Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ଶାରଦୀୟ ପର୍ବ ଆରମ୍ଭ, ମା’ଭଗବତୀଙ୍କ ଦେବୀନୃତ୍ୟରେ ପୀଠ ଚ଼ଳଚଞ୍ଚଳ
ଆଜିର ଖବର

ବାଣପୁରରେ ଶାରଦୀୟ ପର୍ବ ଆରମ୍ଭ, ମା’ଭଗବତୀଙ୍କ ଦେବୀନୃତ୍ୟରେ ପୀଠ ଚ଼ଳଚଞ୍ଚଳ

September 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମା’ ଭଗବତୀ
ମା'ଭଗବତୀଙ୍କ ପୀଠରେ ବୈଶାଖୀ ପର୍ବ: ପଣାଯାତ୍ରା ସାରି ଭାଟପଡ଼ାରୁ ଫେରିଲେ ମା' କାଠି ଠାକୁରାଣୀ

ବାଣପୁର (ସୀତାରାମ ଅଗ୍ରୱାଲ): ଶରତ ଆକାଶରେ ଭସାମେଘର ମହ୍ଲାର। ନଦୀପଠାରେ କାଶତଣ୍ଡିର ସମ୍ଭାର, ଲହରାୟିତ ଦୋଳି ଖେଳ। ଧରଣୀ ରାଣୀ ସବୁଜ ଶସ୍ୟରେ ଉଲ୍ଲସିତ ଉଚ୍ଚାଟିତ। ନଦନଦୀର କାଚକେନ୍ଦୁ ପାଣିରେ ନିର୍ମଳ ଦିଶୁଛି ବଗଲା ବଗୁଲିର ଧୋବ ଫରଫର ମୁହଁ। ଗାଡ଼ିଆ ପୁଷ୍କରିଣୀରେ ଢଳଢ଼ଳ ନୀଳକଇଁ ଜହ୍ମକୁ ଚାହିଁ ଦୋହଲୁଛି ପାଖୁଡ଼ା ମେଲାଇ। ପତ୍ରରେ ଝରା ଶିଶିରର ବିନ୍ଦୁ ବିନ୍ଦୁ ମୁକ୍ତା। କୀଟଠାରୁ ବ୍ରହ୍ମ ଯାଏ ସଭିଙ୍କ ମନ ଉଲ୍ଲସିତ, ଉଚ୍ଚାଟିତ, କାରଣ ମା’ ଆସୁଛନ୍ତି ଧରାପୃଷ୍ଟକୁ। ସଭିଙ୍କ ମନରେ ଅସୁମାରି ଆନନ୍ଦ।

ଶକ୍ତିମୟି ସେ, ଭକ୍ତିମୟୀ କରୁଣାମୟୀ ସେ, କଲ୍ୟାଣମୟୀ। ସଚ଼ରାଚ଼ର ଜୀବ ଜଗତ ତାଙ୍କଠାରୁ ସୃଷ୍ଟି। ସେ ସୃଷ୍ଟିକାରିଣୀ, ପାଳନ କାରିଣୀ ଏବଂ ସଂହାରକାରିଣୀ ମା’। ମାତୃଶକ୍ତିର ଉପାସନା ପୀଠ ବାଣପୁର। କାହିଁ କେଉଁ କାଳରୁ ଘଣ୍ଟ ଶିଳାପାହାଡ଼ର ପାଦଦେଶରେ କୁଳୁକୁଳୁ ଗୀତ ଗାଇ ବହି ଯାଉଥିବା ସ୍ରୋତସ୍ଵିନୀ ଶାଳିଆର ତଟ ଦେଶରେ ବିରାଜିତା ମା’ଭଗବତୀ।

ବିଶ୍ୱାସର ଦେବୀ ଭଗବତୀ। ତାଙ୍କୁ ଆଧାର କରି କେତେ ପୂଜା ପାର୍ବଣ, କେତେ ଲୋକ କଥା, କେତେ ପୁରାଣ ଶାସ୍ତ୍ର ଭିତରେ ବର୍ଣ୍ଣନା, କେତେ ନୀତିକାନ୍ତି। ସବୁଥିରେ ସ୍ଵାତନ୍ତ୍ର୍ୟତା ବହନ କରୁଥିବା ଏହି ଦେବୀପୀଠର ଶାରଦୀୟ ପର୍ବ ନିଆରା ଢ଼ଙ୍ଗରେ ପାଳନ କରାଯାଏ। ସମଗ୍ର ଭାରତ ବର୍ଷର ଦେବୀପୀଠମାନଙ୍କରେ ଏହି ପର୍ବଯେପରି ଭାବରେ ପାଳନ କରାଯାଏ, ଏହି ପୀଠରେ କିନ୍ତୁ ଦୁର୍ଗାପୂଜା ସଂପୂର୍ଣ୍ଣ ଭିନ୍ନ। ଏଠାରେ ମା’ଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା ଆରଧନା କରାଯାଉଥିବାର ବିଧି ରହିଛି। କାରଣ ତାଙ୍କ ନୀତିକାନ୍ତି, ବେଶଭୂଷା, ସଂପୂର୍ଣ୍ଣ ଆଦିମ ଜନଯାତିଙ୍କ ଦ୍ଵାରା ପରିକଳ୍ପିତ ପରି ମନେହୁଏା

ଅନ୍ୟାନ୍ୟ ପୀଠମାନଙ୍କରେ ମା’ଙ୍କ ଚଳନ୍ତି ପ୍ରତିମା,ପିତୁଳା ପ୍ରତିମା ହୋଇଥିବାବେଳେ ମା’ଭଗବତୀଙ୍କ ଚଳନ୍ତି ପ୍ରତ୍ତିମା ଏକ ସ୍ତମ୍ବସଦୃଶ୍ୟ ଯାହାଙ୍କୁ ସ୍ତମ୍ବେଶ୍ଵରୀ ବୋଲି ପରିକଳ୍ପନା କରାଯାଇଛି। ଶାରଦୀୟ ପର୍ବ ଆରମ୍ଭରୁ ମା ଉତ୍ତାଳ ନୃତ୍ୟ କରିପର୍ବଗୃହକୁଯାତ୍ରା କରୁଥିବାର ଦୃଶ୍ୟ ଅନ୍ୟପୀଠମାନଙ୍କରେ ଦେଖିବାକୁ ମିଳେନାହିଁ।ମା’ ସ୍ତମ୍ବେଶ୍ଵରୀଙ୍କ ବେଶଭୂଷାରେ ବ୍ୟବହୃତ ବିଭିନ୍ନ ରଂଗ ବେରଙ୍ଗର ପାଟବସ୍ତ୍ରର କୁଞ୍ଚିକାନି,ସହିତ ମନ୍ଦାର ମାଳ, ବେଲପତ୍ରର ଆଭୂଷଣ ପରିଧାନ ଶୈଳୀ ଦେଖିଲେ ମନରେ ହୃଦୟରେ ସ୍ୱତସୃତ ଭକ୍ତିଭାବନାଯାଗ୍ରତ ହୋଇଯାଏ।

ଭକ୍ତଟିର ହାତ ଆପେ ଆପେଯୋଡ଼ି ହୋଇଯାଏ। ଭକ୍ତି ଭାବନାରେ ମଥା ନଇଯାଏ। ଆଦ୍ୟ ଶରତର ଆସର ଶାରଦୀୟ ପର୍ବ,ଏହି ସମୟରେ ସମଗ୍ର ପୁରପଲ୍ଲୀ ,ସହରନଗର ମାତୃଶକ୍ତିର ଆବାହନୀରେ ମାତୃବନ୍ଦନା ମନ୍ତ୍ରର ଝଙ୍କାର ରେ ଝଙ୍କୃତ ହୁଏ, ଦିଗରୁ ଦିଗନ୍ତ।ମନ୍ଦିର, ମଣ୍ଡପ ରେ ସର୍ବତ୍ର “ଯାଦେବୀ ସର୍ବଭୂତେଷୁ . . . . . . ର ସମ୍ମିଳିତ ସ୍ୱର। ଏହି ଅବସରରେ ବାଣପୁରର ବଡ଼ ଦlଣ୍ଡରେ ଦେବୀ ନୃତ୍ୟ । ସତେଯେପରି ଶୁମ୍ଭ ନିଶୁମ୍ଭ ମହିଶ ପରି ଅସୁରମାନଙ୍କୁ ସଂହାର କରିବାପାଇଁ ମା’ଉଦଣ୍ଡନୃତ୍ୟରତା।

ଘଣ୍ଟ, କାହାଳୀ ବାଦ୍ୟନାଦର ତାଳେ ତାଳେ ଏହି ଦୁର୍ଲଭ ନୃତ୍ୟକୁ ଦର୍ଶନ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ଶାରଦୀୟ ପର୍ବକୁ ଅତ୍ୟନ୍ତଭାବଭକ୍ତି ମୟ କରିଦିଏ। ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତି ସଂଧ୍ୟାରେ ଏହିଭଳି ଦେବୀନୃତ୍ୟ କେବଳଏହିପୀଠର ନିଆରାପରମ୍ପରା ବୋଲି ମନ୍ଦିର କାର୍ଯ୍ୟନିର୍ବାହୀଙ୍କଠାରୁ ପ୍ରକାଶ।

DurgaPuja DurgaPuja2024 ବାଣପୁର ମା'ଭଗବତୀ ଶାରଦୀୟ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.