Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଟି, ବିଏଚୟୁର ୧୩ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଆଇଆଇଟି, ବିଏଚୟୁର ୧୩ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

October 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ। ଚତୁର୍ଥ ଶିଳ୍ପ ବିପ୍ଳବ ସମୟରେ ଭାରତ ପାଖରେ ଦୁନିଆର ଲୋକକଲ୍ୟାଣର ନେତୃତ୍ୱ ନେବା ପାଇଁ ଏକ ଅଭୁତପୂର୍ବ ସୁଯୋଗ ରହିଛି। ଏ ଦିଗରେ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ବଡ଼ ଦାୟିତ୍ୱ ନିର୍ବାହ କରିବେ ବୋଲି ଏହି ଶିକ୍ଷାନୁଷ୍ଠାନର ୧୩ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମାବର୍ତ୍ତନ ସମାରୋହ ଜୀବନର ଏକ ଅନନ୍ୟ ମୁହୂର୍ତ୍ତ। ବାରଣାସୀ ସ୍ଥିତ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ସାମିଲ ହେବା ସୌଭାଗ୍ୟର ବିଷୟ। ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ବିଦ୍ୟାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ବହୁତ ଭାଗ୍ୟବାନ। ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଦ୍ୱାରା ଏହି ପବିତ୍ର ସ୍ଥାନରୁ ଆରମ୍ଭ ହୋଇଥିବା ଶିକ୍ଷା ଯଜ୍ଞରୁ ଉତ୍ପନ୍ନ ହୋଇଥିବା ଛାତ୍ରଛାତ୍ରୀମାନେ ଜଣେ ଜଣେ ଅମୃତ ସଦୃଶ। କାଶୀ ଦୁନିଆର ସ୍ୱଳ୍ପ କିଛି ଜୀବନ୍ତ ସହର ମଧ୍ୟରୁ ଅନ୍ୟତମ। କାଶୀ ହେଉଛି ଭାରତର ଦର୍ଶନଶାସ୍ତ୍ର ତଥା ପାଲି, ପ୍ରାକୃତ, ସଂସ୍କୃତ ଏବଂ ତାମିଲ ଭଳି ପୁରାତନ ଭାଷାର ସଂଗମ ଅଟେ। କାଶୀ ଭଳି ଏକ ଜୀବନ୍ତ ସଭ୍ୟତା ସହ ଯୋଡ଼ି ହେବା ଏକ ବଡ଼ ସୌଭାଗ୍ୟର ବିଷୟ।

ଅନେକ ମହାପୁରୁଷମାନେ କାଶୀକୁ ଆସିଛନ୍ତି। ଆଜି ମାନ୍ୟତା ହାସଲ କରିଥିବା ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସେହି ମହାପୁରୁଷଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି। ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀମାନେ ଚାକିରି କରିବା ଅପେକ୍ଷା ଅନେକଙ୍କୁ ଚାକିରି ଦେବା ଦିଶାରେ କାର୍ଯ୍ୟ କରିବେ ବୋଲି ବିଶ୍ୱାସ ରହିଛି। ଆଗାମୀ ୨୫ ବର୍ଷ ଭାରତର ପ୍ରଗତିର ସୁବର୍ଣ୍ଣ ସମୟ ହେବ। ବିଶ୍ୱର ଏକ ନମ୍ବର ଅର୍ଥନୀତିରେ ପରିଣତ ହେବା ଆମ ଦେଶର ଭାଗ୍ୟରେ ଲେଖାଯାଇଛି। ସମଗ୍ର ବିଶ୍ୱ ଆଜି ଭାରତକୁ ବହୁତ ଆଶାର ସହ ଦେଖୁଛି। ସାରା ଦୁନିଆର ସମସ୍ୟାର ସମାଧାନର ସୂତ୍ର କାଶୀ ଓ ଆଇଆଇଟି ବିଏଚୟୁ ଭଳି ଅନୁଷ୍ଠାନ ପାଖରେ ରହିଛି। ନିଜର ବୌଦ୍ଧିକ ଦକ୍ଷତା ବଳରେ ଆମର ଛାତ୍ରଛାତ୍ରୀମାନେ ଭାରତ ଏବଂ ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ କରିବେ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି।

ବାରଣାସୀ ଗସ୍ତ କାଳରେ ଶ୍ରୀ ପ୍ରଧାନ ବାବା ବିଶ୍ୱନାଥ ମନ୍ଦିର ଓ ବାବା କାଳ ଭୈରବ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

ଆଇଆଇଟି ଧର୍ମେନ୍ଦ୍ର ପ୍ରଧାନ ଶିଳ୍ପ ବିପ୍ଳବ ସମାବର୍ତ୍ତନ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026
Latest News

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.