Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସରକାର, ଦକ୍ଷତା ବିକାଶ ଆୟୋଗ ଏବଂ କର୍ମଯୋଗୀ ଭାରତ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ 
ଆଜିର ଖବର

ଓଡ଼ିଶା ସରକାର, ଦକ୍ଷତା ବିକାଶ ଆୟୋଗ ଏବଂ କର୍ମଯୋଗୀ ଭାରତ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ 

October 23, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର, ଭାରତ ସରକାରଙ୍କ ଦକ୍ଷତା ବିକାଶ ଆୟୋଗ (ସିବିସି) ଏବଂ କର୍ମଯୋଗୀ ଭାରତ ମଧ୍ୟରେ ଆଜି ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ୨ୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ଚୁକ୍ତିନାମା ଆନୁଷ୍ଠାନିକ ଭାବେ ସ୍ୱାକ୍ଷରିତ ହୋଇଥିବା ସ୍ଥଳେ  ଲୋକସେବା ଭବନ ପ୍ରଥମ ମହଲା ସ୍ଥିତ ରାଜସ୍ୱ ଏବଂ  ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ମିଳନୀ କକ୍ଷ ଓ ଅନ୍ୟ ବିଭିନ୍ନ ସ୍ଥାନରୁ ଅଂଶଗ୍ରହଣକାରୀମାନେ ଆଭାସୀ  ବ୍ୟବସ୍ଥା ମାଧ୍ୟମରେ ଯୋଗଦେଇଥିଲେ।

ଏହି ତ୍ରୈପାକ୍ଷିକ ଚୁକ୍ତିନାମା ଓଡ଼ିଶାରେ ବିଶେଷ କରି ସିଭିଲ ସର୍ଭିସ୍ ସେବାରେ ନିଯୁକ୍ତି ପାଉଥିବା ସରକାରୀ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

ଓଡ଼ିଶା ସରକାରଙ୍କ ତରଫରୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ଜି. ମାଥିଭାଥାନନ୍, ସିବିସିର ସଚିବ ତଥା ‘କର୍ମଯୋଗୀ ଭାରତ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଭି.ଲଳିତା ଲକ୍ଷ୍ମୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟ ଶାସନ ସଚିବ,ଓଡ଼ିଶା ମନୋଜ ଆହୁଜା,ଦକ୍ଷତା ବିକାଶ ଆୟୋଗର ମାନବ ସମ୍ବଳ ସଦସ୍ୟ ଡ. ଆର୍ ବାଲସୁବ୍ରମଣ୍ୟମ ପ୍ରମୁଖଙ୍କ  ଯୋଗଦେଇଥିଲେ। ଏଥିରେ ଓଡ଼ିଶା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ,  ନୋଡାଲ ଅଫିସର (ଦକ୍ଷତା ବିକାଶ) ଏବଂ ସମସ୍ତ ରାଜ୍ୟସ୍ତରୀୟ ସରକାରୀ ପ୍ରଶିକ୍ଷଣ ଅନୁଷ୍ଠାନର ମୁଖ୍ୟ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଆଇଜିଓଟି ପ୍ଲାଟଫର୍ମ ମାଧ୍ୟମରେ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶର ଡିଜିଟାଲ ରୂପାନ୍ତର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଏହି ପ୍ରଶିକ୍ଷଣ ସହଯୋଗ, ରାଜ୍ୟ ପାଇଁ ବାର୍ଷିକ ଦକ୍ଷତା ବିକାଶ ଯୋଜନାର ବିକାଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି,ଯାହା  ଓଡ଼ିଶାର ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ। ଏହି ପ୍ରଶିକ୍ଷଣ ଢାଞ୍ଚା ବିଭିନ୍ନ କାର‌୍ୟ୍ୟକ୍ରମ ଏବଂ ଦକ୍ଷତା ପରିଚାଳନାକୁ ସମର୍ଥନ କରୁଛି।  ଆଇଜିଓଟି ପ୍ଲାଟଫର୍ମରେ ଶିକ୍ଷଣ ସମ୍ବଳ ଚିହ୍ନଟ ଏବଂ ପ୍ରକାଶନ; ବିଷୟବସ୍ତୁ ବିକାଶକାରୀଙ୍କୁ ଚିହ୍ନଟ କରିବାରେ ରାଜ୍ୟକୁ ସହାୟତା କରିବା ସଙ୍ଗେ ସଙ୍ଗେ  ଦକ୍ଷତା ବିକାଶ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗତିଶୀଳ ସହଯୋଗକୁ ପ୍ରୋତ୍ସାହିତ କରିବା; ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ କର୍ମଚାରୀଙ୍କୁ ଆଇଜିଓଟି ପ୍ଲାଟଫର୍ମକୁ ଆଣିବା; ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଦକ୍ଷତା ପାସ୍ ବୁକ୍ ବିକଶିତ କରିବାରେ ଏହା ସହାୟକ ହେବ।

ଏହି ବୁଝାମଣାପତ୍ର ଓଡ଼ିଶାର ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକର ପରିଚାଳନା ଦକ୍ଷତା ବୃଦ୍ଧି କରିବା ସହ  ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମଗୁଡ଼ିକୁ ମିଶନ କର୍ମଯୋଗୀର ଜାତୀୟ ଉଦ୍ଦେଶ୍ୟ ସହ ଯୋଡ଼ିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି  ଚୁକ୍ତିନାମା ସରକାରୀ କର୍ମଚାରୀମାନଙ୍କ ପ୍ରଶିକ୍ଷଣର ଗୁଣବତ୍ତା ଓ ପରିସରରେ ଉନ୍ନତି ଆଣି ଓଡ଼ିଶାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ କାର‌୍ୟ୍ୟ କରିବ ବୋଲି ଆଶା କରାଯାଉଛି।

ଏହି ତ୍ରିପାକ୍ଷିକ ବୁଝାମଣାପତ୍ର ଏକ ଦୂରଦୃଷ୍ଟି ସମ୍ପନ୍ନ ସିଭିଲ୍ ସର୍ଭିସ୍ ପ୍ରଶିକ୍ଷଣ ଇକୋସିଷ୍ଟମ୍ ସୃଷ୍ଟି କରିବା ଦିଗରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହ ଭବିଷ୍ୟତ ପାଇଁ ଏକ ସଶକ୍ତ, ଦକ୍ଷ ଏବଂ  ସକ୍ଷମ ପ୍ରଶାସନିକ ଢାଞ୍ଚା ପ୍ରସ୍ତୁତି ଦିଗରେ ଏକ ପ୍ରମୁଖ ପଦକ୍ଷେପ ହୋଇଛି  ଗୋପବନ୍ଧୁ ପ୍ରଶାସନିକ  ଏକାଡେମୀର ମହାନିର୍ଦ୍ଦେଶକ ଏହି ବ୍ୟବସ୍ଥାରେ ରହିଥିବା ବିଭିନ୍ନ ପ୍ରଶିକ୍ଷଣ ପଦ୍ଧତିର ଢାଞ୍ଚା କିପରି ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ତାଙ୍କ ବକ୍ତବ୍ୟରେ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବାରେ ଓଡ଼ିଶାର ଯୋଗଦାନ  ପାଇଁ ଏକ ଦକ୍ଷ ଏବଂ ସଶକ୍ତ ପ୍ରଶାସନିକ କଳ ନିମନ୍ତେ ଏହି ପଦକ୍ଷେପ ଏକ ସୁଦୃଢ଼ ମୂଳଦୂଆ ହେବ ବୋଲି  ପ୍ରକାଶ କରିଥିଲେ।

ଓଡିଶା ସରକାର ଭାରତ ସରକାର ସରକାରୀ କର୍ମଚାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.