Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାରାଅଲିମ୍ପିକ୍ସ ଆଥଲେଟଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଛି: ନୀତା ଅମ୍ବାନୀ
ଆଜିର ଖବର

ପାରାଅଲିମ୍ପିକ୍ସ ଆଥଲେଟଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଛି: ନୀତା ଅମ୍ବାନୀ

September 9, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ସଦ୍ୟ ସମାପ୍ତ ହୋଇଥିବା ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନଙ୍କ ଅସାଧାରଣ ସଫଳତା ଲକ୍ଷ ଲକ୍ଷ ଭାରତୀୟଙ୍କୁ ପ୍ରେରଣା ଯୋଗାଇଥିବା କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ।

ଏହି ଅବସରରେ ସମସ୍ତ ଆଥଲେଟଙ୍କ ପ୍ରଶଂସାରେ ଶ୍ରୀମତୀ ଅମ୍ବାନୀ କହିଛନ୍ତି ଯେ “ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ମୁଁ ଭାରତର ଅସାଧାରଣ ଆଥଲେଟମାନଙ୍କ ପାଇଁ ବେଶ ଗର୍ବିତ ଅନୁଭବ କରୁଛି। ରେକର୍ଡ ୭ଟି ସ୍ବର୍ଣ୍ଣ ପଦକ ସହିତ ଏବେଯାଏଁ ସର୍ବାଧିକ ୨୯ ଟି ପଦକ ଏବଂ ଆମର ସର୍ବଶ୍ରେଷ୍ଠ ମେଡାଲ ତାଲିକା ରାଙ୍କିଙ୍ଗ (ସ୍ଥାନ) ସହ ଆପଣମାନେ କେବଳ ରେକର୍ଡ ଭାଙ୍ଗି ନାହାଁନ୍ତି, ବରଂ ଅନେକ ପ୍ରତିବନ୍ଧକ ଦୂର କରିଛନ୍ତି। ଆପଣମାନଙ୍କର ଦୃଢ଼ତା, ପ୍ରତିଭା ଏବଂ ସଫଳତା ଯୋଗୁଁ ଭାରତ ଆଜି ଉଚ୍ଚ ଭାବରେ ଛିଡା ହୋଇଛି।

ଏହି ସଫଳତାକୁ ପାଳନ କରିବାରେ ଆପଣମାନେ ସାରା ଦେଶକୁ ଏକତ୍ର କରିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ କିଛି ବଡ କରିବା ପାଇଁ ସ୍ବପ୍ନ ଦେଖିବାକୁ ପ୍ରେରିତ କରିଛନ୍ତି। ମୁଁ ଆପଣ ସମସ୍ତଙ୍କ ଯାତ୍ରାକୁ ସଲାମ କରୁଛି ଏବଂ ଆଗାମୀ ବର୍ଷ ମାନଙ୍କରେ ଆପଣମାନେ ସଫଳତାର ଆହୁରି ଉଚ୍ଚତର ସ୍ଥାନରେ ପହଞ୍ଚିବାର କାମନା କରୁଛି । ଜୟ ହିନ୍ଦ!”

Nita M Ambani Reliance Foundation ନୀତା ଅମ୍ବାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର

July 3, 2026

ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

July 3, 2026

ସମୁଦ୍ର ଜୁଆର ଯୋଗୁଁ ବିପଦରେ ପୋଡ଼ମ୍ପେଟା ଗ୍ରାମ: ବିପନ୍ନଙ୍କୁ ତୁରନ୍ତ ସହାୟତା ଓ ସ୍ଥାୟୀ ଥଇଥାନ ଦାବି

July 3, 2026

ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଘୋଷଣାନାମା

July 3, 2026
Latest News

ମୌସୁମୀ ବର୍ଷା ଓ ଏଲ୍ ନିନୋ ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପରେ ସରକାରଙ୍କ କଡ଼ା ନଜର

July 3, 2026

ଜନକଲ୍ୟାଣମୂଳକ ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

July 3, 2026

ସମୁଦ୍ର ଜୁଆର ଯୋଗୁଁ ବିପଦରେ ପୋଡ଼ମ୍ପେଟା ଗ୍ରାମ: ବିପନ୍ନଙ୍କୁ ତୁରନ୍ତ ସହାୟତା ଓ ସ୍ଥାୟୀ ଥଇଥାନ ଦାବି

July 3, 2026

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ,ଏଥିରେ…

July 3, 2026

ଉର୍ଜ୍ଜା ସ୍ଥିରତା ସମ୍ପର୍କରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଘୋଷଣାନାମା

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.