Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ‘ଇଟ୍’ ପାଳନ କରିବ ସୁବର୍ଣ୍ଣ ଜୟନ୍ତୀ, ଆୟୋଜିତ ହେବ ପାଞ୍ଚ ଦିନିଆ ନାଟ୍ୟ ଉତ୍ସବ
ଆଜିର ଖବର

ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ‘ଇଟ୍’ ପାଳନ କରିବ ସୁବର୍ଣ୍ଣ ଜୟନ୍ତୀ, ଆୟୋଜିତ ହେବ ପାଞ୍ଚ ଦିନିଆ ନାଟ୍ୟ ଉତ୍ସବ

September 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରତିଷ୍ଠିତ ନାଟ୍ୟ ସଂଗଠନ 'ଇଟ୍' ପାଳନ କରିବ ସୁବର୍ଣ୍ଣ ଜୟନ୍ତୀ, ଆୟୋଜିତ ହେବ ପାଞ୍ଚ ଦିନିଆ ନାଟ୍ୟ ଉତ୍ସବ

ଭୁବନେଶ୍ବର: ଇଣ୍ଟରନାସନାଲ୍ ଥିଏଟର (ଇଟ୍‌) ଏକ ନାଟ୍ୟ ସଂସ୍ଥା ଯାହା ସ୍ୱର୍ଗତଃ ଗୋବିନ୍ଦ ଗୁପ୍ତା ଓ ଶ୍ରୀମତୀ ବିଜୟା ଗୁପ୍ତାଙ୍କ ଦ୍ୱାରା ୧୯୭୫ ମସିହାରେ ପ୍ରତିଷ୍ଠା ହୋଇଥିଲା । ଆଜି ଇଟ୍‌ର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ। ସେଥିପାଇଁ ଇଟ୍ ଆସନ୍ତା ୩ ଡିସେମ୍ବର ଠାରୁ ୭ ଡିସେମ୍ବର ଯାଏଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ରେ ଏହାର ସୁବର୍ଣ୍ଣ ଜୟନ୍ତୀ ମହା ସମାରୋହରେ ପାଳନ କରିବ। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି।

ସେଥିରେ ଜାତୀୟ ନାଟକ ଉତ୍ସବ ଆୟୋଜନ ହେବ ଓ ଭାରତର ବିଭିନ୍ନ ସ୍ଥାନରୁ ଦଳ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହି ଉତ୍ସବରେ ୫୦ ଜଣଙ୍କୁ ଇଟ୍ ସମ୍ମାନରେ ସମ୍ମାନୀତ କରାଯିବ ଏବଂ ୫ ଜଣଙ୍କୁ ଇଟ୍ ପୁରସ୍କାର ପ୍ରଦାନକରାଯିବ । ଏହି ଅବସରରେ ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜନ କରାଯିବାର ଯୋଜନା କରାଯାଇଛି । ସେହିପରି ନାଟ୍ୟ ପରିସରରେ ଏକ ପ୍ରଦର୍ଶନୀ ଓ ନାଟ୍ୟ ପୁସ୍ତକ ମେଳା ମଧ୍ୟ କରାଯିବ ବୋଲି କୁହାଯାଇଛି।

ଇଟ୍ ର ନିର୍ଦ୍ଦେଶକ ଶ୍ରୀ ମିହିର ମେହେର କହିଛନ୍ତି ଯେ, ଇଟ୍ କେବଳ ଗୋଟିଏ ନାଟ୍ୟ ସଂଗଠନ ନୁହେଁ ବରଂ ଏହା ସହ ଶାଖା ଭାବେ ସଂଯୁକ୍ତ ଓଡ଼ିଶାର ସବୁ ଜିଲ୍ଲାର ସଂଗଠନ ମାନଙ୍କ ମାଧ୍ୟମରେ ସାରା ରାଜ୍ୟର ଗର୍ବ କଳା ଭଳି ଏକ ସଂଘ। ତେଣୁ ବର୍ଷ ତମାମ ବିଭିନ୍ନ ଦାୟିତ୍ୱ ବହନ କରିବାକୁ ଆଗ୍ରହରେ ସେମାନେ ଯୋଗ ଦେଇଛନ୍ତି।

ଏକ ସର୍ବୋଚ୍ଚ ଉପଦେଷ୍ଟା ମଣ୍ଡଳୀ, ଉପଦେଷ୍ଟା ମଣ୍ଡଳୀ, ବୌଦ୍ଧିକ ଉପଦେଷ୍ଟା, ଭିନ୍ନ ଭିନ୍ନ କାର୍ଯ୍ୟବାହୀ ସମ୍ପାଦକ, ବିଭିନ୍ନ ଜୋନର ନେତୃବର୍ଗ, ପ୍ରଚାର ପ୍ରସାର ସମ୍ପାଦକ ଇତ୍ୟାଦି ଇତ୍ୟାଦି ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଏହି ଜାତୀୟ ନାଟ୍ୟ ଉତ୍ସବ ସ୍ୱର୍ଗତ ଗୁପ୍ତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହେବ ଓ ଓଡ଼ିଆ ନାଟକର ଆସନ୍ତା ଦିନ ଲାଗି ଉନ୍ନତିର ମଞ୍ଜି ବୁଣିବ ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପ୍ରଶାସକ ଶ୍ରୀଯୁକ୍ତ ସଂଜୀବ ହୋତା , ପ୍ରାକ୍ତନ ସଂସ୍କୃତି ମହାବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ନରେନ୍ଦ୍ର ମିଶ୍ର ଓ ନାଟ୍ୟ ବ୍ୟକ୍ତିତ୍ୱ ଡଃ ଶ୍ରୀ ସତ୍ୟବ୍ରତ ରାଉତ, ସୁବୋଧ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

June 6, 2026
Latest News

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.