Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ ଡାକ୍ତରଙ୍କ ଉପରେ ଏସମା
ଆଜିର ଖବର

ଆୟୁଷ ଡାକ୍ତରଙ୍କ ଉପରେ ଏସମା

September 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଅନୁବନ୍ଧିତ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨୦୦୭ ମସିହାରୁ ଏପର୍ଯ୍ୟନ୍ତ ଠିକା ଭାବେ କାର୍ଯ୍ୟ କରୁଥିବା ୧୧୪୫ ଆୟୁଷ ଡାକ୍ତର,୧୦୮୦ଆର ବି ଏସ କେ ର ଆୟୁଷ ଡାକ୍ତର ଏବଂ ୧୫୦ ମୋବାଇଲ ହେଲଥ ୟୁନିଟ ର ଡାକ୍ତରଙ୍କ ଚାକିରୀ ସ୍ଥାୟୀତ୍ୱ ସମ୍ପର୍କରେ ରାଜ୍ୟ ସରକାର କୌଣସି ପ୍ରକାର ନୀତିଗତ ନିଶ୍ଚିତ ନିଷ୍ପତ୍ତି ସଂପର୍କରେ ସୂଚନା ନ ଦେବା ଦ୍ୱାରା ଆୟୁଷ ଡ଼ାକ୍ତରୀ ସଂଘ ପକ୍ଷରୁ ତୀଵ୍ର ଅସନ୍ତୋଷ ଦେଖାଦେଇଛି।

୨୦୦୭ ମସିହାରେ ରାଜ୍ୟର ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବା ସଜାଡ଼ିବାରେ ଆୟୁଷ ଡାକ୍ତର ଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଥିଲା। ରାଜ୍ୟର ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ରାଜ୍ୟରେ ବନ୍ୟା, ବାତ୍ୟା, କରୋନା ସମୟ ରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ରାଜ୍ୟ ସରକାର ବାରମ୍ବାର କହିଆସୁଥିବା ବେଳେ ନା ଏମାନଙ୍କ ପାଇଁ ଦରମା ବୃଦ୍ଧି ଓ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେଲେ।

ଏହି ୧୪୪୫ ଜଣ ଆୟୁଷ ଡାକ୍ତର ସରକାର ଙ୍କ ନୀତିଗତ ନିଷ୍ପତ୍ତି ଅଭାଵ ଓ ଖୁବ କମ ଦରମା କାରଣ ରୁ ବହୁ ଆୟୁଷ ଡାକ୍ତର ଚାକିରୀ ଛାଡି ଦେଇ ଥିବା ବେଳେ ମାନସିକ ଚାପ, ଆର୍ଥିକ ସ୍ଥିତି ଖରାପ କାରଣରୁ ମଧ୍ୟ ଅନେକ ଚାକିରୀ ରୁ ଅପସରି ବର୍ତ୍ତମାନ୧୧୪୫ ଡାକ୍ତର ଥିବା ବେଳେ, ସେହିପରି୧୨୭୨ ଆର ବି ଏସ କେ ଡ଼ାକ୍ତର ଙ୍କ ମଧ୍ୟରୁ ଏବେ୧୦୮୦ ଜଣ, ସେଭଳି ମୋବାଇଲ ହେଲଥ ୟୁନିଟ(ଏମ ଏଚ ୟୁ)ରେ୧୮୦ ରୁ୧୫୦ ଡ଼ାକ୍ତର କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ଚାକିରୀ ର ସ୍ଥାୟୀତ୍ୱ ନେଇ କୌଣସି ନୀତିଗତ ନିଷ୍ପତ୍ତି ନ ନେବା କାରଣରୁ ବିଭିନ୍ନ ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରିବା ପାଇଁ ସୂଚନା ମିଳିବା ପରେ ରାଜ୍ୟ ସରକାର ପକ୍ଷ ରୁ ପୁଣି ଗତ ୩୦ତାରିଖ ଠାରୁ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଏସମା ଲଗାଇଛନ୍ତି।ଯାହା ଫଳରେ ଆୟୁଷ ଡାକ୍ତର ମାନେ ନିଜ ସେବା ପ୍ରଦାନ ସହିତ କୌଣସି ପ୍ରକାର ଆନ୍ଦୋଳନ ପନ୍ଥା ଅବଲମ୍ବନ କରିପାରିବେ ନାହିଁ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଇଛି।

ଆୟୁଷ ଡ଼ାକ୍ତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026

କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କଲା ବିସିସିଆଇ: କେବଳ ତିନି ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍

February 10, 2026

ଜାଣନ୍ତୁ ୧୦ ଫେବୃୟାରୀର ରାଶିଫଳ, ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

February 10, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026
Latest News

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026

କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କଲା ବିସିସିଆଇ: କେବଳ ତିନି ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍

February 10, 2026

ଭାରତ-ସେଶେଲ୍ସ ଭାଗିଦାରୀ: ଦ୍ୱିପାକ୍ଷିକ ସହଭାଗୀତାକୁ ମଜବୁତ କରିବା ଉପରେ ଗୁରୁତ୍ଵ

February 10, 2026

ଜାଣନ୍ତୁ ୧୦ ଫେବୃୟାରୀର ରାଶିଫଳ, ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

February 10, 2026

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.