Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଦକ୍ଷତା କେନ୍ଦ୍ରରେ ଯୋଡ଼ି ହେଲା ନୂଆ ପାଠ୍ୟକ୍ରମ – ‘ପ୍ରିସିସନ ଇଞ୍ଜିନିୟରିଂ’
ଆଜିର ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଯୋଡ଼ି ହେଲା ନୂଆ ପାଠ୍ୟକ୍ରମ – ‘ପ୍ରିସିସନ ଇଞ୍ଜିନିୟରିଂ’

August 23, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
World Skill Centre
World Skill Centre extends admission deadline to May 15

ଭୁବନେଶ୍ୱର: ଆଜି ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି। ଫଳରେ ଶିଳ୍ପ ଉତ୍ପାଦନ ଧାରାରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଉତ୍ପାଦଗୁଡ଼ିକର ଗୁଣବତ୍ତାରେ ବିଶେଷ ଉନ୍ନତି ସମ୍ଭବ ହୋଇପାରିଛି। ଏହି ଆଧୁନିକ କ୍ଷେତ୍ର ପାଇଁ ଆବଶ୍ୟକ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତି ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ପ୍ରିସିସନ ଇଞ୍ଜିନିୟରିଂ’ ପାଠ୍ୟକ୍ରମ ଆରମ୍ଭ କରାଯାଉଛି।

‘ସ୍କିଲ୍‌ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ଅତ୍ୟାଧୁନିକ କୌଶଳ ବିକାଶ କେନ୍ଦ୍ରରେ ୨୦୨୪-୨୫ ଶିକ୍ଷାବର୍ଷର ସେପ୍ଟେମ୍ବର ସେସନରୁ ‘ପ୍ରିସିସନ ଇଞ୍ଜିନିୟରିଂ’ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି ପାଠ୍ୟକ୍ରମ ପାଇଁ ଆଇଟିଆଇ (୨ ବର୍ଷିଆ) କିମ୍ବା ପଲିଟେକନିକରେ ଡିପ୍ଲୋମା (୩ ବର୍ଷିଆ) କରିଥିବା ଓଡ଼ିଶାର ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

‘‘ପ୍ରିସିସନ ଇଞ୍ଜିନିୟରିଂ ଏକ ଅତ୍ୟାଧୁନିକ ବିଷୟ। ଏ କ୍ଷେତ୍ରରେ ତାଲିମ ପାଇଥିବା ପେସାଦାରମାନଙ୍କ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ନୂତନ ତାଲିମ ପାଠ୍ୟକ୍ରମ ଲାଗୁ କରାଯାଉଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ ନୂତନ ତଥା ଅତ୍ୟାଧୁନିକ ଲାବୋରେଟୋରି ବ୍ୟବସ୍ଥା କରାଯାଉଛି’’, କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମିତା ପଣ୍ଡା।

ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଅନ୍ୟ ୫ଟି ବିଷୟ ସହିତ ଏଥର ‘ପ୍ରିସିସନ ଇଞ୍ଜିନିୟରିଂ’ ପାଠ୍ୟକ୍ରମ ନୂଆକରି ଲାଗୁ କରାଯାଉଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ଡ୍ରଇଙ୍ଗ୍ ଆଣ୍ଡ ଇନ୍ସପେକ୍ସନ ଟେକନିକ୍ସ, ସିଏନସି ଟର୍ଣ୍ଣିଂ, ସିଏନସି ମିଲିଂ, ଥ୍ରୀଡି କ୍ୟାଡ୍/କ୍ୟାମ୍ ଆପ୍ଲିକେସନ୍ସ, ମଲ୍ଟି ଆକ୍ସିସ୍ ପ୍ରୋଗ୍ରାମିଂ ଆଣ୍ଡ ମେସିନିଂ, ସିଏନସି ସିଟ୍ ମେଟାଲ ଫାବ୍ରିକେସନ ଏବଂ ଗ୍ରାଇଣ୍ଡିଂ ଭଳି ଇଞ୍ଜିନିୟରିଂର ବିଭିନ୍ନ ସୂକ୍ଷ୍ମ ଦିଗ ବିଷୟରେ ତାଲିମ ନେଇ ଆଧୁନିକ ଶିଳ୍ପ ଦୁନିଆ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ।

‘ପ୍ରିସିସନ ଇଞ୍ଜିନିୟରିଂ’ ବିଷୟରେ ତାଲିମ ନେବା ପରେ ଛାତ୍ରଛାତ୍ରୀମାନେ ଆଧୁନିକ ଡାକ୍ତରୀ ଉପକରଣ, ବିମାନ ଓ ରକେଟ୍ ପାଇଁ ବିଭିନ୍ନ ସୂକ୍ଷ୍ମ ଉପକରଣ ନିର୍ମାଣ ସହିତ ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ଆଦି ଶିଳ୍ପ କ୍ଷେତ୍ରରେ ଦେଶ ବିଦେଶରେ ନିଯୁକ୍ତି ସୁଯୋଗ ପାଇପାରିବେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆବଶ୍ୟକ ଥିଓରି ସହିତ ଅଧିକ ପ୍ରାକ୍ଟିକାଲ ବା ହ୍ୟାଣ୍ଡ୍ସ ଅନ୍ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପ୍ରତ୍ୟେକ ବିଷୟ ଉପଯୋଗୀ ଅତ୍ୟାଧୁନିକ ତଥା ଶିଳ୍ପ ଉପଯୋଗୀ ଲାବୋରେଟୋରି ସ୍ଥାପନ କରାଯାଉଛି। ପାଠପଢ଼ା ଓ ବୈଷୟିକ ତାଲିମ ଛଡ଼ା ପିଲାମାନଙ୍କୁ ଯୋଗାଯୋଗ ଦକ୍ଷତା, ବୃତ୍ତିଗତ ବିକାଶ, ଡିଜାଇନ୍ ଥିଙ୍କିଙ୍ଗ୍‌, ଉଦ୍ୟୋଗ ବିକାଶ, କ୍ରୀଡ଼ା ଏବଂ ସୁସ୍ୱାସ୍ଥ୍ୟ ଆଦି ବିଷୟକୁ ନେଇ ‘ଜୀବନ କୌଶଳ’ ତାଲିମ ମଧ୍ୟ ଦିଆଯାଉଛି।

ସିଙ୍ଗାପୁରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ ଏଜୁକେସନର (ଆଇଟିଇଇଏସ୍‌) ତତ୍ତ୍ୱାବଧାନରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବର୍ଷିକିଆ ଆଡଭାନ୍ସଡ୍ ଡିପ୍ଲୋମା ତାଲିମ ପାଠ୍ୟକ୍ରମ ପରିଚାଳନା କରାଯାଉଛି। କେନ୍ଦ୍ରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଜାତୀୟ ଶିକ୍ଷା ଓ ତାଲିମ ଅନୁଭୂତି ଦେବା ପାଇଁ ସିଙ୍ଗାପୁରଠାରେ ପ୍ରତିବର୍ଷ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ ଏବଂ ‘ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍’ କାର୍ଯ୍ୟକ୍ରମ କରାଯାଉଛି।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଅଧୀନରେ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ଦେଶର ଏହି ଅଗ୍ରଣୀ ଏହି ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଏବେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗରେ ମୋଟ ୭ଟି ବିଷୟରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି।

‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ରହିଥିବା ବେଳେ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗରେ ନାମଲେଖା ଶେଷ ତାରିଖ ରହିଛି ସେପ୍ଟେମ୍ବର ୧୦।

ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ୧୮୦୦ ୨୬୬ ୬୦୦୨ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ। ତା’ଛଡ଼ା ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.org ମାଧ୍ୟମରେ ନାମଲେଖା ପାଇଁ ଆବେଦନ କରିପାରିବେ ବୋଲି ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ପାଠ୍ୟକ୍ରମ ବିଶ୍ୱ ଦକ୍ଷତା କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.