Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ: ଟ୍ରେନ ଚଳାଚଳ କ୍ଷେତ୍ରରେ ଦକ୍ଷତା ଏବଂ ନିରାପତ୍ତା ବୃଦ୍ଧି
ଆଜିର ଖବର

ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ: ଟ୍ରେନ ଚଳାଚଳ କ୍ଷେତ୍ରରେ ଦକ୍ଷତା ଏବଂ ନିରାପତ୍ତା ବୃଦ୍ଧି

September 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସୁରକ୍ଷିତ ଏବଂ ଅଧିକ ଦକ୍ଷ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ଏହାର ଭିତ୍ତିଭୂମିକୁ କ୍ରମାଗତ ଭାବରେ ନବୀକରଣ କରିଆସୁଅଛି। ଏହି ଆଧୁନିକୀକରଣର ଏକ ଅଂଶ ଭାବରେ ପୂର୍ବତଟ ରେଳପଥର ଯଖପୁରା-ନିର୍ଗୁଣ୍ଡି ଏବଂ ଖୋର୍ଦ୍ଧା ରୋଡ୍-ଗୋଳନ୍ଥରା ରେଳ ସେକ୍ସନ ସମେତ ପ୍ରମୁଖ ରେଳ ସେକ୍ସନରେ ଅଟୋମେଟିକ୍ ବ୍ଲକ୍ ସିଗନାଲ୍ (ଏବିଏସ୍) ଅଥବା ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା ନିୟୋଜିତ ହେଉଛି। ଏହି ଉନ୍ନତ ପ୍ରଣାଳୀ ଟ୍ରେନର କାର୍ଯ୍ୟକ୍ଷମତା ଏବଂ ଟ୍ରେନର ସୁରକ୍ଷାକୁ ବୃଦ୍ଧିକରାଇବାକୁ ଲକ୍ଷ୍ୟ ରଖିଛି।

ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥାର ମୁଖ୍ୟ ଆକର୍ଷଣ:

ଗୋଟିଏ ବ୍ଲକ ସେକ୍ସନରେ ଏକାଧିକ ଟ୍ରେନ୍: ଏବିଏସ୍ ସିଷ୍ଟମ୍ ଅଥବା ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା ଏକାଧିକ ଟ୍ରେନ୍ କୁ ଗୋଟିଏ ବ୍ଲକ୍ ସେକ୍ସନରେ ରହିବାକୁ ଅନୁମତି ଦେଇଥାଏ ଯାହା ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ଦ୍ୱାରା ଟ୍ରେନ ଚଳାଚଳ କାର୍ଯ୍ୟର ଏକ ସାଧାରଣ ବୈଶିଷ୍ଟ୍ୟ ଅଟେ। ଏହି ପ୍ରକ୍ରିୟାରେ କୌଣସି ଅସାଧାରଣ କିମ୍ବା ଅସୁରକ୍ଷିତ କିଛି ନାହିଁ, ଯେହେତୁ ସ୍ୱୟଂଚାଳିତ ସେକ୍ସନ ଅଞ୍ଚଳରେ ସୁରକ୍ଷିତ ଏବଂ ଦକ୍ଷତାର ସହିତ ଟ୍ରେନ୍ ଚଳାଇବା ପାଇଁ ପ୍ରଣାଳୀକୁ ଡିଜାଇନ୍ କରାଯାଇଅଛି।

ଭୁଲ ତଥ୍ୟ ବିରୋଧରେ ନିବେଦନ: ଗୋଟିଏ ବ୍ଲକ ସେକ୍ସନରେ ଏକାଧିକ ଟ୍ରେନର ଉପସ୍ଥିତି ବିଷୟରେ ଭୁଲ ତଥ୍ୟ ବିସ୍ତାର ନକରିବାକୁ ପୂର୍ବତଟ ରେଳପଥ ଜନସାଧାରଣ ଏବଂ ପ୍ରଭାବଶାଳୀ ପ୍ରସାରକ ମାନଙ୍କୁ ଅନୁରୋଧ କରିଆସୁଅଛି। ଏହି ପ୍ରଣାଳୀ ସଂପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ନିରାପତ୍ତାର ଆବଶ୍ୟକୀୟ ମାନ ସୁନିଶ୍ଚିତ କରୁଅଛି।

ଆଗାମୀ ପ୍ରକଳ୍ପଗୁଡିକ: ଯଖପୁରା-ନିର୍ଗୁଣ୍ଡି ଏବଂ ଖୋର୍ଦ୍ଧା ରୋଡ୍-ଗୋଳନ୍ଥରା ରେଳ ସେକ୍ସନରେ ଖୁବ୍ ଶୀଘ୍ର ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନରେ ସ୍ୱୟଂଚାଳିତ ବ୍ଲକ୍ ସାଙ୍କେତିକ ପ୍ରଣାଳୀ ପ୍ରକଳ୍ପ ପାଇଁ 160 କୋଟି ମୂଲ୍ୟର ଟେଣ୍ଡର ପ୍ରଦାନ କରାଯାଇସାରିଛି।

ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟକ୍ଷମ ସଫଳତା: ଖୋର୍ଦ୍ଧା ରୋଡ୍-ନିର୍ଗୁଣ୍ଡି ଏବଂ ଭଦ୍ରକ- ଯଖପୁରା ରେଳ ସେକ୍ସନ ସୁରକ୍ଷିତ ଏବଂ ଦକ୍ଷ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ କରି ଏବିଏସ୍ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି।

ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀର ଲାଭ: ଏବିଏସ୍ ପ୍ରଣାଳୀ ରେଳ ଧାରଣା କ୍ଷମତା ବୃଦ୍ଧି କରାଇବା ସହିତ କାର୍ଯ୍ୟକ୍ଷମ ଖର୍ଚ୍ଚ ହ୍ରାସ କରିଥାଏ ଏବଂ ବ୍ୟସ୍ତବହୁଳ ମାର୍ଗରେ ଟ୍ରେନ୍ଗୁଡ଼ିକର ଚଳାଚଳକୁ ସୁଗମ କରିଥାଏ।

ଏବିଏସ୍ ପ୍ରଣାଳୀ ବିଷୟରେ: ସ୍ୱୟଂଚାଳିତ ବ୍ଲକ୍ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା ରେଳ ଲାଇନକୁ ଛୋଟ ବିଭାଗ କିମ୍ବା “ବ୍ଲକ୍” ରେ ବିଭକ୍ତ କରେ। ଟ୍ରାକ୍ ସର୍କିଟ୍ ଏବଂ ଅନ୍ୟାନ୍ୟ ଚିହ୍ନଟ ପ୍ରଣାଳୀ ବ୍ୟବହାର କରି ଏହା ଟ୍ରେନ୍ ସ୍ଥିତିକୁ ଆଧାର କରି ସିଗନାଲ୍ ଅପରେସନ୍ଗୁଡ଼ିକୁ ସ୍ୱୟଂଚାଳିତ କରିଥାଏ ଏବଂ ଟ୍ରେନର ଚଳାଚଳ ଦକ୍ଷତାକୁ ସୁନିଶ୍ଚିତ କରିବା ସହିତ ଧକ୍କାକୁ ପ୍ରତିହତ କରିଥାଏ ବା ରୋକିଥାଏ।

ଆଧୁନିକ ଟ୍ରେନ୍ ଚଳାଚଳ କାର୍ଯ୍ୟ ପାଇଁ ଏହି ପ୍ରଣାଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଏକାଧିକ ଟ୍ରେନ୍ କୁ ଗୋଟିଏ ବ୍ଲକ୍ ସେକ୍ସନ ମଧ୍ୟରେ ଯାତ୍ରା କରିବାକୁ ଅନୁମତି ଦେଇଥାଏ ଯାହା ସୁରକ୍ଷାକୁ ଧ୍ୟାନ ଦେବା ସହିତ ରେଳବାଇର କ୍ଷମତାର ସର୍ବୋତ୍ତମ ଉପଯୋଗ କରିଥାଏ।

ସୁରକ୍ଷା ଏବଂ ଦକ୍ଷତା ପାଇଁ ପ୍ରତିବଦ୍ଧତା: ଭାରତୀୟ ରେଳବାଇ ଏହାର ସାଙ୍କେତିକ ପ୍ରଣାଳୀର କ୍ରମାଗତ ଉନ୍ନତିକରଣ ମାଧ୍ୟମରେ ଏହାର କାର୍ଯ୍ୟକାରିତାର ନିରାପତ୍ତାକୁ ବୃଦ୍ଧି କରାଇବାପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ପ୍ରୟାସଗୁଡ଼ିକରେ ନିରାପଦ ଏବଂ ଦକ୍ଷ ଟ୍ରେନ୍ ପରିଚାଳନା ପାଇଁ ସ୍ୱଦେଶୀ ଟ୍ରେନ୍ ଧକ୍କା ଏଡାଇବା ସିଷ୍ଟମ୍ (ପ୍ରଣାଳୀ) ବା (TCAS) କିମ୍ବା KAVACH ସିଷ୍ଟମ୍ (କବଚ ପ୍ରଣାଳୀ) ନିୟୋଜନ ଅନ୍ତର୍ଭୁକ୍ତ।

ପୂର୍ବତଟ ରେଳପଥ ଏହି ଉନ୍ନୟନ କାର୍ଯ୍ୟ ଗୁଡିକ କ୍ଷେତ୍ରରେ ସର୍ବଦା ସର୍ବାଙ୍ଗେ ରହିଆସୁଅଛି ଯାହା ଉଭୟ ଯାତ୍ରୀ ଏବଂ ପଣ୍ୟ ପରିବହନ ସୁରକ୍ଷିତ ଏବଂ ଦକ୍ଷତାର ସହିତ ସମ୍ପାଦନ ହୋଇପାରିବ।

ଟ୍ରେନ ଚଳାଚଳ ଭାରତୀୟ ରେଳବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026

ପ୍ରଶାସନିକ ଏକକଗୁଡ଼ିକର ସଂଶୋଧିତ ଇଂରାଜୀ ବନାନ ତ୍ଵରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

July 21, 2026

ଜୁଲାଇ ୨୭ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି: ୨୨ରୁ ପଞ୍ଜିକରଣ

July 21, 2026

ଆଜି ଜୁଲାଇ ୨୧ ତାରିଖ ମଙ୍ଗଳବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର

July 21, 2026
Latest News

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026

ପ୍ରଶାସନିକ ଏକକଗୁଡ଼ିକର ସଂଶୋଧିତ ଇଂରାଜୀ ବନାନ ତ୍ଵରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

July 21, 2026

ଜୁଲାଇ ୨୭ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି: ୨୨ରୁ ପଞ୍ଜିକରଣ

July 21, 2026

ଆଜି ଜୁଲାଇ ୨୧ ତାରିଖ ମଙ୍ଗଳବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର

July 21, 2026

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.