଇଲା ସଂଗଠନ

July 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳରେ ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା ଓଡିଶାରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ସପକ୍ଷରେ ପୁରୁଣା ପେନସନ ଲାଗୁକରିବା ନିମନ୍ତେ ଦାବି କରିଥିଲେ। ବିଧାୟକଙ୍କ କହିବା କଥା ନୂତନ ପେନସନ ଯୋଜନାରେ କର୍ମଚାରୀ ମାନେ ଆର୍ଥିକ କ୍ଷତି ସହୁଛନ୍ତି ଓ ଏଥିରେ ଶତପ୍ରତିଶତ ପେନସନ ମିଳିବ ନାହିଁ। କିନ୍ତୁ ପୁରୁଣା ପେନସନ ଲାଗୁ ହେଲେ କର୍ମଚାରୀ ମାନେ ଲାଭବାନ ହେବେ ବୋଲି ଦାବି ରଖିଛନ୍ତି।

ଓଡିଶାର ପୁରୁଣା ପେନସନ ଅଭିଯାନ ସଂଗଠନର ଚାରି ଲକ୍ଷ କର୍ମଚାରୀ ଏବଂ ସେମାନଙ୍କ ପରିବାର ତରଫରୁ ବିଧାୟକଙ୍କୁ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରୁଅଛୁ ଏବଂ ସଂଗଠନ ଆଶା କରୁଅଛି କି ଅନ୍ୟ ସମସ୍ତ ବିଧାୟକ ମଧ୍ୟ କର୍ମଚାରୀ ମାନଙ୍କର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ଏ ବାବଦରେ ବିଧାନସଭା ଅଧିବେଶନ କାଳରେ ଆଲୋଚନା କରିବେ ଓ ଓଡ଼ିଶାରେ ପୁରୁଣା ପେନସନ ଲାଗୁ କରିବା ପାଇଁ ମତ ରଖିବେ।

ଏତତ ବ୍ୟତୀତ ବିଭିନ୍ନ ରାଜ୍ୟର ବିଧାନସଭାରେ ବିଭିନ୍ନ ବିଧାୟକ ଏବଂ ସାଂସଦରେ ବିଭିନ୍ନ ରାଜ୍ୟର ନିର୍ବାଚିତ ସାଂସଦ ମାନେ ମଧ୍ୟ କର୍ମଚାରୀ ମାନଙ୍କ କ୍ଷେତ୍ରରେ ପୁରୁଣା ପେନସନ ଲାଗୁ କରିବା ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି। ଏଥିସହିତ କିଛି ରାଜ୍ୟରେ ତଥା ଛତିଶଗଡ, ଝାଡ଼ଖଣ୍ଡ, ରାଜସ୍ତାନ ଏବଂ ହିମାଚଳ ପ୍ରଦେଶରେ ପୁରୁଣା ପେନସନ ଲାଗୁହୋଇଥିବା ବେଳେ କିଛି ରାଜ୍ୟରେ ପୁରୁଣା ପେନସନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କମିଟି ଗଢ଼ାଯାଇ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଲାଗୁକରିବାକୁ ଅଗ୍ରସର ହେଉଥିବା ବେଳେ ଓଡିଶାରେ ପୁରୁଣା ପେନସନରୁ ବଞ୍ଚିତରହିଥିବା କର୍ମଚାରୀ ମାନଙ୍କ ମନରେ ଏହା ଦୁଃଖ ଏବଂ ଅନୁତାପ ଭରିଦେଇଅଛି।

ପୁରୁଣା ପେନସନ ଅଭିଯାନ ସଂଗଠନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ ଓଡ଼ିଶାରେ ପୁରୁଣା ପେନସନ ଲାଗୁ କରିବା ଲାଗି ସଂଗଠନର ରାଜ୍ୟ ସଭାପତି ବିଜୟ ମଲ୍ଲ, ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, ଗୁରୁଃଗୋବିନ୍ଦ ଦଳାଇ, ଶୁଭ୍ରଜିତ ପ୍ରତିହାରୀ, ରଶ୍ମି ରଞ୍ଜନ ପାଢ଼ୀ, ପ୍ରଦୀପ ପ୍ରଧାନ, ପ୍ରଶାନ୍ତ ରାଉତରାୟ, ଅନ୍ତର୍ଯ୍ୟାମୀ ଲେଙ୍କା, ଶିବ ଶଙ୍କର ସାହୁ ଏବଂ ବାବୁଲ ନାୟକ ଏକ ପ୍ରେସ ବିବୃତି ରେ କହିଛନ୍ତି।

Ganeswar Behera odisha assembly pension ପୁରୁଣା ପେନସନ ବିଜେଡ଼ି ବିଧାୟକ ବିଧାନସଭାର ପ୍ରଶ୍ନକାଳ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026
Latest News

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.