Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଗୋ ସୁରକ୍ଷା ପାଇଁ ଗୋଚର ଓ ଅନାବାଦୀ ଜମି ସୁରକ୍ଷା ଦାବୀ
ଆଜିର ଖବର

ଖୋର୍ଦ୍ଧା: ଗୋ ସୁରକ୍ଷା ପାଇଁ ଗୋଚର ଓ ଅନାବାଦୀ ଜମି ସୁରକ୍ଷା ଦାବୀ

September 14, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତିର ଅଧ୍ୟକ୍ଷ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ସମିତିର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ମୁର୍ମୁ, ପ୍ରମୁଖଙ୍କ ସମେତ ଖୋର୍ଦ୍ଧା, ବାଲୁଗାଁ, ଜଟଣୀ ଆଦିବିଭିନ୍ନ ପୋୖରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହିତ ଜିଲ୍ଲାର ସମସ୍ତ ପ୍ରାଣୀ ମଙ୍ଗଳ ଅନୁଷ୍ଠାନ ପ୍ରତିନିଧି, ଏସ ପି ସି ଏ ସଦସ୍ୟ, ଗୋ ଶାଳା ପ୍ରତିନିଧି ଯୋଗଦେଇଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଏସ ପି ସି ଏ ସମ୍ପାଦକ ଡା ଦେବୀଦତ୍ତ ମାଝୀ ପ୍ରାରମ୍ଭ ରେ ସଭା ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ଡା ସଂଜୀବନୀ ପଟେଲ ଜିଲ୍ଲା ପ୍ରାଣୀ ମଙ୍ଗଳ ସମିତି ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲାରେ୯୬ଜଣ ଆଜୀବନ ଏସ ପି ସି ଏ ସଦସ୍ୟ ଥିବା ବେଳେ କେବଳ୫ଜଣ ସଦସ୍ୟ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ।

ଜୀବେ ନିଷ୍ଠୁରତା ନିରୋଧ ଆଇନ୧୯୬୦(୨୦୦୧ ସଂସ୍କରଣ)ର କଡାକଡି ପାଳନ କରିବା, ଏସ ପି ସି ଏ ର ନୂତନ ସଦସ୍ୟ ପାଇଁ ନିୟମ, ଏସ ଓ ପି ପ୍ରସ୍ତୁତି ପ୍ରଣାଳୀ, ପରିଚାଳନା କମିଟିର ପୁର୍ନଗଠ ନ, ଜିଲ୍ଲା ର ଚିଲିକା ଏବଂ ଜଟଣୀ ରେ ଦୁଇଟିଗୋଶାଳା ର ରେଜିଷ୍ଟ୍ରେସନ ପାଇଥିବା ବେଳେ ଏହାର ଆର୍ଥିକ ଅନୁଦାନ ଆଦି ଉପରେ ଆଲୋଚନା ହୋଇଥିଲା।୨୦୨୪-୨୫ଆର୍ଥିକ ବର୍ଷରେ ଭୁବନେଶ୍ୱର ସ୍ଥିତ ପିପୁଲ ଫର ଆନିମଲ ଗୋ ଶାଳା କୁ୧୮୫୮୬୦୦ ,କୁଜି ମହଲ ସ୍ଥିତ ଭାରତୀୟ ଗୋ ସମ୍ବର୍ଦ୍ଧନା ଓ ଅନୁସନ୍ଧାନ ସଂସ୍ଥା କୁ୪୬୭୪୦୦ ଓ ଜଟଣୀ ସ୍ଥିତ ଶ୍ରୀ ମାଧବ ଗୋ ଶାଳା କୁ୪୦୧୨୦୦ ଟଙ୍କା ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ପକ୍ଷ ରୁ ପାଣ୍ଠି ପ୍ରଦାନ କରାଯାଇଛି।

ଜିଲ୍ଲା ରେ ପ୍ରତେକ ଗ୍ରାମ ପଞ୍ଚାୟତ ସ୍ତରରେ ବୁଲା ଗାଈ ଗୋରୁ ଓ ଦୁର୍ଘଟଣା ରେ ସମ୍ମୁଖିନ ହେଉଥିବା ପ୍ରାଣୀ ମାନଙ୍କୁ ଆଶ୍ରୟ ପାଇଁ ପ୍ରାଣୀ ସ୍ଥଳୀ ନିର୍ମାଣ ହେବା ଉପରେ ସମସ୍ତ ସଦସ୍ୟ ଗୁରୁତ୍ୱ ପ୍ରଦାନ କରିଥିଲେ।ଜିଲ୍ଲା ରେ ପ୍ରାଣୀ ମାନଙ୍କ ଖାଦ୍ୟ ଓ ଆଶ୍ରୟ ପାଇଁ ଅନାବାଦୀ ଓ ଗୋଚର ଜମି ଚିହ୍ନଟ ଓ ସୁରକ୍ଷା ପାଇଁ ଗୋ ସୁରକ୍ଷା ପରିଷଦ ପକ୍ଷରୁ ଶ୍ରୀ ନିବାସ ମାନସିଂହ ଜିଲ୍ଲା ପାଳ ଙ୍କ ପାଖରେ ଦାବୀ ରଖିଥିଲେ।ସେହିଭଳି ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ପ୍ରାଣୀକଲ୍ୟାଣ ଅଧିକାରୀ ଏବଂ ଏସ ପି ସି ଏ ଆଜୀବନ ସଦସ୍ୟ ଡା ତ୍ରୈଲୋକ୍ୟ ନାଥ ମହାରଣା ଓ ଗୋ ସେବକ ଭୁପେଶ କୁମାର ନାୟକ ବେଆଇନ ଭାବେ ହେଉଥିବା ଗୋ ଚାଲାଣ ଓ ଗୋହତ୍ୟା ବନ୍ଦ ଏବଂ ଜିଲ୍ଲା ରାଜରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ପ୍ରାଣୀ ମାନଙ୍କ ଉଦ୍ଧାର,ଚିକିତ୍ସା ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଦୃଢ଼ ପଦକ୍ଷେପ ନେବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ।

ପ୍ରାଣୀ ମାନଙ୍କ ଆଶୁ ଚିକିତ୍ସା ଓ ଉଦ୍ଧାରପାଇଁ ଉଦ୍ଧିଷ୍ଟ ଟୋଲ ଫ୍ରି ନମ୍ବର -୧୯୬୨ ସବୁବେଳେ ଵ୍ୟସ୍ତ ରହିବା ଯୋଗୁଁ ରାସ୍ତା ଦୁର୍ଘଟଣା ରେ ପ୍ରାଣୀ ମାନଙ୍କ ଆଶୁ ଚିକିତ୍ସା ସେବା ପ୍ରଦାନ ରେ ବହୁ ଅସୁବିଧା ହେଉଥିବା ସଦସ୍ୟଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ତୁରାନ୍ତ ଏ ନେଇ ପଦକ୍ଷେପ ନେବା କୁ ପ୍ରତିଶୃତି ଦେଇଥିଲେ।

ସେଇଭଳି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଚାଲିଥିବା ବେଆଇନ ବୁଲା କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଓ ସେମାନଙ୍କ ଉପରେ ହେଉଥିବା ନିଷ୍ଠୁରତା ସମ୍ପର୍କରେ ସମିତି ଆଜୀବନ ସଦସ୍ୟ ସୋନାଲ କବି,ମିଳନ ରଥ ପ୍ରମୁଖ ଉଦବେଗ ପ୍ରକାଶ କରିଥିଲେ।ଆବଶ୍ୟକ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସେମାନେ ପରାମର୍ଶ ଦେଇଥିଲେ।ଜିଲାପାଳ ଓ ଡେପୁଟି କମିଶନର ଭୁବନେଶ୍ୱର ମହାନଗର ନିଗମ ଆଇନ ପରିଧି ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବା କୁ ଅନୁରୋଧ କରିଥିଲେ।ଜିଲ୍ଲା ରେ ପ୍ରାଣୀ ମାନଙ୍କ ଉପରେ ହେଉଥିବା ନିଷ୍ଠୁରତା ନିରୋଧ ପାଇଁ ଜିଲ୍ଲା ସଦର, ବ୍ଲକ ରେ ଜନ ସଚେତନତା କାର୍ଯ୍ୟକ୍ରମ ,ଗୋ ପୂଜନ, ଚିତ୍ରକଳା,ପ୍ରତେକ ବର୍ଷ ଅକ୍ଟୋବର ୪ତାରିଖରେ ବିଶ୍ୱ ପ୍ରାଣୀ ଦିବସ ପାଳନ ଉପରେ ବହୁ ସଦସ୍ୟ ଓ ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ମତ ପ୍ରକାଶ କରିଥିଲେ।

ବିଭିନ୍ନ ସ୍ଥାନରେ ଥିବା ଗୋ ଶାଳା ଗୁଡିକ ମଧ୍ୟରେ ଆଶୁ ଗୋ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଜିଲ୍ଲା ପାଳ ଗୁରୁତ୍ୱ ପ୍ରଦାନ କରିଥିଲେ ବୈଠକରେ ବିଭିନ୍ନ ସଦସ୍ୟ ଙ୍କ ମତାମତ ଗ୍ରହଣ କରାଯାଇ ତାର ଉପଯୁକ୍ତ ସମାଧାନ ପାଇଁ ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲାପାଳ ଗୋ ସୁରକ୍ଷା ଚଞ୍ଚଳ ରାଣା ଜୀବେ ନିଷ୍ଠୁରତା ନିରୋଧ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026
Latest News

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.