Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ଅରିନ୍ଦମ ସିଲଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ, ନିଲମ୍ବିତ କଲା ନିର୍ଦ୍ଦେଶକ ସଂଘ
ଆଜିର ଖବର

ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ଅରିନ୍ଦମ ସିଲଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ, ନିଲମ୍ବିତ କଲା ନିର୍ଦ୍ଦେଶକ ସଂଘ

September 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ଅରିନ୍ଦମ ସିଲଙ୍କ ବିରୋଧରେ ଜଣେ ଅଭିନେତ୍ରୀଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ ‘ଡାଇରେକ୍ଟର୍ସ ଆସୋସିଏସନ୍ ଅଫ୍ ଇଷ୍ଟର୍ନ ଇଣ୍ଡିଆ’ (DAEI) ଏକ ବଡ ପଦକ୍ଷେପ ନେଇ ଅରିନ୍ଦମ ସିଲଙ୍କୁ ନିଲମ୍ବିତ କରି ସଦସ୍ୟତା ରଦ୍ଦ କରିଦେଇଛି।

ଯୌନ ଉତ୍ପୀଡ଼ନ ଅଭିଯୋଗରେ ଅରିନ୍ଦମଙ୍କ ବିରୋଧରେ ଡାଇରେକ୍ଟର୍ସ ଆସୋସିଏସନ୍ ଅଫ୍ ଇଷ୍ଟର୍ନ ଇଣ୍ଡିଆ (DAEI) କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ତାଙ୍କୁ ସଂଗଠନରୁ ବିଦା କରିଛି। ଏହା ବ୍ୟତୀତ ଅରିନ୍ଦମଙ୍କୁ DAEI ସଭାପତି ସୁବ୍ରତ ସେନ ଏବଂ ସଚିବ ସୁଦେଶନା ରୟ ଏକ ଚିଠି ପଠାଇଛନ୍ତି।

ସୁବ୍ରତ ସେନ୍ ଏବଂ ସୁଦେଶନା ରୟ ଏହି ଚିଠିରେ ଲେଖିଛନ୍ତି ଯେ, ‘ଆପଣଙ୍କ ବିରୁଦ୍ଧରେ କରାଯାଇଥିବା କିଛି ଅଭିଯୋଗ ଏବଂ ପ୍ରାଥମିକ ପ୍ରମାଣ କାରଣରୁ ଏହା ଗଭୀର ଚିନ୍ତାର ବିଷୟ ଏବଂ ସମଗ୍ର ସଂଗଠନକୁ ଅସମ୍ମାନ କରୁଛି, ଆପଣଙ୍କ ବିରୁଦ୍ଧରେ ଅଭିଯୋଗ ସମାଧାନ ନହେବା ପର୍ଯ୍ୟନ୍ତ DAEI ଆପଣଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଦସ୍ୟତାରୁ ନିଲମ୍ବନ କରୁଛି।

ଅରିନ୍ଦମ ସିଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ସେ ମଧ୍ୟ ନିରବତା ଭାଙ୍ଗିଛନ୍ତି। ଗଣମାଧ୍ୟମକୁ ଅରିନ୍ଦମ କହିଛନ୍ତି ଯେ, ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଲାଗିଛି, ତାହା ଜାଣିଶୁଣି କରାଯାଇ ନାହିଁ। ବରଂ ଏହା ଅଜାଣତରେ ଘଟିଥିଲା। ସେ କହିଛନ୍ତି ଯେ, ଏହି ଘଟଣା ନିକଟରେ ଏକ ଫିଲ୍ମର ସେଟରେ ଘଟିଛି। ସେତେବେଳେ ସେ ଅଭିଯୋଗ କରିଥିବା ଅଭିନେତ୍ରୀଙ୍କୁ କିଛି ଦୃଶ୍ୟ ବିଷୟରେ ପରାମର୍ଶ ଦେଉଥିଲେ। ବିଶ୍ବାସ ପ୍ରକଟକ୍ତ କରି ସେ ଏହା ମଧ୍ୟ କହିଛନ୍ତି ଯେ, ଘଟଣାର ସେହି ସମୟରେ ଉପସ୍ଥିତ ଥିବା ସମସ୍ତ ଲୋକ ଏବଂ ଫିଲ୍ମରେ କାମ କରୁଥିବା କଳାକାରମାନେ ମଧ୍ୟ ସାକ୍ଷୀ ଅଛନ୍ତି। ସେମାନେ ମଧ୍ୟ କହିବେ ଯେ, ଅଭିନେତ୍ରୀଙ୍କ ସହ ଯାହା ଘଟିଥିଲା ଅଜାଣତରେ ହୋଇଥିଲା, ନା କି ଜାଣିଶୁଣି ହୋଇଥିଲା।

‘ହର ହର ବ୍ୟୋମକେଶ’ ଏବଂ ‘ମିତିନ ମାଶି’ ଭଳି ଚଳଚ୍ଚିତ୍ର ପାଇଁ ଅରିନ୍ଦମ ସିଲ ଚର୍ଚ୍ଚାରେ ଅଛନ୍ତି। ଏହା ବ୍ୟତୀତ ସେ ‘ଶାବୋର’ ନାମକ ଏକ ସିରିଜ୍ ମଧ୍ୟ କରିଥିଲେ। ଆହୁରି ମଧ୍ୟ, ଅରିନ୍ଦମଙ୍କର ବଲିଉଡ ସହିତ ମଧ୍ୟ ସଂଯୋଗ ଅଛି। ବାସ୍ତବରେ ରଣବୀର ସିଂ, ପ୍ରିୟଙ୍କା ଚୋପ୍ରା ଏବଂ ଅର୍ଜୁନ କପୁରଙ୍କ ଫିଲ୍ମ ‘ଗୁଣ୍ଡେ’ ଏବଂ ବିଦ୍ୟା ବାଲାନଙ୍କ ଫିଲ୍ମ ‘କହାନି’ ଭଳି ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ଅରିନ୍ଦମ୍ କାର୍ଯ୍ୟକାରୀ ନିର୍ମାତା ଭାବରେ କାର୍ଯ୍ୟ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଭାରତ ବନାମ ଇଂଲଣ୍ଡ ତୃତୀୟ ODIରୁ ବାଦ ପଡ଼ିବେ ଏହି ଖେଳାଳି 

July 17, 2026

ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ଗୃହମନ୍ତ୍ରୀ: ଅପମାନ କଲେ ମିଳିବ କଠୋର ଦଣ୍ଡ 

July 17, 2026

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026
Latest News

ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଭାରତ ବନାମ ଇଂଲଣ୍ଡ ତୃତୀୟ ODIରୁ ବାଦ ପଡ଼ିବେ ଏହି ଖେଳାଳି 

July 17, 2026

ରାଜ୍ୟସଭାରେ ପ୍ରଥମେ ବନ୍ଦେ ମାତରମ୍ ବିଲ୍ ଆଗତ କରିବେ ଗୃହମନ୍ତ୍ରୀ: ଅପମାନ କଲେ ମିଳିବ କଠୋର ଦଣ୍ଡ 

July 17, 2026

ଭାରତରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ପାଇଁ ପ୍ରସ୍ତୁତି ଶେଷ: RBI ନେଲା ବଡ଼ ପଦକ୍ଷେପ

July 17, 2026

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.