Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ବିଜେପି-ବିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି: ଉଭୟ ପକ୍ଷରୁ ବାଣପୁର ଥାନାରେ ଏତଲା
ଆଜିର ଖବର

ଚିଲିକାରେ ବିଜେପି-ବିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି: ଉଭୟ ପକ୍ଷରୁ ବାଣପୁର ଥାନାରେ ଏତଲା

October 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ସାଧାରଣ ନିର୍ବାଚନ ଶେଷ ହେବାର କିଛି ମାସ ପରେ ଚିଲିକା ନିର୍ବାଚନମଣ୍ଡଳୀରେ ଦେଖାଦେଇଛି ରାଜନୈତିକ ଉଷ୍ମତା। ପଞ୍ଚାୟତ ବୈଠକରେ ବିଜେପି ଓ ବିଜେଡି ସମର୍ଥିତ ଜନ ପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଏବଂ ପରେ ଥାନାକୁ ଯାଇଛି ମାମଲା। ଉଭୟ ପକ୍ଷଙ୍କ ପକ୍ଷରୁ ୨ ଗୋଟି ପୃଥକ ପୃଥକ ଏତଲା ଦିଆଯାଇଥିବା ବେଳେ ଦୁଇ ଗୋଟି ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିବା ବାଣପୁର ଆଇଆଇସି ରମେଶ କୁମାର ଦେବତା କହିଛନ୍ତି।

ସୂଚନା ମୁତାବକ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ମାସିକ ବୈଠକ ଜାରି ରହିଥିବା ବେଳେ ୧୨ ନମ୍ବର ୱାର୍ଡ ର ବିଜେପି ସମର୍ଥିତ ୱାର୍ଡ ସଭ୍ୟା ରଶ୍ମିତା ହୋତା ଗତ ରବିବାର ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ଏବଂ ନିର୍ବାଚିତ ପ୍ରତିନିଧିଙ୍କ ଅଜାଣତରେ କିପରି ପିଡ଼ିଏସ ସାମଗ୍ରୀ ବଣ୍ଟନ କରାଗଲା ବୋଲି ପ୍ରଶ୍ନ କରିଥିଲେ। ଉକ୍ତ ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ସରପଞ୍ଚ ସରୋଜିନୀ ପ୍ରଧାନ ୱାର୍ଡ ସଭ୍ୟା ଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ଏବଂ ଅନ୍ୟ ଜଣେ ୱାର୍ଡ ସଭ୍ୟାଙ୍କୁ ଜାତିଆଣ ଆକ୍ଷେପ କରିଥିବା ବିଜେପି ସମର୍ଥିତ ୱାର୍ଡ ସଭ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ସେହିପରି ଭାବେ ବିଜେପି ସମର୍ଥିତ ୱାର୍ଡ ସଭ୍ୟା ବୈଠକ ଚାଲୁଥିବା ସମୟରେ ମୋବାଇଲରେ ବୈଠକର ଭିଡିଓ ଉତ୍ତୋଳନ କରୁଥିବାରୁ ସରପଞ୍ଚ ଏହାକୁ ବିରୋଧ କରିଥିଲେ ଏବଂ ବାରଣ କରିବାକୁ ସରପଞ୍ଚଙ୍କୁ ୱାର୍ଡ ସଭ୍ୟାମାନେ ଗାଳିଗୁଲଜ କରିଥିବା ବିଜେଡି ସମର୍ଥିତ ସରପଞ୍ଚଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଉଭୟ ଅଭିଯୋଗ କୁ ଆଧାର କରି ପୋଲିସ ଜାତିଆଣ ଆକ୍ଷେପକୁ ମିଶାଇ କେସ ନମ୍ବର ୩୬୩/୨୪ ଏବଂ ୩୬୪/୨୪ ରେ ଦୁଇ ଗୋଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ତେବେ କିଛି ମାସର ଶାନ୍ତି ପରେ ଚିଲିକାରେ ବିଜେପି ବିଜେଡି ମଧ୍ୟରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

ଚିଲିକା ବିଜେଡି ବିଜେପି ରାଜନୈତିକ ଉଷ୍ମତା
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026

ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ମଧ୍ୟ ବିରୋଧ!: ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ, ଆଠ ମୃତ

March 1, 2026

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026
Latest News

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଆଜି ସେମିଫାଇନାଲ ପାଇଁ ମହା ଲଢେଇ: ଜାଣନ୍ତୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କାହାର ପଲ୍ଲା ଭାରି?

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026

ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ମଧ୍ୟ ବିରୋଧ!: ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ, ଆଠ ମୃତ

March 1, 2026

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.