Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର-ପଲାସା ନିକଟ ଏବଂ ବ୍ରହ୍ମପୁର-ଗୋଳନ୍ଥରା ମଧ୍ୟରେ ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ପ୍ରାରମ୍ଭ 
ଆଜିର ଖବର

ଭୁବନେଶ୍ୱର-ପଲାସା ନିକଟ ଏବଂ ବ୍ରହ୍ମପୁର-ଗୋଳନ୍ଥରା ମଧ୍ୟରେ ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ପ୍ରାରମ୍ଭ 

August 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରେଳ ଧାରଣାରୁ ମୃତଦେହ ଉଦ୍ଧାର
ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରେଳ ନିରାପତ୍ତାକୁ ବୃଦ୍ଧି କରାଇବା ସହିତ ଟ୍ରେନ ମାନଙ୍କର ବେଗବୃଦ୍ଧି ବଢାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପୂର୍ବ ତଟ ରେଳପଥ ଭୁବନେଶ୍ୱର-ପଲାସା ରେଳ ସେକ୍ସନରେ ନିରାପତ୍ତା ବାଡ (ଫେନସିଂ) ପ୍ରକଳ୍ପ ଆରମ୍ଭ କରିଛି।

ଭୁବନେଶ୍ୱର ଏବଂ ପଲାସା ରେଳ ଷ୍ଟେସନ ନିକଟ ଅଞ୍ଚଳ ସହିତ ବ୍ରହ୍ମପୁର-ଗୋଳନ୍ଥରା ରେଳ ସେକ୍ସନରେ ଛୋଟ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଏହି କାର୍ଯ୍ୟ ପ୍ରାରମ୍ଭ କରାଯାଇଅଛି।  ବର୍ତ୍ତମାନ ପର୍ଯ୍ୟନ୍ତ, ପ୍ରାୟ 07 କିଲୋମିଟର ନିରାପତ୍ତା ଜନିତ ଫେନସିଂ କାର୍ଯ୍ୟ ସମାପ୍ତ ହୋଇସାରିଛି।

ଡବଲ୍ ଡବ୍ଲୁ ମେଟାଲ୍ ବିମ୍ କ୍ରାସ୍ ବ୍ୟାରିୟର ପ୍ରାୟ 3.9 କିମି ଅର୍ଥାତ୍ ପଲାସା ଷ୍ଟେସନ ଅଞ୍ଚଳ ନିକଟରେ 2400 ମିଟର ଏବଂ ବ୍ରହ୍ମପୁର-ଗୋଳନ୍ଥରା ରେଳ ସେକ୍ସନରେ 1500 ମିଟର ନିର୍ମାଣ କରାଯାଇଅଛି। ଏହା ବ୍ୟତୀତ ଭୁବନେଶ୍ୱର ନିକଟରେ 1600 ମିଟର ଫିକ୍ସଡ୍ ନଟ୍ ଫେନ୍ସିଂ ବ୍ୟାରିୟର କାର୍ଯ୍ୟ ମଧ୍ୟ ନିର୍ମାଣ କରାଯାଇଅଛି। ଫେନସିଂ ପାଇଁ ଏହି ସ୍ଥାନ ଗୁଡିକ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଛି କାରଣ ରେଳ ଧାରଣା ଉଚ୍ଚତା ପ୍ରାୟ ଚଳପ୍ରଚଳ ଅଞ୍ଚଳର ଭୂମିସ୍ତର ସହିତ ସମାନ ରହିଛି ଯାହାଦ୍ୱାରା ଗୃହପାଳିତ ପଶୁ ଏବଂ ଅନଧିକାର ପ୍ରବେଶକୁ ରେଳ ଟ୍ରାକ ପାର ହେବାପାଇଁ ବାରଣ କରାଯାଇ ପାରିବ।

ଏହି ନିରାପତ୍ତା ବାଡ଼ କେବଳ ସୁରକ୍ଷିତ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ କରିବ ନାହିଁ ବରଂ ରେଳ ଧାରଣାକୁ ଅନଧିକୃତ ପ୍ରବେଶ, ରେଳ ଧାରଣା ନିକଟରେ ଗୋରୁ କିମ୍ବା ଗୃହପାଳିତ ପଶୁ ଚରାଇବା ଏବଂ ରେଳ ଲାଇନ ନିକଟରେ ବଣୁଆ ଜନ୍ତୁର ଗତିବିଧି ଉପରେ ମଧ୍ୟ ଏହା ପ୍ରତିବନ୍ଧକ ଲଗାଇବ।

ଏହି ବାଡ଼ଦେବା କାର୍ଯ୍ୟକୁ ସୁନିଶ୍ଚିତ କରିବା ଏବଂ ଯେକୌଣସି ବ୍ୟାଘାତକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଟ୍ରାକ ନିକଟରେ ନିଜ ସୀମା ମଧ୍ୟରେ ପ୍ରାଚୀର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନର ଯୋଜନାରେ ରେଳ ଜମିର ସୀମାନ୍ତରେ ଫେନସିଂ ନିର୍ମାଣ ଅନ୍ତର୍ଭୁକ୍ତ, ପ୍ରକୃତ ଦୂରତା ସହିତ ଜୋନାଲ ରେଳ କର୍ତ୍ତୃପକ୍ଷର ସ୍ଥାନିତ ସ୍ଥିତି, ରକ୍ଷଣାବେକ୍ଷଣ ଆବଶ୍ୟକତା, ମଲ୍ଟି ଟ୍ରାକିଂ କାର୍ଯ୍ୟ, ଅନଧିକାର ପ୍ରବେଶ ଏବଂ ପ୍ରସ୍ତାବିତ ବାଡ଼ର ସାମଗ୍ରିକ କାର୍ଯ୍ୟକାରିତା ଉପରେ ନିର୍ଭର କରିବ।

ଏହି ପଦକ୍ଷେପଟି “ଲେଭଲ୍ କ୍ରସିଂ, ROBs (ଫ୍ଲାଏଓଭର), RUBs (ଉପାମାର୍ଗ), ବ୍ରିଜ୍ ଏବଂ ପ୍ରବେଶ ନିୟନ୍ତ୍ରଣ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହିତ ଟ୍ରାକ୍ ପ୍ରବେଶକୁ ସିଲ୍ କରିବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ରେଳ ଟ୍ରାକ୍ ନିକଟରେ ଚରୁଥିବା ବା ବିଚରଣ କରୁଥିବା ଗୃହପାଳିତ ପଶୁ ରେଳ ଲାଇନରେ ପ୍ରବେଶ କରିପାରିବେ ନାହିଁ। ଏହା ମଧ୍ୟ ଯାତାୟାତର ସୁଗମତା ପାଇଁ ଲାଭ ପ୍ରଦାନ କରିବ ଏବଂ ପଶୁମାନଙ୍କ ଜୀବନ ନଷ୍ଟ ହେବ ନାହିଁ।

ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଭଦ୍ରକ-ପଲାସା ଏବଂ ଖୋର୍ଦ୍ଧା ରୋଡ-ପୁରୀ ରେଳ ସେକ୍ସନରେ ରେଳ ଧାରଣା କଡରେ ନିରାପତ୍ତା ବାଡ ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ନିକଟରେ 275.01 କୋଟି ମଞ୍ଜୁର କରିଛି। ଏହା ସହିତ 130 କିଲୋମିଟର ଏବଂ ତା’ଠାରୁ ଅଧିକ ବେଗରେ ଟ୍ରେନର ନିରାପଦ ଚଳାଚଳକୁ ମଧ୍ୟ ସହଜ କରିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି।

ରେଳ ମନ୍ତ୍ରଣାଳୟ ଭାରତରେ ଦ୍ରୁତ ଗତିରେ ଟ୍ରେନ୍ ଯାତ୍ରା ଉପଲବ୍ଧ କରାଇବାର ଚାହିଦା ପୂରଣ କରିବା ପାଇଁ ରେଳ ନିରାପତ୍ତା ଏବଂ ଭିତ୍ତିଭୂମି ଅଗ୍ରଗତି କରିବାକୁ ପ୍ରତିଶ୍ରୁତିବଦ୍ଧ।  ଏହି ନିରାପତ୍ତା ଫେନସିଂ ବା ବାଡ଼ ଦେବା ପ୍ରକଳ୍ପ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସୁନିଶ୍ଚିତ କରିବା ସହିତ ଦେଶ ପାଇଁ ଏକ ନିରାପଦ ଏବଂ ଅଧିକ ଦକ୍ଷ ରେଳ ନେଟୱାର୍କ ସୁନିଶ୍ଚିତ କରିବା।

berhampur bhubaneswar
Share. Facebook Twitter LinkedIn Email WhatsApp Copy Link

Related Posts

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026
Latest News

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.