ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Published: Sep 5, 2024, 9:14 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ରାଷ୍ଟ୍ରପତି ଥାର୍ମନ ଶନମୁଗରତ୍ନମଙ୍କ ସହ ସାକ୍ଷାତ କରିଛନ୍ତି।

ଭାରତ-ସିଙ୍ଗାପୁର ସହଭାଗୀତା ପ୍ରତି ରାଷ୍ଟ୍ରପତି ଥାର୍ମନଙ୍କ ଉତ୍ସାହପୂର୍ଣ୍ଣ ସହଯୋଗକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ବନ୍ଧୁତା ଏବଂ ସହଯୋଗ, ଯାହା ବିଶ୍ୱାସ, ପାରସ୍ପରିକ ସମ୍ମାନ ଉପରେ ଆଧାରିତ ବୋଲି ସେମାନେ ଉଲ୍ଲେଖ କରିଥିଲେ।

ଏହି ପରିପ୍ରେକ୍ଷୀରେ, ସେମାନେ ଉଲ୍ଲେଖ କରିଥିଲେ ଯେ ବ୍ୟାପକ ରଣନୈତିକ ଭାଗିଦାରୀ ଦ୍ବାରା ସମ୍ପର୍କ ଉନ୍ନତ ହେବା ସହିତ ମିଳିତ ସହଯୋଗ ପାଇଁ ଏକ ଦୃଢ଼ ମାର୍ଗ ପ୍ରସ୍ତୁତ କରିବ। ଉନ୍ନତ ଉତ୍ପାଦନ ଏବଂ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଭଳି ନୂତନ କ୍ଷେତ୍ରରେ ଭାରତ ଏବଂ ସିଙ୍ଗାପୁର କିପରି ସେମାନଙ୍କର ସହଯୋଗକୁ ସୁଦୃଢ଼ କରିପାରିବେ ସେ ବିଷୟରେ ସେମାନେ ଚିନ୍ତା ବ୍ୟକ୍ତ କରିଥିଲେ। ଆସନ୍ତା ବର୍ଷ ରାଷ୍ଟ୍ରପତି ଥାର୍ମନଙ୍କୁ ଭାରତରେ ସ୍ୱାଗତ କରିବା ପାଇଁ ସେ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ।

Related posts