Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର: ଶିକ୍ଷାର ଉନ୍ନତି ତଥା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ‘ପ୍ରୟୋଗ’ ତାଲିମ ଶିବିର
ଆଜିର ଖବର

ରଣପୁର: ଶିକ୍ଷାର ଉନ୍ନତି ତଥା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ‘ପ୍ରୟୋଗ’ ତାଲିମ ଶିବିର

August 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଉନ୍ନତି ତଥା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ବିଭାଗ ସବୁବେଳେ ପ୍ରୟାସ କରି ଚାଲିଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ‘ପ୍ରୟୋଗ’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପିଲାମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତା ବୃଦ୍ଧି କରିବା ଏହି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ଏଥିରେ ବିଭିନ୍ନ ଶିକ୍ଷଣ ଫଳାଫଳ, ଶିକ୍ଷାର ଲକ୍ଷ୍ୟ, ଗଣିତ ଶିକ୍ଷାଦାନର ବିଭିନ୍ନ ଉପକରଣ ବ୍ୟବହାର ଆଦି ସମ୍ବନ୍ଧରେରେ ତାଲିମ ପ୍ରଦାନ କରାଯାଇଥିଲା।

ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ମାନସ କୁମାର ପଟ୍ଟନାୟକ, ଅଶୋକ ସାମନ୍ତରାୟ, ସୁଶୀଲ କୁମାର ରଣା, ବିଶ୍ୱଭୂଷଣ ବେହେରା, ଦିନବନ୍ଧୁ ଜେନା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଏହି ଶିବିରରେ ରଣପୁର, ଗୌରାଙ୍ଗପୁର, ଦର୍ପନାରାୟଣପୁର, ଡମସାହି, ନରସିଂହପୁର, କାଣ୍ଡପଡା କ୍ଲଷ୍ଟରର ପ୍ରାୟ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଶିବିରରେ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ। ଏହି ଶିବିର ତିନି ଧରି ଚାଲିଥିଲା।

ସେହିଭଳି ଗୋପାଳପୁର ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରରେ ପ୍ରଶାନ୍ତ କୁମାର ପ୍ରଧାନ, ସୁଧାକର ମିଶ୍ର, କୈଳାଶ ଚନ୍ଦ୍ର ମାଝୀ, ସୁଶାନ୍ତ କୁମାର ପ୍ରଧାନ, ପ୍ରମୋଦ ମଲ୍ଲିକ ତାଲିମ ପ୍ରଦାନ କରିଥିବା ବେଳେ ଚାନ୍ଦପୁର, କେରେଣ୍ଡାଟାଙ୍ଗୀ, ରାଜଜଙ୍କିଆ, ଝାଡ଼ପଡା, ଗୋପାଳପୁର, ମଝିଆଖଣ୍ଡ କ୍ଲଷ୍ଟରର ଶିକ୍ଷକଶିକ୍ଷୟତ୍ରୀମାନେ ତାଲିମ ଗ୍ରହଣ କରିଥିଲେ।

ସେହିଭଳି କୁଳାସର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରରେ ରସାନନ୍ଦ ବେହୁରା, ପବିତ୍ର ମୋହନ ସାମନ୍ତରାୟ, ରାମ ଚନ୍ଦ୍ର ବେହେରା, ସୁବାଷ ମହାପାତ୍ର, ସଞ୍ଜୟ କୁମାର ବରାଡ଼ ପ୍ରମୁଖ ତାଲିମ ପ୍ରଦାନ କରିଥିବା ବେଳେ ରାଜସୁନାଖଳା, କାସନ୍ଦା, କୁଳାସର, ଖଇରପଲ୍ଲୀ, ବ୍ରଜରାଜପୁର, ସରଙ୍ଗାଧରପୁର କ୍ଲଷ୍ଟରର ଶିକ୍ଷକଶିକ୍ଷୟତ୍ରୀମାନେ ତାଲିମ ଗ୍ରହଣ କରିଥିଲେ।

ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଶାନ୍ତିଲତା ଦେଇ ଏହି ତାଲିମ ଶିବିରକୁ ପରିଦର୍ଶନ କରି ପର୍ଯ୍ୟବେକ୍ଷଣ କରିବା ସହିତ ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ।

ତାଲିମ ଶିବିର ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

September 10, 2025

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025
Latest News

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

September 10, 2025

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.