Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ-୨୦୦୫ କୁ ଉଲ୍ଲଂଘନ ଅଭିଯୋଗ
ଆଜିର ଖବର

ଖୋର୍ଦ୍ଧା: ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ-୨୦୦୫ କୁ ଉଲ୍ଲଂଘନ ଅଭିଯୋଗ

October 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ-୨୦୦୫ କୁ ଉଲ୍ଲଂଘନ କରାଯାଉଛି। ଏହି ଆଇନକୁ କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ଠିକ ଭାବରେ ଅନୁପାଳନ କରୁନାହାନ୍ତି। ସୂଚନା ଅଧିକାର କର୍ମୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ସୂଚନା ପ୍ରଦାନ କରୁ ନ ଥିବା ଅଭିଯୋଗ ହେଉଛି।

ନିୟମାନୁଯାୟୀ ସୂଚନା ଅଧିକାର କର୍ମୀ ଜନ ସୂଚନା ଅଧିକାରୀଙ୍କ ତଥ୍ୟ ପ୍ରଦାନରେ ଅବହେଳା କରିଥିବା ଦର୍ଶାଇ ଉପରିସ୍ଥ ଅଧିକାରୀ (ଅପିଲେଟ ଅଥରିଟି) ଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବି ସୂଚନା ଅଧିକାର କର୍ମୀଙ୍କୁ ତଥ୍ୟ ମିଳି ପାରୁନାହିଁ। ଏଭଳି ଘଟଣା ଘଟିଛି ବାଣପୁର ଅଞ୍ଚଳର ସୂଚନା ଅଧିକାର କର୍ମୀ ସୀତାରାମ ଅଗ୍ରୱାଲଙ୍କ କ୍ଷେତ୍ରରେ।

ଆବେଦନକାରୀ ଶ୍ରୀ ଅଗ୍ରୱାଲ ଚଳିତ ବର୍ଷ ଜୁଲାଇ ମାସ ୧୦ ତାରିଖ ଏବଂ ୧୬ ତାରିଖରେ ବାଣପୁର ଏନଏସି ରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ହାସଲ ପାଇଁ ପୃଥକ ପୃଥକ ଭାବେ ଦୁଇ ଗୋଟି ଆରଟିଆଇ ଫର୍ମରେ ଆବେଦନ କରିଥିଲେ।

ଆବେଦନପତ୍ର ଗ୍ରହଣର ୩୦ଦିନ ଭିତରେ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବାର ବିଧି ରହିଛି। ଏହି ନିୟମକୁ କାର୍ଯ୍ୟାଳୟ ପକ୍ଷରୁ ଠିକ୍‌ ଭାବରେ ପାଳନ କରା ନ ଯିବାରୁ ଆବେଦନକାରୀ ପ୍ରଥମ ଅଭିଯୋଗ ଗ୍ରହଣକାରୀ ଅଧିକାରୀ ତଥା ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ନିକଟରେ ଚଳିତ ମାସ ଅଗଷ୍ଟ ୨୦ ତାରିଖରେ ଅଭିଯୋଗ କରିଥିଲେ।

ତେବେ ଅଭିଯୋଗପତ୍ର ଗ୍ରହଣର ୩୦ ଦିନ ଭିତରେ ଆବେଦନକାରୀଙ୍କୁ ପ୍ରଥମ ଅପିଲେଟ ଅଥରିଟି ସୂଚନା ପ୍ରଦାନ କରିବାର ବିଧି ରହିଛି। କିନ୍ତୁ ଅଦ୍ୟାବଧି ସୂଚନା ଅଧିକାର କର୍ମୀ ଶ୍ରୀ ଅଗ୍ରୱାଲଙ୍କୁ ବାଣପୁର ଏନଏସି ତଥ୍ୟ ପ୍ରଦାନ କରୁନାହିଁ। ତେବେ ଏହା ପଛରେ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ କଣ ଉଦ୍ଦେଶ୍ୟ ରହିଛି ତାହା ଜଣାପଡ଼ୁନାହିଁ।

ସୂଚନା ନଦେବାର ଅଭିପ୍ରାୟ ସନ୍ଦେହ ଘେରରେ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଖୋର୍ଦ୍ଧା ବାଣପୁର ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026
Latest News

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.