Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଚିକା ସହାୟିକାଙ୍କ ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଘେରାଉ: ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ଦାବୀ
ଆଜିର ଖବର

ପାଚିକା ସହାୟିକାଙ୍କ ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଘେରାଉ: ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ଦାବୀ

October 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୟାଗଡ/ରଣପୁର: CITU ନେତୃତ୍ଵରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ରଣପୁର ବ୍ଳକ କମିଟି ତରଫରୁ ୧୪ ଦଫା ଦାବୀରେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ଥିଲା।

ଦିନ ୧୨ ଘଟିକା ସମୟରେ ପଞ୍ଚୁଦୋଳ ପଡିଆ ସହିଦ୍ ରଘୁ-ଦିବାକର ମଣ୍ଡପ ଠାରୁ ପାଚିକା ମାନଙ୍କର ଏକ ଶୋଭାଯାତ୍ରା ବାହାରି ରଣପୁର ବଜାର ପରିକ୍ରମା କରି ରଣପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକାଙ୍କ ଗଣ ବିକ୍ଷୋଭ ସଂଗଠିତ ହୋଇଥିଲା। ବ୍ଳକ ସଭାପତି ଭିକାରୀ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନିତୀକୁ ତୀବ୍ର ସମାଲୋଚନା କରିଥିଲେ।

ଦୀର୍ଘ ୨୯ ବର୍ଷ ହେଲା ଶିକ୍ଷା କ୍ଷେତ୍ରରେ ତଳ ସ୍ତରରେ କାର୍ଯ୍ୟ କରୁଥିବା ପାଚିକା ଓ ସହାୟିକାଙ୍କ ସାମଗ୍ରିକ ସମସ୍ୟା ପାଇଁ ସରକାରଙ୍କ ନୀତି ଦାୟୀ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ରଣପୁର ଅଞ୍ଚଳର ସମସ୍ତ ସ୍କୁଲ କୁ LPG ଗ୍ୟାସ ସଂଯୋଗ, ପରିଚୟ ପତ୍ର ପ୍ରଦାନ, ପାନୀୟ ଜଳ ଯୋଗାଣ, ରୋଷ ଶାଳା ନିର୍ମାଣ ଓ ୨୦୨୪ ସାଧାରଣ ନିର୍ବାଚନରେ କାର୍ଯ୍ୟରତ ପାଚିକାଙ୍କୁ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ ପାଇଁ ସଂଗଠନ ତରଫରୁ ଦାବୀ କରିଥିଲେ।

ପାଚିକା ଙ୍କୁ ତାମିଲ୍ ନାଡୁ ସରକାରଙ୍କ ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ଭଳି ଓ କେରଳ ସରକାରଙ୍କ ଶ୍ରମିକ ମାନ୍ୟତା ଓ ମାସିକ ସର୍ବନିମ୍ନ ଦରମା ଭଳି ରାଜ୍ୟର ଡବଲ ଇଞ୍ଜିନି ମୋହନ ସରକାର ଯୋଗାଇ ଦେବାକୁ ଦାବୀ କରିଥିଲେ। ସେହିଭଳି ମାସିକ ପେନସନ ଦଶ ହଜାର ଟଙ୍କା, ଅବସର ଓ ମୃତ୍ୟୁ କାଳୀନ ସହାୟତା ପାଞ୍ଚ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ମଧ୍ୟ ଦାବୀ କରିଥିଲେ।

ପରିଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଏ. ବି. ଓ. ରସାନନ୍ଦ ସାହୁଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେବା ସହ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ଅଡିବସି ଥିଲେ। ଗ୍ୟାସ ସଂଯୋଗ ଓ ପରିଚୟ ପତ୍ର ପ୍ରଦାନ ଆସନ୍ତା ନଭେମ୍ବର ମାସ ସୁଦ୍ଧା ଦେବା ପାଇଁ ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେବା ସହ ରୋଷେଇ ସାଳା ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଏହି ଆନ୍ଦୋଳନରେ ସିଟୁର ରାଜ୍ୟ ନେତା ପୂର୍ଣ୍ଣ ଚନ୍ଦ୍ର ପାଢି ଓ ସୁରେଶ ସ୍ଵାଇଁ, ଜିଲ୍ଲା ନେତା ସଞ୍ଜୁକ୍ତା ସେଠୀ, ସବ୍ୟସାଚୀ ସେନାପତି, କାଳନ୍ଦୀ ନାୟକ, ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା,ସୁଶୀଲ ମହାନ୍ତି, କୁଳମଣି ପଲେଇ, ପ୍ରଭାତୀ ବେହେରା ଓ ଅନୁପମା ବେହେରା ପ୍ରମ୍ମୁଖ ବକ୍ତବ୍ୟ ରଖିଥିଲେ।

ଗଣ ବିକ୍ଷୋଭ ପାଚିକା -ସହାୟିକା ରଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026

ଆଇପିଏଲ-୨୦୨୬: ସରିଲା ସମସ୍ତ ଦଳର ମ୍ୟାଚ, ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ପରେ ବଦଳିଲା ପଏଣ୍ଟ ଟେବୁଲ

April 2, 2026
Latest News

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.