Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରେକ୍ଷାଳୟ ପ୍ରତିନିଧିଙ୍କୁ ନେଇ ବୈଠକ
ଆଜିର ଖବର

କଟକରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରେକ୍ଷାଳୟ ପ୍ରତିନିଧିଙ୍କୁ ନେଇ ବୈଠକ

August 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନ ୨୦୧୫ ଅନ୍ତର୍ଗତ ଭିନ୍ନକ୍ଷମମାନଙ୍କ ପାଇଁ କୋଠାବାଡ଼ି ଠାରୁ ଆରମ୍ଭ କରି ଯାତାୟାତ ବ୍ୟବସ୍ଥାରେ ସୁଗମତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଏହାଦ୍ବାରା ଭିନ୍ନକ୍ଷମମାନଙ୍କ ପାଇଁ ଏକ ସମାବେଶୀ ସମାଜ ସୃଷ୍ଟି ହୋଇପାରିବ। ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ପ୍ରେକ୍ଷାଳୟରେ ଫିଚର୍‌ ଫିଲ୍ମର ସାର୍ବଜନୀନ ପ୍ରଦର୍ଶନ କ୍ଷେତ୍ରରେ ସୁଗମତା ମାର୍ଗଦର୍ଶିକା (Accessibility Guidelines) ଗତ ୧୫ ମାର୍ଚ୍ଚ ୨୦୨୪ରେ ପ୍ରକାଶ ପାଇଛି।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ କଟକ ଠାରେ ଆଜି ବୋର୍ଡର ଆଞ୍ଚଳିକ ଅଧିକାରୀ ତଥା ପିଆଇବି ଓ ସିବିସିର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଛି। ଏଥିରେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ସମେତ ଚଳଚିତ୍ର ଜଗତ ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଓ ପ୍ରତିନିଧି ଯୋଗ ଦେଇଥିଲେ।

ବୈଠକରେ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଉପରେ ଆଲୋକପାତ କରି ଦିବ୍ୟାଙ୍ଗଜନ ଅଧିକାର ଆଇନ ୨୦୧୬ ଅନୁସୃତ ନିର୍ଦ୍ଦେଶାବଳୀଗୁଡ଼ିକୁ ପାଳନ କରିବା ପାଇଁ ଡକ୍ଟର ଦାଶ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଡକ୍ଟର ଦାଶ କହିଥିଲେ, ଭାରତ ସ୍ବାକ୍ଷର କରିଥିବା ମିଳିତ ଜାତିସଂଘ ଦିବ୍ୟାଙ୍ଗଜନ ଅଧିକାର ସନନ୍ଦ ମଇ ୨୦୦୮ ରୁ ଲାଗୁହୋଇଛି। ଭିନ୍ନକ୍ଷମଙ୍କ ପାଇଁ ସୁଗମତା ଏକ ମାନବୀୟ ଅଧିକାର ବୋଲି ଏଥିରେ ଜୋର୍‌ ଦିଆଯାଇଛି। ତେଣୁ ଚଳଚ୍ଚିତ୍ରରେ ମଧ୍ୟ ବିଶେଷ ଭାବେ ଦୃଷ୍ଟି ଓ ଶ୍ରବଣ ବାଧିତ ବ୍ୟକ୍ତିଙ୍କ ପାଇଁ Closed Caption ଓ Audio Description ଭଳି ସୁଗମତା ବ୍ୟବସ୍ଥା ସୃଷ୍ଟି କରିବା ବାଞ୍ଛନୀୟ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଧିକ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଗୁଡ଼ିକ ପାଇଁ ଏହି ମାର୍ଗଦର୍ଶିକା ୧୫ ସେପ୍ଟେମ୍ବର ଠାରୁ ଲାଗୁ ହେବ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରୁଥିବା ଫିଚର ଫିଲ୍ମଗୁଡିକ ୧ ଜାନୁଆରୀ ୨୦୨୫ ରୁ ସୁଗମତା ମାନକ ଅନ୍ତର୍ଭୂକ୍ତ କରିବାର ଆବଶ୍ୟକତା ରହିଛି। ଏତଦବ୍ୟତୀତ ୨୦୨୬ ମସିହା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଚଳଚ୍ଚିତ୍ର, ଟିଜର ଓ ଟ୍ରେଲର ଗୁଡିକରେ Closed Caption ଓ Audio Description ଭଳି ସୁଗମତା ସୁବିଧା ପ୍ରଦାନ କରିବା ବାଧ୍ୟତାମୂଳକ ହେବ। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ଦ୍ୱାରା ପ୍ରମାଣିତ ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ। ଅଂଶଗ୍ରହଣକାରୀ ପ୍ରତିନିଧିମାନେ ସରକାରଙ୍କ ଏହି ସାଧୁ ଉଦ୍ୟମକୁ ସ୍ୱାଗତ କରିଥିଲେ।

କଟକ ପିଆଇବି
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.