Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାଙ୍ଗିବାକୁ ଯାଉଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ!: ସୂର୍ଯ୍ୟଙ୍କୁ ବଡ ଅଫର ଦେଲା କେକେଆର୍
ଆଜିର ଖବର

ଭାଙ୍ଗିବାକୁ ଯାଉଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ!: ସୂର୍ଯ୍ୟଙ୍କୁ ବଡ ଅଫର ଦେଲା କେକେଆର୍

August 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୂର୍ଯ୍ୟକୁମାର
ଅଧିନାୟକ ନାହିଁ ତ ଦଳରେ ରହିବାର ନାହିଁ: MI କୁ ଅଲଟିମେଟମ୍ ଦେଲେ କି ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ୨୦୨୫ ଆଇପିଏଲ ନିଲାମ ପୂର୍ବରୁ ଖେଳାଳିଙ୍କୁ ଦଳଗୁଡିକ ମୁକ୍ତ କରିବେ। ତେଣୁ ଅନେକ ଖେଳାଳିଙ୍କ ଦଳ ପରିବର୍ତ୍ତନ ହେବାକୁ ଯାଉଛି। ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ ମୁମ୍ବାଇ ଦଳ ଭାଙ୍ଗିବାକୁ ଯାଉଛି। ସୂର୍ଯ୍ୟକୁମାର ଯାଦବଙ୍କୁ କେକେଆର ଅଧିନାୟକତ୍ୱର ଅଫର ଦେଇଛି। ଯଦି ସୂର୍ଯ୍ୟ ମୁମ୍ବାଇ ଛାଡନ୍ତି ତେବେ ସେ କେକେଆର୍ ଯାଇପାରିବେ। ତେବେ ଏ ସମ୍ପର୍କରେ କୌଣସି ନିଶ୍ଚିତ ସୂଚନା ଗ୍ରହଣ କରାଯାଇ ନାହିଁ।

୨୦୧୮ ରୁ ସୂର୍ଯ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସହ ଅଛନ୍ତି। ୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ ଦରମା ହିସାବରେ ସୂର୍ଯ୍ୟ ୩.୨୦ କୋଟି ଟଙ୍କା ପାଉଥିଲେ। ଏହା ପରେ ୨୦୨୨ ରେ ଦରମା ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ୮ କୋଟି ଟଙ୍କା ମିଳୁଛି। କିନ୍ତୁ ବର୍ତ୍ତମାନ ଯଦି ମୁମ୍ବାଇ ମେଗା ନିଲାମ ପୂର୍ବରୁ ତାଙ୍କୁ ମୁକ୍ତ କରେ, ତେବେ କୋଲକାତା ସୂର୍ଯ୍ୟଙ୍କୁ କିଣି ପାରେ। ମିଳିଥିବା ଖବର ଅନୁଯାୟୀ କେକେଆର୍ ସୂର୍ଯ୍ୟଙ୍କୁ ଅଧିନାୟକତ୍ୱ ଅଫର କରିଛି। କିନ୍ତୁ ସେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି। ଯଦି ସୂର୍ଯ୍ୟ କେକେଆରକୁ ଯାଆନ୍ତି ତେବେ ସେ ଅଧିନାୟକ ହୋଇପାରନ୍ତି।

ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ଦେଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳ ଅଧିନାୟକତ୍ୱ ଦେଇଥିଲା। ହାର୍ଦ୍ଦିକ ଅଧିନାୟକ ହେବା ପରେ ଦଳରେ ପରିବର୍ତ୍ତନ ଆସିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟଙ୍କ ସମେତ ଅନେକ ଖେଳାଳି ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ଖୁସି ନଥିଲେ। ଖେଳାଳିମାନେ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଶୈଳୀକୁ ପସନ୍ଦ କରୁନଥିଲେ। ଏଥିରେ ରୋହିତ ମଧ୍ୟ ଅସନ୍ତୁଷ୍ଟ ଥିଲେ। ତେବେ ମୁମ୍ବାଇ କାହାକୁ ମୁକ୍ତ କରୁଛି, ତାହା ଏପର୍ଯ୍ୟନ୍ତ କୁହାଯାଇପାରିବ ନାହିଁ।

ସୂର୍ଯ୍ୟଙ୍କ ଦମଦାର ପ୍ରଦର୍ଶନ:

ସୂର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ ଦେଖାଇଛନ୍ତି। ସେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍। ୨୦୨୩ ରେ ୧୬ ଟି ମ୍ୟାଚରେ ସୂର୍ଯ୍ୟ ୬୦୫ ରନ୍ ସ୍କୋର କରିଥିଲେ। ଏହି ସମୟରେ ସେ ୧ ଶତକ ଏବଂ ୩ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ଏପର୍ଯ୍ୟନ୍ତ ଆଇପିଏଲର ୧୫୦ ଟି ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୩୫୯୪ ରନ୍ ସ୍କୋର କରିଛନ୍ତି। ଏହି ଲିଗରେ ସୂର୍ଯ୍ୟ ୨ ଶତକ ଏବଂ ୨୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଅଧିନାୟକତ୍ୱର ଅଭିଜ୍ଞତା ମଧ୍ୟ ପାଇଛନ୍ତି। ସୂର୍ଯ୍ୟ ଟି -୨୦ ରେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି।

IPL 2025 kkr Kolkata Knight Riders' Suryakumar Yadav.
Share. Facebook Twitter LinkedIn Email WhatsApp Copy Link

Related Posts

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026
Latest News

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.